‘ପଟେଲଙ୍କୁ କ୍ୟାବିନେଟରେ ସାମିଲ କରିବାକୁ ଚାହୁଁନଥିଲେ ନେହରୁ’
ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ପ୍ରଥମେ ତାଙ୍କ କ୍ୟାବିନେଟରେ ସାମିଲ୍ କରିବାକୁ ଚାହୁଁନଥିଲେ। କ୍ୟାବିନେଟ ମନ୍ତ୍ରୀଙ୍କ ତାଲିକା ଯେତେବେଳେ ପ୍ରଥମ ପ୍ରକାଶ ପାଇଥିଲା ସେତେବେଳେ ପଟେଲଙ୍କ ନାମ ନଥିଲା। ଏକ ବହିକୁ ଉଦ୍ଧାର କରି ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ଟୁଇଟରରେ ଏଭଳି ଏକ ମନ୍ତବ୍ୟ ରଖିଥିଲେ। ଏବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ବିଶିଷ୍ଟ ଐତିହାସିକ ରାମଚନ୍ଦ୍ର ଗୁହା ଟୁଇଟ୍ କରି ପଟେଲଙ୍କୁ କ୍ୟାବିନେଟରେ ସାମିଲ୍ କରିବା ପାଇଁ ନେହରୁଙ୍କ ଦ୍ୱାରା ଦିଆଯାଇଥିବା ଚିଠିକୁ ଟୁଇଟ କରି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।
Learnt from the book that Nehru did not want Patel in the Cabinet in 1947 and omitted him from the initial Cabinet list. Clearly, a subject for much debate. Noted that the author stood her ground on this revelation. pic.twitter.com/FelAMUZxFL
— Dr. S. Jaishankar (@DrSJaishankar) February 12, 2020
ବୁଧବାର ନାରାୟଣି ବସୁଙ୍କ ଲିଖିତ ଖ୍ୟାତନାମା ପ୍ରଶାସକ ଭିପି ମେନୋନଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ବହିରୁ ଉଦ୍ଧାର କରି ଜୟଶଙ୍କର କହିଥିଲେ, ‘ଏବେ ଏହି ପ୍ରସଙ୍ଗରେ ତର୍କ ହେବା ଆବଶ୍ୟକ ରହିଛି’। ମେନନଙ୍କ ଦ୍ୱାରା ଲେଖାଯାଇଥିବା କିଛି ଧାଡିକୁ ଟୁଇଟ୍ କରି ଜୟଶଙ୍କର ଲେଖିଥିଲେ, ‘ଯେତେବେଳ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ନିଧନ ହୋଇଥିଲା, ସେତେବେଳେ ତାଙ୍କର ସ୍ମୃତିକୁ ଲିଭାଇବା ପାଇଁ ଏକ ବଡ଼ ଅଭିଯାନ ଆରମ୍ଭ ହୋଇଥିଲା। ମୋତେ ଏହା ଜଣାଥିଲା। କାରଣ ସେ ପରିସ୍ଥିତି ମୁଁ ନିଜେ ଦେଖିଛି। ସେତେବେଳେ ନିଜକୁ ପୀଡ଼ିତ ବୋଲି ଅନୁଭବ ହେଉଥିଲା’।
ଜୟଶଙ୍କରଙ୍କର ଟୁଇଟକୁ ବିରୋଧ କରି ରାମଚନ୍ଦ୍ର ଗୁହା ଲେଖିଛନ୍ତି, ‘ଏହାକୁ ନେଇ ଜୟଶଙ୍କର ଚିନ୍ତା କରିବାର ଆବଶ୍ୟକ ନାହିଁ। ଏହା ଏକ ମିଛ କଥା। ପ୍ରଫେସର ଶ୍ରୀନାଥ ରାଘବନ ନିଜ ଲେଖାରେ ଏଭଳି ଅଭିଯୋଗକୁ ମିଛ ବୋଲି ପ୍ରମାଣ କରି ସାରିଛନ୍ତି। ତେଣୁ ବୈଦେଶିକ ମନ୍ତ୍ରୀ ଏ ବାବଦରେ ମିଛ ପ୍ରଚାର କରିବାର ଆବଶ୍ୟକତା ନାହିଁ। ଏହି କାମ ବିଜେପି ଆଇଟି ସେଲ ଉପରେ ଛାଡ଼ି ଦିଆଯାଉ’।
The letter of 1 August where Nehru invites Patel to join the first Cabinet of free India, calling him the “strongest pillar” of that Cabinet. Can someone show this to @DrSJaishankar please? pic.twitter.com/N6m1mOr7SF
— Ramachandra Guha (@Ram_Guha) February 13, 2020
ନେହରୁଙ୍କ ଉପରେ ବରିଷ୍ଠ ସାମ୍ୱାଦିକ ପୀୟୂଷ ବେବଲେ ଏକ ବହି ଲେଖିଥିଲେ। ଯେଉଁଥିରେ ନେହରୁଙ୍କ କ୍ୟାବିନେଟ ଗଠନକୁ ନେଇ ଯେଉଁ ଅଭିଯୋଗ ରହିଛି ତାହାକୁ ଅମୂଳକ କହି ଖାରଜ କରାଯାଇଛି। ଭିପି ମେନନଙ୍କ ଦ୍ୱାରା ଲେଖାଯାଇଥିବା ଲେଖାର ଜବାବ ଦେବାକୁ ଯାଇ ୧ ଅଗଷ୍ଟ ୧୯୪୭ରେ ନେହରୁଙ୍କ ତରଫରୁ ପଟେଲଙ୍କୁ ଦିଆଯାଇଥିବା ଚିଠିକୁ ଟୁଇଟ୍ କରିଛନ୍ତି ଗୁହା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।