ରାଜନୀତିରୁ ସନ୍ୟାସ ନେବେ ନବଜୋତ୍ ସିଂହ ସିଦ୍ଧୁ!

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶ ଆମେଠି ଲୋକସଭା ଆସନ ହାରିଛନ୍ତି। ହେଲେ ନିର୍ବାଚନୀ ପ୍ରଚାର ବେଳେ କ୍ରିକେଟରରୁ ନେତା ପାଲଟିଥିବା ନବଜୋତ୍ ସିଂହ ସିଦ୍ଧୁ ଦେଇଥିବା ଏକ ମନ୍ତବ୍ୟ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଯାହାକି ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି। କଂଗ୍ରେସର ଷ୍ଟାର ପ୍ରଚାରକ ତଥା ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁ ରାହୁଲଙ୍କ ପାଇଁ ଗତ ମାସରେ ପ୍ରଚାର କରିଥିଲେ। ଏହି ପ୍ରଚାର ବେଳେ ସେ […]

sidhu 2

Subhransu Sekhar
  • Published: Friday, 24 May 2019
  • , Updated: 24 May 2019, 04:22 AM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶ ଆମେଠି ଲୋକସଭା ଆସନ ହାରିଛନ୍ତି। ହେଲେ ନିର୍ବାଚନୀ ପ୍ରଚାର ବେଳେ କ୍ରିକେଟରରୁ ନେତା ପାଲଟିଥିବା ନବଜୋତ୍ ସିଂହ ସିଦ୍ଧୁ ଦେଇଥିବା ଏକ ମନ୍ତବ୍ୟ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଯାହାକି ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି।

କଂଗ୍ରେସର ଷ୍ଟାର ପ୍ରଚାରକ ତଥା ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁ ରାହୁଲଙ୍କ ପାଇଁ ଗତ ମାସରେ ପ୍ରଚାର କରିଥିଲେ। ଏହି ପ୍ରଚାର ବେଳେ ସେ ଆମେଠିର ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କୁ ଲକ୍ଷ କରି କହିଥିଲେ, ଯଦି ରାହୁଲ ଆମେଠୀ ଲୋକସଭା ଆସନ ହାରିଯିବେ ତାହେଲେ ସେ ନିର୍ବାଚନ ଛାଡ଼ିଦେବେ। ଏବେ ରାହୁଲ ଗାନ୍ଧି ହାରିଯିବା ପରେ ସୋଶାଲ ମିଡିଆରେ ସିଦ୍ଧୁ ରାଜନୀତିରୁ ସନ୍ୟାସ ନେବେ କି ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ତେବେ ଏ ନେଇ ସିଦ୍ଧୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

Related story