ଲୁଚିକି ବି-ଟେକ୍‌ ପଢ଼ୁଥିଲା ନକ୍ସଲ କାମାଣ୍ଡାଣ୍ଟ୍‌, ଜାଲରେ ପଡ଼ିଲା

ନୂଆଦିଲ୍ଲୀ: ପେଷାରେ ନକ୍ସଲ। ରଚୁଥିଲା ହିଂସାର ତାଣ୍ଡବ। ଖେଳୁଥିଲା ରକ୍ତ ହୋଲି। ଏପରି ଜଣେ ନକ୍ସଲ କମାଣ୍ଡାଣ୍ଟଙ୍କୁ ପୋଲିସ ଗିରଫ କରିଛି। ନକଲି କାଗଜପତ୍ର ପ୍ରସ୍ତୁତ କରି ଏକ କଲେଜରେ B.Tech ପାଠ ପଢ଼ୁଥିଲା। ଉତ୍ତରପ୍ରଦେଶ ପୋଲିସର ଅପରେସନ୍‌ କ୍ଲିନ୍‌ ଚାଲିଥିବା ବେଳେ ଧରାପଡ଼ି ଯାଇଛି ଏହି ନକ୍ସଲ। ଉତ୍ତରପ୍ରଦେଶରେ ଯୋଗୀ ସରକାର ଆସିବା ପରେ ରାଜ୍ୟରେ ଅପରେସନ୍‌ କ୍ଲିନ୍‌ ଚାଲିଛି। ପୋଲିସ ଅପରାଧୀଙ୍କୁ ଖୋଜି ଖୋଜି ଏନ୍‌କାଉଣ୍ଟର କରୁଛି। ଏହି କ୍ରମରେ ୫୦ରୁ ଅଧିକ ପୋଲିସ […]

naxali-commande

Rakesh Mallick
  • Published: Tuesday, 27 March 2018
  • , Updated: 27 March 2018, 12:58 PM IST

ନୂଆଦିଲ୍ଲୀ: ପେଷାରେ ନକ୍ସଲ। ରଚୁଥିଲା ହିଂସାର ତାଣ୍ଡବ। ଖେଳୁଥିଲା ରକ୍ତ ହୋଲି। ଏପରି ଜଣେ ନକ୍ସଲ କମାଣ୍ଡାଣ୍ଟଙ୍କୁ ପୋଲିସ ଗିରଫ କରିଛି। ନକଲି କାଗଜପତ୍ର ପ୍ରସ୍ତୁତ କରି ଏକ କଲେଜରେ B.Tech ପାଠ ପଢ଼ୁଥିଲା। ଉତ୍ତରପ୍ରଦେଶ ପୋଲିସର ଅପରେସନ୍‌ କ୍ଲିନ୍‌ ଚାଲିଥିବା ବେଳେ ଧରାପଡ଼ି ଯାଇଛି ଏହି ନକ୍ସଲ।

ଉତ୍ତରପ୍ରଦେଶରେ ଯୋଗୀ ସରକାର ଆସିବା ପରେ ରାଜ୍ୟରେ ଅପରେସନ୍‌ କ୍ଲିନ୍‌ ଚାଲିଛି। ପୋଲିସ ଅପରାଧୀଙ୍କୁ ଖୋଜି ଖୋଜି ଏନ୍‌କାଉଣ୍ଟର କରୁଛି। ଏହି କ୍ରମରେ ୫୦ରୁ ଅଧିକ ପୋଲିସ କର୍ମଚାରୀ ନୋଏଡା ସେକ୍ଟର-୫ ଅଞ୍ଚଳରେ ଚଢ଼ାଉ କରିଥିଲେ। ପୋଲିସର ଏପରି ଅଚାନକ ଚଢ଼ାଉ ଦେଖି ଲୋକା ଭୟଭୀତ ହୋଇପଡ଼ିଥିଲେ। କେହି କିଛି ଭାବିବା ପୂର୍ବରୁ ନକ୍ସଲ କାମାଣ୍ଡାଣ୍ଟ ସୁଧୀର ଭଗତଙ୍କୁ କାବୁ କରିନେଇଥିଲା ପୋଲିସ। ସୁଧୀରଙ୍କ ନାଁରେ ବହୁ ଅପରାଧୀକ ମାମଲା ରହିଛି। ସେ ବୋମା ପକାଇ ବିହାରରେ ଏକ ଫ୍ୟାକ୍ଟ୍ରି ଉଡାଇ ଦେଇଥିଲେ। ଏହାଛଡ଼ା ତାଙ୍କ ନାଁରେ ୧୪ଟି ହତ୍ୟା ମାମଲା ଓ ୬ ହତ୍ୟାକାଣ୍ଡ କରିଛନ୍ତି।

ବିହାର ମଜାଫରନଗର ମୂଳବାସିନ୍ଦା ସୁଧୀର ନକଲି ପରିଚୟ ଦେଇ ୨୦୧୫ ମସିହାରୁ ନୋଏଡ଼ା ରହି ଆସୁଥିଲେ। ଏପରିକି ନକଲି କାଗଜପତ୍ର ପ୍ରସ୍ତୁତ କରି ମୋଦିନଗର ଦିବ୍ୟଜ୍ୟୋତି କଲେଜରେ ବି-ଟେକ ପାଠ ପଢ଼ୁଥିଲେ।

ଏହା ପୂର୍ବରୁ ୨୦୧୫ ମସିହାରେ ଉତ୍ତରପ୍ରଦେଶ ଏଟିଏସ୍‌ ନୋଏଡାରେ ଚଢ଼ାଉ କରି ୬ ଜଣ ନକ୍ସଲଙ୍କୁ ଗିରଫ କରିଥିଲା। ସେମାନଙ୍କ ଭିତରେ ନକ୍ସଲ କମାଣ୍ଡାଣ୍ଟ୍‌ ପ୍ରଦୀପ ସିଂହ ଥିଲେ। ପ୍ରଦୀପ ୨୦୧୨ ମସିହାରୁ ସେଠାରେ ଛପି ରହିଥିଲା। ସେହି ସମୟରେ ସୁଧୀର ଖସି ପଳାଇବାରେ ସକ୍ଷମ ହୋଇଥିଲା। ସେହିଦିନଠାରୁ ପୋଲିସ ତାକୁ ଖୋଜିଥିଲା। ଶେଷରେ ନିଜ ଜାଲରେ ପକାଇବାରେ ସଫଳ ହୋଇଛି।

Related story