ଜାଣନ୍ତୁ ୨୪ ଜୁଲାଇ ପରେ କେଉଁଠି ରହିବେ ବର୍ତ୍ତମାନର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଦେଶର ୧୪ତମ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୨୫ ତାରିଖରେ ସେ ସପଥ ନେବେ। ଏହାପର ଠାରୁ ସେ ସେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିବେ। ହେଲେ ବିଦାୟ ନେବାକୁ ଥିବା ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ  ରାଷ୍ଟ୍ରପତି ଭବନ ଛାଡି କେଉଁଠି ରହିବେ ଏନେଇ ମନରେ ବିଭିନ୍ନ ପ୍ରଶ୍ନ ଆସୁଥିବ। ରାଷ୍ଟ୍ରପତି ଭବନ ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନୂଆ ଠିକଣା […]

10rajaji

Rakesh Mallick
  • Published: Friday, 21 July 2017
  • , Updated: 21 July 2017, 05:34 PM IST

ନୂଆଦିଲ୍ଲୀ: ଦେଶର ୧୪ତମ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୨୫ ତାରିଖରେ ସେ ସପଥ ନେବେ। ଏହାପର ଠାରୁ ସେ ସେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିବେ। ହେଲେ ବିଦାୟ ନେବାକୁ ଥିବା ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ  ରାଷ୍ଟ୍ରପତି ଭବନ ଛାଡି କେଉଁଠି ରହିବେ ଏନେଇ ମନରେ ବିଭିନ୍ନ ପ୍ରଶ୍ନ ଆସୁଥିବ। ରାଷ୍ଟ୍ରପତି ଭବନ ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନୂଆ ଠିକଣା ପାଲଟିବ ୧୦ ରାଜାଜି ମାର୍ଗରେ ଥିବା ସରକାରୀ ବଙ୍ଗ୍‌ଳା। ୧୧,୭୭୬ ସ୍କୋୟାରଫୁଟ୍‌ ବିଶିଷ୍ଟ ଏହି ବଙ୍ଗ୍‌ଳାରେ ୮ଟି ବେଡ୍‌ରୁମ୍‌ ଥିବା ବେଳେ ଗୋଟିଏ ବଡ୍‌ ଲାଇବ୍ରେରି ରହିଛି। ଏହାପୂର୍ବରୁ ଏହି ବଙ୍ଗ୍‌ଳାରେ ପୂର୍ବତନ ରାଷ୍ଟ୍ରପତି ଅବ୍‌ଦୁଲ କଲାମ  ରହିଆସୁଥିଲେ। ତାଙ୍କ ନିଧନ ପରେ କେନ୍ଦ୍ରୀୟ ପର୍ଯ୍ୟଟନ୍‌ ମନ୍ତ୍ରୀ ଡ. ମହେଶ ଶର୍ମାଙ୍କୁ ଏହି ବଙ୍ଗ୍‌ଳା ଦିଆଯାଇଥିଲା।

Related story