ମୋଦିଙ୍କୁ ରୁଦ୍ରାକ୍ଷ ମାଳା ଦେଲେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ରୁଦ୍ରାକ୍ଷ ମାଳା ଉପହାର ଦେଇଛନ୍ତି। ଗତକାଲି ସେ ମୋଦିଙ୍କ ଭବ୍ୟ ଶପଥ ପାଠ ଉତ୍ସବରେ ସାମିଲ ହୋଇଥିଲେ। ଆଜି ସେ ମୋଦିଙ୍କୁ ସ୍ୱତନ୍ତ୍ର ଭାବେ ଭେଟିବା ସହ ଏଭଳି ଉପହାର ପ୍ରଦାନ କରିଛନ୍ତି। ଗତକାଲି ଶପଥ ନେଇଥିବା ମୋଦି ଆଜିଠାରୁ ହିଁ ଆନୁଷ୍ଠାନିକ ଭାବେ କାମ କରିବା ଆରମ୍ଭ କରିଛନ୍ତି। ବିମଷ୍ଟେକ୍‌ ରାଷ୍ଟ୍ରମୁଖ୍ୟମାନେ ଗତକାଲି ଶପଥପାଠ ଉତ୍ସବରେ ଯୋଗଦେଇଥିଲେ। ଆଜି […]

ui

Hemant Lenka
  • Published: Friday, 31 May 2019
  • , Updated: 31 May 2019, 05:36 PM IST

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ରୁଦ୍ରାକ୍ଷ ମାଳା ଉପହାର ଦେଇଛନ୍ତି। ଗତକାଲି ସେ ମୋଦିଙ୍କ ଭବ୍ୟ ଶପଥ ପାଠ ଉତ୍ସବରେ ସାମିଲ ହୋଇଥିଲେ। ଆଜି ସେ ମୋଦିଙ୍କୁ ସ୍ୱତନ୍ତ୍ର ଭାବେ ଭେଟିବା ସହ ଏଭଳି ଉପହାର ପ୍ରଦାନ କରିଛନ୍ତି।

ଗତକାଲି ଶପଥ ନେଇଥିବା ମୋଦି ଆଜିଠାରୁ ହିଁ ଆନୁଷ୍ଠାନିକ ଭାବେ କାମ କରିବା ଆରମ୍ଭ କରିଛନ୍ତି। ବିମଷ୍ଟେକ୍‌ ରାଷ୍ଟ୍ରମୁଖ୍ୟମାନେ ଗତକାଲି ଶପଥପାଠ ଉତ୍ସବରେ ଯୋଗଦେଇଥିଲେ। ଆଜି ମୋଦି ସମସ୍ତଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପରସ୍ପର ସହଯୋଗ ଭିତ୍ତିରେ କେମିତି ବିକାଶ ହୋଇପାରିବ, ସେ ସମ୍ପର୍କରେ ମୋଦି ବିମଷ୍ଟେକ୍‌ ରାଷ୍ଟ୍ରମୁଖ୍ୟଙ୍କୁ ଜଣାଇଛନ୍ତି।

ଏହିକ୍ରମରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ହାଇଦ୍ରାବାଦ ହାଉସ୍‌ ଠାରେ ହୋଇଥିବା ଏହି ବୈଠକ ପରେ ଶ୍ରୀ ଓଲି ମୋଦିଙ୍କୁ ରୁଦ୍ରାକ୍ଷ ମାଳା ଦେଇଥିଲେ। ଆଗକୁ ଭାରତ ଓ ନେପାଳ ସମ୍ପର୍କ କେମିତି ସୁଦୃଢ଼ ହୋଇପାରିବ, ସେ ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ।

Related story