ଭାରତରେ ତିଆରି ହୋଇଛି ନକଲି ଅଯୋଧ୍ୟା: କେପି ଓଲି

କାଠମାଣ୍ଡୁ: ନିଜ ଗାଦିକୁ ନେଇ ଲାଗି ରହିଥିବା ଅସ୍ଥିରତାକୁ ଘୋଡ଼ାଇବା ପାଇଁ ଭାରତ ବିରୋଧରେ ଅଯଥା ବିଷ ଓଗାଳୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ସୋମବାର ସେ କହିଛନ୍ତି, ଭାରତରେ ଅକଲି ଅଯୋଧ୍ୟା ନର୍ମାଣ ହୋଇଛି। ଅସଲରେ ଅଯୋଧ୍ୟା ନେପାଳରେ ରହିଛି। କବି ଭାନୁଭକ୍ତ ଆଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ଓଲି ତାଙ୍କ ବାସଭାବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ଅବସରରେ ସେ କହିଥିଲେ, “ନେପାଳ ଉପରେ ସାଂସ୍କୃତିକ ଅତ୍ୟାଚାର ହୋଇଛି। ଐତିହାସିକ ତଥ୍ୟ ମଧ୍ୟ […]

kp oli

kp oli

Subhransu Sekhar
  • Published: Monday, 13 July 2020
  • Updated: 13 July 2020, 09:51 PM IST

Sports

Latest News

କାଠମାଣ୍ଡୁ: ନିଜ ଗାଦିକୁ ନେଇ ଲାଗି ରହିଥିବା ଅସ୍ଥିରତାକୁ ଘୋଡ଼ାଇବା ପାଇଁ ଭାରତ ବିରୋଧରେ ଅଯଥା ବିଷ ଓଗାଳୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ସୋମବାର ସେ କହିଛନ୍ତି, ଭାରତରେ ଅକଲି ଅଯୋଧ୍ୟା ନର୍ମାଣ ହୋଇଛି। ଅସଲରେ ଅଯୋଧ୍ୟା ନେପାଳରେ ରହିଛି।

କବି ଭାନୁଭକ୍ତ ଆଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ଓଲି ତାଙ୍କ ବାସଭାବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ଅବସରରେ ସେ କହିଥିଲେ, “ନେପାଳ ଉପରେ ସାଂସ୍କୃତିକ ଅତ୍ୟାଚାର ହୋଇଛି। ଐତିହାସିକ ତଥ୍ୟ ମଧ୍ୟ ଭୁଲ୍ ଦର୍ଶାଯାଉଛି। ଆମେ ତଥାପି ବିଶ୍ୱାସ କରୁ ଭାରତୀୟ ରାଜକୁମାର ରାମଙ୍କୁ ନେପାଳ ସୀତା ଦେଇଛି”।

ସେ ଦାବି କରିଛନ୍ତି ଯେ, ଆମେ ଭାରତରେ ଥିବା ଅଯୋଧ୍ୟା ରାଜ କୁମାରଙ୍କୁ ସୀତା ଦେଇ ନାହୁଁ। ବରଂ ଏହା ନେପାଳର ଅଯୋଧ୍ୟାରେ ଥିବା ରାଜକୁମାରଙ୍କୁ ଦେଇଛୁ। ଅଯୋଧ୍ୟା ଗୋଟିଏ ଗାଁ। ଏହା ବିରଗଞ୍ଜର ପଶ୍ଚିମରେ ରହିଛି। ଭାରତରେ ନିର୍ମିତ ଅଯୋଧ୍ୟା ବାସ୍ତବ ନୁହେଁ।

ସେ ତାଙ୍କ ଯୁକ୍ତି ଦର୍ଶାଇ କହିଛନ୍ତି, ଯଦି ଭାରତରେ ଅଯୋଧ୍ୟା ବାସ୍ତବିକ ତା’ହେଲେ ରାଜକୁମାର ବିବାହ ପାଇଁ ଜନକପୁର କେମେତି ଆସିବେ? ସେ ଆହୁରି କହିଛନ୍ତି, ବିଜ୍ଞାନର ଉତ୍ପତ୍ତି ଏବଂ ଏହାର ବିକାଶ ନେପାଳରେ ହୋଇଛି।

ସୂଚନାଯୋଗ୍ୟ, ଓଲି ଏବେ ତାଙ୍କ ଦଳ ଭିତରୁ କୋଣଠେସା ହୋଇଛନ୍ତି। ଅଧିକାଂଶ ସାଂସଦ ଏବେ ତାଙ୍କ ବିରୋଧରେ। ରାଜନୀତିକ ଗାଦି ବଞ୍ଚାଇବା ପାଇଁ ସେ ଚୀନ ଏବଂ ପାକିସ୍ତାନର ଶରଣରେ ପଶିଛନ୍ତି। ଏମିତିକି କାଠମାଣ୍ଡୁରେ ଥିବା ଚୀନର ମହିଳା ଦୂତାବାସ ଅଧିକାରୀଙ୍କ ହନିଟ୍ରାପର ଶିକାର ଓଲି ସରକାର ହୋଇଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos