ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ ବଲିଉଡ କଳାକାର ଅର୍ଜୁନ ରାମପାଲଙ୍କ ସମ୍ପର୍କୀୟ

ମୁମ୍ୱାଇ: ଡ୍ରଗ୍ସ ମାମଲାରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ କିଛି ଦିନ ନିରବ ରହିବା ପରେ ଏବେ ପୁଣି ଥରେ ସକ୍ରିୟ ହୋଇଛି। ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ସମ୍ପର୍କୀୟଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଛି। ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ରାମପାଲଙ୍କ ସ୍ତ୍ରୀଙ୍କ ଭାଇ ଅଗିସିଲୋଅଶ ଡେମେଟ୍ରିଏଡେଶ (Agisilaos Demetriades)ଙ୍କୁ ନିଜ ହେପାଜତକୁ ଏନସିବି ନେଇଛି। ରବିବାର ରାମପାଲଙ୍କୁ ଶଳାକୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। ଏହାପରେ ଏନସିବି ନିଜ ହେପାଜତକୁ ନେଇଛି। […]

arjunb rampal

arjunb rampal

Subhransu Sekhar
  • Published: Sunday, 18 October 2020
  • Updated: 18 October 2020, 07:02 PM IST

Sports

Latest News

ମୁମ୍ୱାଇ: ଡ୍ରଗ୍ସ ମାମଲାରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ କିଛି ଦିନ ନିରବ ରହିବା ପରେ ଏବେ ପୁଣି ଥରେ ସକ୍ରିୟ ହୋଇଛି। ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ସମ୍ପର୍କୀୟଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଛି। ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ରାମପାଲଙ୍କ ସ୍ତ୍ରୀଙ୍କ ଭାଇ ଅଗିସିଲୋଅଶ ଡେମେଟ୍ରିଏଡେଶ (Agisilaos Demetriades)ଙ୍କୁ ନିଜ ହେପାଜତକୁ ଏନସିବି ନେଇଛି। ରବିବାର ରାମପାଲଙ୍କୁ ଶଳାକୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। ଏହାପରେ ଏନସିବି ନିଜ ହେପାଜତକୁ ନେଇଛି। ଅଗିସିଲୋଅଶ ଅନେକ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କରେ ଥିଲେ। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ବେଳେ ଗିରଫ ହୋଇଥିବା ପେଡଲରଙ୍କ ସହ ରାମପାଲଙ୍କ ଶଳାଙ୍କ ଲିଙ୍କ୍ ଥିବା ଏନସିବି ଜାଣିବାକୁ ପାଇଥିବା ସୂଚନା ରହିଛି।

ଅର୍ଜୁନଙ୍କ ସ୍ତ୍ରୀ ଗବରିଏଲା ଦକ୍ଷିଣ ଆଫ୍ରିକାର ମୂଳ ବାସିନ୍ଦା। ସେ ଜଣେ ଫ୍ୟାଶନ ଡିଜାଇନର। ତାଙ୍କର ଡେମେ ଲଭ୍ ନାମକ ଏକ କମ୍ପାନୀ କହିଛି। ରାମପାଲ ଏବଂ ଗବରିଏଲାଙ୍କର ପୁଅ ଆରିକ। ରାମପାଲଙ୍କର ପୂର୍ବତନ ସ୍ତ୍ରୀ ମେହର ଜେଶିଆଙ୍କର ଦୁଇ ଝିଅ ମହିକା ଏବଂ ମାୟାର ରହିଛନ୍ତି ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକସନ ଆସିବା ପରେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାର ତଦନ୍ତ କରୁଛି। ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍, ଶ୍ରଦ୍ଧା କାପୁର, ରକୁଲ ପ୍ରୀତ ସିଂ ଏବଂ ସାରା ଅଲ୍ଲୀ ଖାନ୍ ଆଦି ଜେରାର ସମ୍ମୁଖୀନ ହୋଇଛନ୍ତି। ସେହିପରି ଡ୍ରଗ୍ସ ମାମଲାରେ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଗିରଫ୍ ହୋଇ ଏବେ ଜାମିନରେ ଅଛନ୍ତି। ଅନ୍ୟପଟେ ସୁଶାନ୍ତଙ୍କ ଅନେକ ସହଯୋଗୀ ମଧ୍ୟ ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos