ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଅବହେଳିତ ରହିଥିବା ଉତ୍ତର-ପୂର୍ବ ଭାରତ ଏବେ ଅଭିବୃଦ୍ଧିର ଇଞ୍ଜିନ୍ ପାଲଟିଛି ବୋଲି ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ଅଞ୍ଚଳର ବିକାଶ ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି ବୋଲି ସେ କହିଛନ୍ତି। ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ଦେବା ଅବସରରେ ସେ ଏପରି କହିଛନ୍ତି।
ମୋଦି କହିଥିଲେ, “କିଛି ବର୍ଷ ପାଇଁ ଏହି ଅଞ୍ଚଳକୁ ଦୂରତା ଏହାକୁ ଅବହେଳା କରିବାର କାରଣ ବୋଲି କୁହାଯାଉଥିଲା। ଏବେ ସମୟ ବଦଳିଛି। ସେଠାରେ ବିଭିନ୍ନ କ୍ଷେତ୍ରରେ କାମ ଚାଲୁରହିଛି। ମନ୍ତ୍ରୀ ଏବଂ ସଚିବ ଲଗାତାର ସେହି ଅଞ୍ଚଳକୁ ଯାଉଛନ୍ତି।”
ସେ କହିଛନ୍ତି, ଦିନେ ଦିଲ୍ଲୀ ଉତ୍ତର-ପୂର୍ବ ଭାରତଠାରୁ ବହୁତ ଦୂରରେ ଥିଲା। ୫ ବର୍ଷରେ ଏହା ଉତ୍ତର-ପୂର୍ବ ଅଞ୍ଚଳର ଦ୍ୱାର ନିକଟରେ ପହଞ୍ଚିଯାଇଛି। ଏହି ବିକାଶର ଗତି ସାରା ଭାରତରେ ରହିଥିବା ସେ ଉଦାହରଣ ଦେଇଥିଲେ। ୩୭ କୋଟି ଲୋକ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି, ୧୧ କୋଟି ଲୋକ ପାଇଖାନା ପାଇଛନ୍ତି ଏବଂ ୧୩ କୋଟି ଲୋକ ଗ୍ୟାସ୍ ସଂଯୋଗ ପାଇଲେଣି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଉପ-ନିର୍ବାଚନ ବେଳେ ଉତ୍ତେଜନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।
National
ବିବାହ ଉତ୍ସବରେ ଟଙ୍କା ବର୍ଷା; ଜେସିବି ଓ ଛାତ ଉପରୁ ଉଡ଼ାଇଦେଲେ ୨୦ ଲକ୍ଷ
ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି।
National
ମଦ ଭାବି ପିଇ ଦେଲେ ଟଏଲେଟ୍ କ୍ଲିନର୍, ଚାଲିଗଲା ଜୀବନ
କାଚ ବୋତଲରେ ରଖାଯାଇଥିବା ଟଏଲେଟ୍ କ୍ଲିନର୍କୁ ମଦ ଭାବି ଜଣେ ୬୭ ବର୍ଷୀୟ ବୃଦ୍ଧ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି।
National
ଦୁଇ ଟ୍ରକ୍ ଓ ବସ୍ ମଧ୍ୟରେ ଦୁର୍ଘଟଣା; ଚାଲିଗଲା ୨ ଜୀବନ, ୨୦ ଗୁରୁତର
ଏକ ବସ୍ ଓ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।