ଉତ୍ତର ପ୍ରଦେଶରେ କାମ ଦେଉନି ବୁଆ-ବବୁଆ ଯାଦୁ, ବିହାରରେ ବି ଏନ୍‌ଡିଏ ଆଗୁଆ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପିର ବିଜୟ ରଥକୁ ଅଟକାଇବା ପାଇଁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଓ ସମାଜବାଦୀ ପାର୍ଟି ଅଖିଲେଶ ଯାଦବ ଯେଉଁ ମେଣ୍ଟ କରିଥିଲେ, ତାହା ଫିକା ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ୮୦ଟି ଉତ୍ତର ପ୍ରଦେଶ ଲୋକସଭା ଆସନରୁ ଏକାକୀ ୩୯ଟିରେ ଆଗୁଆ ରହିଛି। ବୁଆ ମାୟାବତୀ ଓ ବବୁଆ ଅଖିଲେଶ ଯାଦବଙ୍କ ଯୋଡ଼ି ମାତ୍ର ୨୬ଟି ଆସନରେ ଆଗରେ ରହିଛନ୍ତି। କଂଗ୍ରେସ କେବଳ ୨ଟି ଆସନରେ […]

ty

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 09:48 AM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପିର ବିଜୟ ରଥକୁ ଅଟକାଇବା ପାଇଁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଓ ସମାଜବାଦୀ ପାର୍ଟି ଅଖିଲେଶ ଯାଦବ ଯେଉଁ ମେଣ୍ଟ କରିଥିଲେ, ତାହା ଫିକା ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ୮୦ଟି ଉତ୍ତର ପ୍ରଦେଶ ଲୋକସଭା ଆସନରୁ ଏକାକୀ ୩୯ଟିରେ ଆଗୁଆ ରହିଛି। ବୁଆ ମାୟାବତୀ ଓ ବବୁଆ ଅଖିଲେଶ ଯାଦବଙ୍କ ଯୋଡ଼ି ମାତ୍ର ୨୬ଟି ଆସନରେ ଆଗରେ ରହିଛନ୍ତି। କଂଗ୍ରେସ କେବଳ ୨ଟି ଆସନରେ ଆଗରେ ରହିଛି। ୨୦୧୪ରେ ବିଜେପି ଉତ୍ତର ପ୍ରଦେଶର ୮୦ଟି ଆସନରୁ ୭୩ଟି ଜିତିଥିଲା।

ଅନ୍ୟପକ୍ଷରେ ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ ଯୋଡ଼ି ବିହାରରେ ନିଜର ଦବଦବା ପ୍ରଦର୍ଶନ କରିଛି। ବିଜେପି ଓ ଜେଡିୟୁ ଯୋଡ଼ି ୪୦ଟି ଲୋକସଭା ଆସନରୁ ୨୯ଟି ଆସନରେ ଆଗରେ ରହିଛି। ସେହିପରି କଂଗ୍ରେସ ଓ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ମାତ୍ର ୯ଟି ଲୋକସଭା ଆସନରେ ଅଗ୍ରଣୀ ପାଇଛନ୍ତି।

Related story