ଅନୁମତି ନଦେଲେ ମଧ୍ୟ ପାକିସ୍ତାନ ଯିବି: ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜ୍ୟୋଜ ସିଂହ ସିଦ୍ଧୁ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି। ପାକିସ୍ତାନରେ ଥିବା କର୍ତ୍ତାରପୁର ଯିବା ପାଇଁ ଅନୁମତି ଦାବି କରି ସେ ଲଗାତତାର ଚିଠି ଲେଖୁଥିବାବେଳେ ଏବେ ଅତି କମ୍‌ରେ ଥରେ ଉତ୍ତର ଦେବାପାଇଁ ଚିଠିରେ କହିଛନ୍ତି। ଏହି ଚିଠିର ଉତ୍ତର ନଦେଲେ ଅନୁମତି ବିନା ସେ କର୍ତ୍ତାରପୁର ଯିବେ ବୋଲି କହିଛନ୍ତି। ବାରମ୍ବାର ଚିଠି ପରେ ଉତ୍ତର ନ ଆସିବାରୁ ସେ ଲେଖିଛନ୍ତି, […]

sidhu

Subrat Kumar Nayak
  • Published: Thursday, 07 November 2019
  • , Updated: 07 November 2019, 07:54 PM IST

ନୂଆଦିଲ୍ଲୀ: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜ୍ୟୋଜ ସିଂହ ସିଦ୍ଧୁ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି। ପାକିସ୍ତାନରେ ଥିବା କର୍ତ୍ତାରପୁର ଯିବା ପାଇଁ ଅନୁମତି ଦାବି କରି ସେ ଲଗାତତାର ଚିଠି ଲେଖୁଥିବାବେଳେ ଏବେ ଅତି କମ୍‌ରେ ଥରେ ଉତ୍ତର ଦେବାପାଇଁ ଚିଠିରେ କହିଛନ୍ତି। ଏହି ଚିଠିର ଉତ୍ତର ନଦେଲେ ଅନୁମତି ବିନା ସେ କର୍ତ୍ତାରପୁର ଯିବେ ବୋଲି କହିଛନ୍ତି।

ବାରମ୍ବାର ଚିଠି ପରେ ଉତ୍ତର ନ ଆସିବାରୁ ସେ ଲେଖିଛନ୍ତି, ବାରମ୍ବାର ଚିଠି ଦେବା ପରେ କର୍ତ୍ତାରପୁର ଯିବାକୁ ଅନୁମତି ମିଳିଛି କି ନା କିଛି ଉତ୍ତର ଆସିନି। ଏପରି ବିଳମ୍ବ ମୋ ଭବିଷ୍ୟତର ନିଷ୍ପତ୍ତି ପାଇଁ ପରିପନ୍ଥୀ ସାଜିଛି। ସେ ଆହୁରି ମଧ୍ୟ ଲେଖିଛନ୍ତି, “ସରକାର ଯଦି ମୋର ଏହି ତୃତୀୟ ଚିଠିର ଉତ୍ତର ନଦେବେ ମୁଁ ଅନ୍ୟ ଲକ୍ଷ ଲକ୍ଷ ଶିଖ୍‌ ଶ୍ରଦ୍ଧାଳୁଙ୍କ ଭଳି ଭିସା ସହ କର୍ତ୍ତାରପୁର ଯିବି।”

ତେବେ ଏହି ପ୍ରସଙ୍ଗରେ ମନ୍ତ୍ରଣାଳୟ ପକ୍ଷରୁ ସେଭଳି କିଛି କାରଣ ଦର୍ଶାଯାଇନି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ନିର୍ଦ୍ଦିଷ୍ଟ ଏବଂ ବ୍ୟକ୍ତିଗତ ପ୍ରସଙ୍ଗରେ କିଛି କୁହାଯାଇପାରିବନି। ଏହା ଐତିହାସିକ ଅବସର।

Related story