ତିନି ଭାରତୀୟଙ୍କ ଉପରକୁ ଗୁଳି ଚଳାଇଲା ନେପାଳ ପୁଲିସ

ପାଟଣା: ବିହାର ସୀମାରେ ନେପାଳ ପୁଲିସର ଦାଦାଗିରି ଦେଖିବାକୁ ମିଳିଛି। ରବିବାର ନେପାଳ ପୁଲିସ ବିହାର ସୀମାରେ ଥିବା କିସନଗଞ୍ଜରେ ତିନି ଭାରତୀୟଙ୍କୁ ଉପରକୁ ଗୁଳି ଚଳାଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ଘଟଣାର ତଦନ୍ତ ଚାଲିଛି ବୋଲି କିସାନଗଞ୍ଜ ଏସପି କହିଛନ୍ତି। ନିକଟରେ ଭାରତର କଳାପାଣି, ଲିପୁଲେଖ ଏବଂ ଉତ୍ତରାଖଣ୍ଡର ଲିମ୍ପିୟାଧୁରାକୁ ନେଇ ନେପାଳ ସହିତ ସୀମା ବିବାଦ ଜାରି ରହିଛି। ଏହାପରେ ଦୁଇ ଦେଶର ସୀମାରେ […]

nepal police

nepal police

Subhransu Sekhar
  • Published: Sunday, 19 July 2020
  • Updated: 19 July 2020, 10:01 PM IST

Sports

Latest News

ପାଟଣା: ବିହାର ସୀମାରେ ନେପାଳ ପୁଲିସର ଦାଦାଗିରି ଦେଖିବାକୁ ମିଳିଛି। ରବିବାର ନେପାଳ ପୁଲିସ ବିହାର ସୀମାରେ ଥିବା କିସନଗଞ୍ଜରେ ତିନି ଭାରତୀୟଙ୍କୁ ଉପରକୁ ଗୁଳି ଚଳାଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ଘଟଣାର ତଦନ୍ତ ଚାଲିଛି ବୋଲି କିସାନଗଞ୍ଜ ଏସପି କହିଛନ୍ତି।

ନିକଟରେ ଭାରତର କଳାପାଣି, ଲିପୁଲେଖ ଏବଂ ଉତ୍ତରାଖଣ୍ଡର ଲିମ୍ପିୟାଧୁରାକୁ ନେଇ ନେପାଳ ସହିତ ସୀମା ବିବାଦ ଜାରି ରହିଛି। ଏହାପରେ ଦୁଇ ଦେଶର ସୀମାରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଗତ ମାସରେ ନେପାଳ ସୀମାରେ ଥିବା ବିହାରର ସୀତାମରହିରେ ସୀମା ବିବାଦ ନେପାଳ ପୁଲିସ ଗୁଳି ଚଳାଇଥିଲା। ଏଥିରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos