ଆମେରିକା ଭଳି ଭାରତ ବି ଘୋଷଣା କରୁ ପ୍ରୋତ୍ସାହନ ପ୍ୟାକେଜ: ନୋବେଲ ବିଜେତା ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସହ କରୋନା ମୁକାବିଲା ସମ୍ପର୍କରେ ଆଲୋଚନା କରିଛନ୍ତି ନୋବେଲେ ବିଜେତା ଅଭିଜିତ ବାନାର୍ଜୀ। ଏହି ସମୟରେ ଦେଶରେ ଜାରି ହୋଇଥିବା ଲକଡାଉନ ଯୋଗୁ ଲୋକମାନେ ଭୋଗୁଥିବା ସମସ୍ୟାରୁ କେମିତି ସମସ୍ତଙ୍କୁ ରକ୍ଷା କରାଯାଇ ପାରିବ, ସେ ବିଷୟରେ ଶ୍ରୀ ବାନାର୍ଜୀ ମତ ରଖିଛନ୍ତି। ଆମେରିକା ଭଳି ଭାରତ ସରକାର ମଧ୍ୟ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରନ୍ତୁ। ସେହିପରି ସିଧାସଳଖ ଟଙ୍କା ଟ୍ରାନ୍ସଫର ବ୍ୟବସ୍ଥା ଆପଣାନ୍ତୁ। ଏହାଦ୍ୱାରା କେବଳ ଗରିବ ଲୋକମାନେ […]

na

Hemant Lenka
  • Published: Tuesday, 05 May 2020
  • , Updated: 05 May 2020, 05:13 PM IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସହ କରୋନା ମୁକାବିଲା ସମ୍ପର୍କରେ ଆଲୋଚନା କରିଛନ୍ତି ନୋବେଲେ ବିଜେତା ଅଭିଜିତ ବାନାର୍ଜୀ। ଏହି ସମୟରେ ଦେଶରେ ଜାରି ହୋଇଥିବା ଲକଡାଉନ ଯୋଗୁ ଲୋକମାନେ ଭୋଗୁଥିବା ସମସ୍ୟାରୁ କେମିତି ସମସ୍ତଙ୍କୁ ରକ୍ଷା କରାଯାଇ ପାରିବ, ସେ ବିଷୟରେ ଶ୍ରୀ ବାନାର୍ଜୀ ମତ ରଖିଛନ୍ତି।

ଆମେରିକା ଭଳି ଭାରତ ସରକାର ମଧ୍ୟ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରନ୍ତୁ। ସେହିପରି ସିଧାସଳଖ ଟଙ୍କା ଟ୍ରାନ୍ସଫର ବ୍ୟବସ୍ଥା ଆପଣାନ୍ତୁ। ଏହାଦ୍ୱାରା କେବଳ ଗରିବ ଲୋକମାନେ ଲାଭ ପାଇବେ ନାହିଁ, ବରଂ ଲକଡାଉନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ପ୍ରତିଟି ଲୋକ ଫାଇଦା ପାଇପାରିବେ ବୋଲି ସେ କହିଛନ୍ତି।

ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନଙ୍କ ପରେ ରାହୁଲ ଗାନ୍ଧି ଦେଶର ଅର୍ଥନୀତିକୁ କେମିତି ଆଗକୁ ନିଆଯାଇ ପାରିବ, ସେ ବିଷୟରେ ଅର୍ଥନୀତିରେ ନୋବେଲ ପାଇଥିବା ଅଭିଜିତ ବାନାର୍ଜୀଙ୍କ ସହ ଭିଡିଓ କନଫରେନ୍ସିଂ କରିଥିଲେ। ଏହି ସମୟରେ ଅଭିଜିତ ବାନାର୍ଜୀ କହିଥିଲେ, “ଲକଡାଉନ ବେଳେ ଅନେକ ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି। ଏବେ ସେମାନଙ୍କୁ ଫାଇଦା ଦେବାକୁ ସିଧାସଳଖ କ୍ୟାଶ ଟ୍ରାନ୍ସଫର ବ୍ୟବସ୍ଥା ଆପଣାଇବା ଦରକାର।

କେନ୍ଦ୍ର ସରକାର ଏମିତି ଏକ ମେକେଜିମର ବ୍ୟବସ୍ଥା ଆପଣାନ୍ତୁ, ଯାହାଦ୍ୱାରା ଟଙ୍କା ରାଜ୍ୟ ସରକାରଙ୍କ ପାଖକୁ ଯିବ ଓ ସେଠାରୁ ସେମାନେ ଟଙ୍କାକୁ ଗରିବ ଲୋକଙ୍କ ପାଖକୁ ପଠାଇବେ। ବିଶେଷ କରି ସମାଜିକ କଲ୍ୟାଣ ଯୋଜନାରେ ସାମିଲ ହୋଇ ନଥିବା ଲୋକଙ୍କ ପାଖରେ ଅର୍ଥ ପହଞ୍ଚିବା ଏକ ବଡ଼ ଚ୍ୟାଲେଞ୍ଜ। ସରକାର ଅସ୍ଥାୟୀ ରାସନ ବ୍ୟବସ୍ଥା କରି ଅନ୍ୟ ସମସ୍ତ ରାସନ କାର୍ଡକୁ ବାତିଲ କରିବା ଦରକାର।”

ଆଲୋଚନା ବେଳେ ଛୋଟ ଦୋକାନୀ ଓ ବ୍ୟବସାୟୀ ଅଧିକ କ୍ଷତିଗ୍ରସ୍ତ ହେଉଥିବା ରାହୁଲ ଗାନ୍ଧି ତାଙ୍କୁ ଜଣାଇଥିଲେ। ଏହାର ଉତ୍ତର ଦେଇ ବାନାର୍ଜୀ କହିଛନ୍ତି, “ଆମେରିକା ଭଳି ଆମକୁ ମଧ୍ୟ ବଡ଼ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବା ଦରକାର। ଭାରତ ସରକାର କେବଳ ଜିଡିପିର ୧% ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। କିନ୍ତୁ ଆମେରିକା ତା’ ଜିଡିପିର ୧୦% ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି।

ଲୋକମାନେ ଏହି ସମୟରେ କିଣାକିଣି କରୁନାହାନ୍ତି। ତେଣୁ ଖର୍ଚ୍ଚ କରି ଅର୍ଥନୀତିକୁ ଆଗକୁ ନେବାକୁ ପଡ଼ିବ। କରୋନା ଭାଇରସ ରେଡ ଜୋନରେ ଥିବା ରିଟେଲକୁ ଆମେ କେବେ ବି ବନ୍ଦ କରିପାରିବା ନାହିଁ।

ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ କେବେ ହେଲେ କେବଳ ରାଜ୍ୟ ସରକାରମାନେ ଏକାକୀ ସମାଧାନ କରିପାରିବେ ନାହିଁ। ଏଥିପାଇଁ କେନ୍ଦ୍ରକୁ ମଧ୍ୟ କିଛି ବ୍ୟବସ୍ଥା କରିବାକୁ ପଡ଼ିବ।”

Related story