ଜୁମ୍ ଆପରେ ଚାଲିଥିଲା ଅନଲାଇନ୍ କ୍ଲାସ, ସ୍କ୍ରିନରେ ଚାଲିଲା ଅଶ୍ଳୀଳ ଭିଡିଓ

ନୂଆଦିଲ୍ଲୀ: ଜୁମ୍ ଆପରେ ଭିଡିଓ କନଫରେନସିଂ ଜରିଆରେ ପାଠ ପଢ଼ୁଥିବା ବେଳେ ଭିଡିଓ କଲ୍ ହ୍ୟାକିଂ ହୋଇଥିବା ଅଭିଯୋଗ ହୋଇଛି। ହ୍ୟାକିଂ ହେବା ପରେ ସ୍କ୍ରିନରେ ଅଶ୍ଳୀଳ ଭିଡିଓ ଚାଲିଥିବା ଅଭିଯୋଗ କରିଛନ୍ତି ଗୁଜରାଟ ଅହମଦାବାଦର ଜଣେ ଛାତ୍ରୀ। ସେ ଗୁଜରାଟର ନିର୍ମା ବିଶ୍ୱବିଦ୍ୟାଳୟର ଛାତ୍ରୀ। ଏ ନେଇ ସେ ଜାତୀୟ ମହିଳା ଆୟୋଗଙ୍କ ନିକଟରେ ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି। ଏହାପରେ ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି ମହିଳା କମିଶନ। ତଦନ୍ତ କରି ତୁରନ୍ତ ରିପୋର୍ଟ […]

ZOOM APP

Subhransu Sekhar
  • Published: Monday, 20 April 2020
  • , Updated: 20 April 2020, 09:12 PM IST

ନୂଆଦିଲ୍ଲୀ: ଜୁମ୍ ଆପରେ ଭିଡିଓ କନଫରେନସିଂ ଜରିଆରେ ପାଠ ପଢ଼ୁଥିବା ବେଳେ ଭିଡିଓ କଲ୍ ହ୍ୟାକିଂ ହୋଇଥିବା ଅଭିଯୋଗ ହୋଇଛି। ହ୍ୟାକିଂ ହେବା ପରେ ସ୍କ୍ରିନରେ ଅଶ୍ଳୀଳ ଭିଡିଓ ଚାଲିଥିବା ଅଭିଯୋଗ କରିଛନ୍ତି ଗୁଜରାଟ ଅହମଦାବାଦର ଜଣେ ଛାତ୍ରୀ। ସେ ଗୁଜରାଟର ନିର୍ମା ବିଶ୍ୱବିଦ୍ୟାଳୟର ଛାତ୍ରୀ।

ଏ ନେଇ ସେ ଜାତୀୟ ମହିଳା ଆୟୋଗଙ୍କ ନିକଟରେ ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି। ଏହାପରେ ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି ମହିଳା କମିଶନ। ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଗୁଜରାଟ ପୁଲିସକୁ ଚିଠି ଲେଖି କହିଛ ମହିଳା କମିଶନ ଆୟୋଗ।

ଗୁଜରାଟ ପୁଲିସକୁ ମହିଳା ଆୟୋଗ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ଯଦି ଅନଲାଇନ୍ ଭିଡିଓ କନଫରେନସିଂ ଜରିଆରେ ପାଠ ପଢ଼ିଲା ବେଳେ ଇଣ୍ଟରନେଟ୍ ସୁରକ୍ଷା ପ୍ରତି ଧ୍ୟାନ ଦିଆନଯିବ ତାହେଲେ ଆଗାମୀ ଦିନରେ ମହିଳାଙ୍କ ସୁରକ୍ଷା ବିପଦରେ ରହିବ।

ଗୁଜୁରାଟର ପୁଲିସର ମହାନିର୍ଦ୍ଦେଶକ ଶିବାନନ୍ଦ ଝାଙ୍କୁ ଚିଠି ଲେଖି ଘଟଣାର ତଦନ୍ତ କରି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ କହିଛନ୍ତି ଜାତୀୟ ମହିଳା ଆୟୋଗ।

ସୂଚନାଯୋଗ୍ୟ, ନିକଟରେ ଜୁମ୍ ଆପକୁ ନେଇ ଗୃହ ମନ୍ତ୍ରଣାଳୟ ଏକ ଆଡଭାଇଜରୀ ଜାରି କରିଥିଲା। ସରକାରୀ କାର୍ଯ୍ୟକ୍ରମରେ ଜୁମ୍ ଆପ ବ୍ୟବହାର କରିବା ସୁରକ୍ଷିତ ନୁହେଁ ବୋଲି ଏହି ଆଡଭାଇଜରୀରେ କୁହାଯାଇଥିଲା।

କରୋନା ସଂକ୍ରମଣକୁ ରୋକିବାକୁ ଯାଇ ଦେଶ ଏବେ ଲକଡାଉନ୍ ରହିଛି। ଏହି ସମୟରେ ଅନଲାଇନ୍ ଭିଡିଓ କନଫରେନସିଂ ଆପ୍ ଜୁମର ଲୋକପ୍ରିୟତା ବଢ଼ିଛି। ଆମେରିକାରେ ଏହି ଆପର ମୁଖ୍ୟ ଅଫିସ ରହିଥିବାବେଳେ ସର୍ଭର ଚାଇନାରେ ରହିଥିବା ଜଣାପଡ଼ିଛି। ଅନେକ ଦେଶ ଏହି ଆପକୁ ବ୍ୟାନ କରିଛନ୍ତି।

Related story