ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ସରକାର ଅବହେଳା କରିଛନ୍ତି। ଏ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ୧୦ଟି କେନ୍ଦ୍ର ମନ୍ତ୍ରଣାଳୟକୁ ଦାୟୀ କରି ୫ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଟଙ୍କା କୋର୍ଟର ରେଜିଷ୍ଟରରେ ଜମା ହେବ। ଏହି ମନ୍ତ୍ରଣାଳୟ ମଧ୍ୟରେ ବିଧି ଏବଂ ନ୍ୟାୟ ମନ୍ତ୍ରଣାଳୟ, ମହିଳା ଏବଂ କଲ୍ୟାଣ, ସାମାଜିକ ନ୍ୟାୟ ଏବଂ ଅଧିକାର, ଗ୍ରାମୀଣ ବିକାଶ ଭଳି ପ୍ରମୁଖ ମନ୍ତ୍ରଣାଳୟ ରହିଛି।
ଯେଉଁମାନେ ବାସହରା ହୋଇଛନ୍ତି, ଖାଇବା ପାଇଁ ରାସ୍ତା କଡ଼ରେ ଭିକ ମାଗୁଛନ୍ତି, ଆଧାର କାର୍ଡ ନଥିବାରୁ ପିଡିଏସ ସାମଗ୍ରୀ ନେଇପାରୁ ନାହାନ୍ତି ସେହିଭଳି ଲୋକଙ୍କୁ ରୋଷେଇ କରି ଖାଇବା ଯୋଗାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ସାମାଜିକ ଓ ଆର୍ଥିକ ଭାବରେ ଦୁର୍ବଳ ହୋଇପଡ଼ିଥିବା ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷା ମିଳିପାରିବ। ହେଲେ ଏହି ୧୦ଟି ମନ୍ତ୍ରଣାଳୟ ଏସବୁ କରିବାରେ ଅବହେଳ ବା ପଛଘୁଞ୍ଚା ଦେଇଥିଲା। ତେଣୁ ସୁପ୍ରିମକୋର୍ଟ ଜୋରିମାନା ଲଗାଇଛନ୍ତି। ଖାଲି କେନ୍ଦ୍ର ନୁହେଁ ରାଜ୍ୟ ସରକାର ମଧ୍ୟ ଏଥିରେ ଅବହେଳା କରିଛନ୍ତି।
କେନ୍ଦ୍ର ସରକାର ୧୦ ସେପ୍ଟେମ୍ୱର ୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଲାଗୁ କରିଛନ୍ତି। ଏହି ନିୟମ ଆଧାରରେ ପିଡିଏସ ସାମଗ୍ରା ପାଉଥିବା ଉପଭୋକ୍ତା କମ୍ ମୂଲ୍ୟରେ ପିଡିଏସ ସାମଗ୍ରୀ ପାଇପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।