ନେପାଳରେ ଭାରତୀୟ ଘରୋଇ ନ୍ୟୁଜ ଚ୍ୟାନେଲ ପ୍ରସାରଣ ଉପରେ ରୋକ୍

କାଠମାଣ୍ଡୁ: ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଭାରତର ଦୂରଦର୍ଶନକୁ ଛାଡ଼ି ସମସ୍ତ ନ୍ୟୁଜ ଚ୍ୟାନେଲ ଉପରେ ରୋକ୍ ଲଗାଇଛି ନେପାଳ। ଭାରତୀୟ ମିଡ଼ିଆରେ ନେପାଳର ରାଜନୀତି ଏବଂ କୂଟନୀତିକୁ ନେଇ ଭୁଲ ବାର୍ତ୍ତା ଭାରତୀୟ ମିଡିଆରେ ପ୍ରକାଶ ପାଇଛି ତେଣୁ ନେପାଳ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କେପି ଓଲି ସରକାରର ମୁଖପାତ୍ର କହିଛନ୍ତି। ତେବେ ପାକିସ୍ତାନ ଏବଂ ଚୀନ ଗଣମାଧ୍ୟମ ଉପରେ ନେପାଳ ସରକାର କୌଣସି ପ୍ରତିବନ୍ଧକ […]

NEPAL PEOPLE

NEPAL PEOPLE

Subhransu Sekhar
  • Published: Thursday, 09 July 2020
  • Updated: 09 July 2020, 09:09 PM IST

Sports

Latest News

କାଠମାଣ୍ଡୁ: ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଭାରତର ଦୂରଦର୍ଶନକୁ ଛାଡ଼ି ସମସ୍ତ ନ୍ୟୁଜ ଚ୍ୟାନେଲ ଉପରେ ରୋକ୍ ଲଗାଇଛି ନେପାଳ। ଭାରତୀୟ ମିଡ଼ିଆରେ ନେପାଳର ରାଜନୀତି ଏବଂ କୂଟନୀତିକୁ ନେଇ ଭୁଲ ବାର୍ତ୍ତା ଭାରତୀୟ ମିଡିଆରେ ପ୍ରକାଶ ପାଇଛି ତେଣୁ ନେପାଳ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କେପି ଓଲି ସରକାରର ମୁଖପାତ୍ର କହିଛନ୍ତି। ତେବେ ପାକିସ୍ତାନ ଏବଂ ଚୀନ ଗଣମାଧ୍ୟମ ଉପରେ ନେପାଳ ସରକାର କୌଣସି ପ୍ରତିବନ୍ଧକ ଲଗାଇ ନାହାନ୍ତି।

https://twitter.com/Rajanktm/status/1281165533040111616

ସୂଚନାଯୋଗ୍ୟ, ନେପାଳର କେପି ଓଲି ସରକାର ଭାରତର ସ୍ଥାନକୁ ନିଜ ନୂଆ ନକ୍ସାରେ ସାମିଲ୍ କରିଛି। ଏହାକୁ ଭାରତ କଡ଼ା ବିରୋଧ କରିଥିଲା। ଏମିତିକି ପ୍ରଧାନମନ୍ତ୍ରୀ କେପି ଓଲି ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ତାଙ୍କ ଦଳରେ ଦୁଇ ମତ ପ୍ରକାଶ ପାଇଛି। ଶାସକ ଦଳର ନେତା ହୋଇଥିଲେ ମଧ୍ୟ ତାଙ୍କୁ ବହିଷ୍କାର କରିବା ପାଇଁ ଦଳ ଭିତରୁ ସ୍ୱର ତେଜିଛି। ଏବେ କାଠମାଣ୍ଡୁରେ ଥିବା ଚୀନର ମହିଳା ରାଷ୍ଟ୍ରଦୂତ ଆଇନ ଉଲ୍ଲଂଘନ କରି ଓଲି ସରକାରଙ୍କ ଗାଦି ବଞ୍ଚାଇବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି। ଏସବୁ ଖବର ଭାରତୀୟ ମିଡିଆରେ ପ୍ରକାଶ ପାଇବା ପରେ ନେପାଳ ଚିଡି ଯାଇଛି।

ଏହାରି ଭିତରେ ପାକିସ୍ତାନ ମଧ୍ୟ ନେପାଳ ସହିତ ଦୋସ୍ତି ପାଇଁ ହାତ ବଢ଼ାଇଛି। ସୂଚନାଯୋଗ୍ୟ, ଏଲଏସିରେ ବିବାଦ ବଢ଼ିବା ପରେ ଚୀନ୍ ଭାରତର କିଛି ମିଡିଆକୁ ବ୍ୟାନ କରିଛି। ଏବେ ନେପାଳ ମଧ୍ୟ ଚୀନ କଥାରେ ପଡ଼ି ସମାନ ନୀତି ଆପଣାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos