#MeToo : ରବିବାର ଫେରିବେ ଏମଜେ ଆକବର, ଶିବସେନାର ତଦନ୍ତ ଦାବି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୂର୍ବତନ ମହିଳା ସହଯୋଗୀଙ୍କ ଦ୍ଵାରା ଜଣେ ଯୌନ ଉତ୍ପୀଡ଼ନକାରୀ ଭାବେ ବର୍ଣ୍ଣିତ ହୋଇଥିବା ବିଶିଷ୍ଟ ସାମ୍ବାଦିକ ତଥା କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍ ଜେ ଆକବର ତାଙ୍କ ନାଇଜେରିଆ ଗସ୍ତ ଅଧାରେ ନସାରି ରବିବାର ହିଁ ସ୍ୱଦେଶ ଫେରିବେ ବୋଲି ଜଣାପଡ଼ିଛି। ତାଙ୍କର ସାମ୍ବାଦିକତା କ୍ୟାରିୟର କାଳରେ ଘଟିଥିବା କିଛି ଘଟଣାକୁ ନେଇ ବର୍ତ୍ତମାନ ଆସିଥିବା ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦିହେବା ପରେ ସେ ତାଙ୍କ ବିଦେଶ ଗସ୍ତ ଅଧାରୁ ଫେରିଆସିବେ ବୋଲି […]

akbar

Jitendra Garnayak
  • Published: Friday, 12 October 2018
  • , Updated: 12 October 2018, 09:39 AM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୂର୍ବତନ ମହିଳା ସହଯୋଗୀଙ୍କ ଦ୍ଵାରା ଜଣେ ଯୌନ ଉତ୍ପୀଡ଼ନକାରୀ ଭାବେ ବର୍ଣ୍ଣିତ ହୋଇଥିବା ବିଶିଷ୍ଟ ସାମ୍ବାଦିକ ତଥା କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍ ଜେ ଆକବର ତାଙ୍କ ନାଇଜେରିଆ ଗସ୍ତ ଅଧାରେ ନସାରି ରବିବାର ହିଁ ସ୍ୱଦେଶ ଫେରିବେ ବୋଲି ଜଣାପଡ଼ିଛି।

ତାଙ୍କର ସାମ୍ବାଦିକତା କ୍ୟାରିୟର କାଳରେ ଘଟିଥିବା କିଛି ଘଟଣାକୁ ନେଇ ବର୍ତ୍ତମାନ ଆସିଥିବା ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦିହେବା ପରେ ସେ ତାଙ୍କ ବିଦେଶ ଗସ୍ତ ଅଧାରୁ ଫେରିଆସିବେ ବୋଲି ଚର୍ଚ୍ଚା ହୋଇଥିଲା।

ଅନ୍ୟପକ୍ଷରେ ବିଜେପିର ସବୁଠାରୁ ପୁରୁଣା ଏନ୍‌ଡିଏ ସହଯୋଗୀ ଶିବସେନା ମଧ୍ୟ ଏହି ପ୍ରସଙ୍ଗରେ ଲମ୍ଫ ମାରି ଘଟଣାର ତଦନ୍ତ ଦାବି କରିଛି। ଶିବସେନା ପକ୍ଷରୁ କୁହାଯାଇଛି, ଯଦି ଶାସକ ଦଳ ସ୍ୱଚ୍ଛତାରେ ବିଶ୍ୱାସ କରୁଛି ତେବେ ଆକବରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ହେଉ। ଆକବର ମନ୍ତ୍ରୀପଦରୁ ଇସ୍ତଫା ଦେଇ ତଦନ୍ତରେ ସହଯୋଗ କରନ୍ତୁ ବୋଲି ଏହି ଦଳ ପକ୍ଷରୁ କୁହାଯାଇଛି। ସିପିଆଇ (ଏମ୍‌) ପକ୍ଷରୁ ମଧ୍ୟ ତାଙ୍କ ଇସ୍ତଫା ଦାବି କରାଯାଇଛି।

Related story