ନେପାଳ ଭୂକଂପ: ଭୁଶୁଡ଼ି ପଡ଼ିଛି ୧୦୦୦ ବୌଦ୍ଧ ମଠ, ପ୍ରାଣ ହରାଇଛନ୍ତି ୨୦୦ ବୌଦ୍ଧ ସନ୍ୟାସୀ

କାଠମାଣ୍ଡୁ: ଗତ ଏପ୍ରିଲ ୨୫ ତାରିଖରେ ନେପାଳରେ ହୋଇଥିବା ବିନାଶକାରୀ ଭୂକଂପରେ ପ୍ରାୟ ୨୦୦  ବୌଦ୍ଧ ସନ୍ୟାସୀ ଓ ସନ୍ୟାସିନୀ ପ୍ରାଣ ହରାଇଛନ୍ତି। ସେହିପରି ପ୍ରାୟ ୧୦୦୦ଟି ବୌଦ୍ଧ ମଠ ଭୁଶୁଡ଼ି ଯାଇଛି। ନେପାଳର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବୁଦ୍ଧିଷ୍ଟ୍ ଫିଲୋସୋଫି ପ୍ରୋମୋସନ୍ ଆଣ୍ଡ୍ ମୋନାଷ୍ଟ୍ରୀ ଡେଭଲପମେଣ୍ଟ କମିଟି (ବିପିପିଏମଡିସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିପିପିଏମଡିସି କହିଛି ଯେ ନେପାଳର ସିନ୍ଧୁପାଲଚୌକ ଜିଲ୍ଲାରେ ଥିବା ସମସ୍ତ ୨୧୫ଟି ଯାକ ବୌଦ୍ଧ ମନ୍ଦିର ଧ୍ୱସ୍ତ ହୋଇଯାଇଛି। […]

budha

Rakesh Mallick
  • Published: Friday, 22 May 2015
  • , Updated: 04 May 2017, 03:45 PM IST

କାଠମାଣ୍ଡୁ: ଗତ ଏପ୍ରିଲ ୨୫ ତାରିଖରେ ନେପାଳରେ ହୋଇଥିବା ବିନାଶକାରୀ ଭୂକଂପରେ ପ୍ରାୟ ୨୦୦  ବୌଦ୍ଧ ସନ୍ୟାସୀ ଓ ସନ୍ୟାସିନୀ ପ୍ରାଣ ହରାଇଛନ୍ତି। ସେହିପରି ପ୍ରାୟ ୧୦୦୦ଟି ବୌଦ୍ଧ ମଠ ଭୁଶୁଡ଼ି ଯାଇଛି। ନେପାଳର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବୁଦ୍ଧିଷ୍ଟ୍ ଫିଲୋସୋଫି ପ୍ରୋମୋସନ୍ ଆଣ୍ଡ୍ ମୋନାଷ୍ଟ୍ରୀ ଡେଭଲପମେଣ୍ଟ କମିଟି (ବିପିପିଏମଡିସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିପିପିଏମଡିସି କହିଛି ଯେ ନେପାଳର ସିନ୍ଧୁପାଲଚୌକ ଜିଲ୍ଲାରେ ଥିବା ସମସ୍ତ ୨୧୫ଟି ଯାକ ବୌଦ୍ଧ ମନ୍ଦିର ଧ୍ୱସ୍ତ ହୋଇଯାଇଛି। ସେହିପରି ଗୋର୍ଖାରେ ୧୫୦ଟି, ଧାଡ଼ିଙ୍ଗରେ ୧୦୫, ରାସୁୱାରେ ୬୦ ଓ ସୋଲୁଖୁମ୍ବୁରେ ୬୦ଟି ବୌଦ୍ଧ ମଠ ମାଟିର ମିଶି ଯାଇଛି। ନୂୱାକୋତ, ଡୋଲଖା, ରାମେଛାପ, ଓଖାଲଧୂଙ୍ଗା, ମକୱାନପୁର, ଲାମଜଙ୍ଗ ଓ ସ୍ୟାଙ୍ଗଜ ଜିଲ୍ଲାରେ ଥିବା ବୌଦ୍ଧ ମନ୍ଦିରଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଇ ନିକଟରେ ବିପିପିଏମଡିସିର ଅଧ୍ୟକ୍ଷ କରମା ସେରିଙ୍ଗ ତାଶୀ ଲାମା ସିନ୍ଧୁପାଲଚୌକ ଓ ରାସୁୱା ଗସ୍ତ କରି ଥିଲେ। ଗସ୍ତ ପରେ ସେ କହିଥିଲେ ଯେ ଏ ଦୁଇଟି ଜିଲ୍ଲାରେ ଆଉ ଗୋଟିଏ ବି ବୌଦ୍ଧ ମନ୍ଦିର ନାହିଁ। ସବୁ ଧ୍ୱଂସ ହୋଇଯାଇଛି।

ସୂଚନାଯୋଗ୍ୟ, ଏହି ଭୟାବହ ଭୂକଂପରେ ନେପାଳରେ ୮ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧୭ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ।

Related story