ଆଖି ଆଗରେ ଉଭାନ ହୋଇଗଲେ ପାଇଲଟ୍‌ ସ୍ୱାମୀ: ସେତେବେଳେ ଡ୍ୟୁଟିରେ ଥିଲେ ପତ୍ନୀ

ନୂଆଦିଲ୍ଲୀ: ସ୍ୱାମୀର ଶୁଭ ମନାସି, ଦୀର୍ଘୟୁ କାମନା କରି ଓଷାବ୍ରତ କରିଥାଏ ସ୍ତ୍ରୀ। ସ୍ୱାମୀ ଉପରେ କିଛି ବିପଦ ନ ଆସୁ ବୋଲି କେତେ ଠାକୁରଙ୍କୁ  ମୁଣ୍ଡିଆ ମାରିଥାଏ। ହେଲେ  ଆଖି ଆଗରୁ ଯଦି ଉଭାନ ହୋଇଯିବ ସ୍ୱାମୀ, କେଉଁ ସ୍ତ୍ରୀ ଅବା ଧୈର୍ଯ୍ୟ ଧରି ରହି ପାରିବ। ଏହି ଘଟଣା ଘଟିବାର ୪ ଦିନ ପରେ ବି ନିଖୋଜ ସ୍ୱାମୀଙ୍କ ପତ୍ତା ମିଳୁନି। ଆଉ ନିଜ ଆଖିରେ ଏହି ସବୁ ଦୃଶ୍ୟ ଦେଖିଥିବା ହତଭାଗିନୀ ସ୍ତ୍ରୀ […]

793613-pilot-2

Biswobandita Swain
  • Published: Friday, 07 June 2019
  • , Updated: 07 June 2019, 04:05 PM IST

ନୂଆଦିଲ୍ଲୀ: ସ୍ୱାମୀର ଶୁଭ ମନାସି, ଦୀର୍ଘୟୁ କାମନା କରି ଓଷାବ୍ରତ କରିଥାଏ ସ୍ତ୍ରୀ। ସ୍ୱାମୀ ଉପରେ କିଛି ବିପଦ ନ ଆସୁ ବୋଲି କେତେ ଠାକୁରଙ୍କୁ  ମୁଣ୍ଡିଆ ମାରିଥାଏ। ହେଲେ  ଆଖି ଆଗରୁ ଯଦି ଉଭାନ ହୋଇଯିବ ସ୍ୱାମୀ, କେଉଁ ସ୍ତ୍ରୀ ଅବା ଧୈର୍ଯ୍ୟ ଧରି ରହି ପାରିବ। ଏହି ଘଟଣା ଘଟିବାର ୪ ଦିନ ପରେ ବି ନିଖୋଜ ସ୍ୱାମୀଙ୍କ ପତ୍ତା ମିଳୁନି। ଆଉ ନିଜ ଆଖିରେ ଏହି ସବୁ ଦୃଶ୍ୟ ଦେଖିଥିବା ହତଭାଗିନୀ ସ୍ତ୍ରୀ ଏବେ ଏକପ୍ରକାର ମୁକ ପାଲଟି ଯାଇଛି । ଅରୁଣାଞ୍ଚଳପ୍ରଦେଶର ମନଚୁକାଠାରେ ଗତ ୪ ଦିନ ପୂର୍ବେ  AN-32 ବିମାନ ନିଖୋଜ ହୋଇଯିବା ପରେ ଏପରି ଘଟଣା ସାମ୍ନାକୁ ଆସିଛି। 

ଭାରତୀୟ ବାୟୁସେନାର ବିମାନ AN-32 ଅରୁଣାଞ୍ଚଳ ପ୍ରଦେଶରେ ମନଚୁକାଠାରେ ଗତ ସୋମବାର  ଅପରାହ୍ନରେ  ନିଖୋଜ ହୋଇଯାଇଛି। ବହୁ ଖୋଜାଖୋଜି ସତ୍ତ୍ୱେ ଏହାର ପତ୍ତା ମିଳୁନି। ଏହି ବିମାନରେ ଅନ୍ୟ ଯାତ୍ରୀଙ୍କ ସହ ଥିବା ପାଇଲଟ୍‌ ଆଶିଷ ତନୱିର୍‌ଙ୍କର ମଧ୍ୟ କୌଣସି ପତ୍ତା ମିଳିନାହିଁ। ବିମାନ ନିଖୋଜ ହେବାର ଅର୍ଥାତ ଆଖି ଆଗରୁ ସ୍ୱାମୀ ଗାଏବ ହେବାର ଦୃଶ୍ୟକୁ ସେଦିନ ଆଶିଷଙ୍କ ପତ୍ନୀ ଜଳଜଳ ହୋଇ ଦେଖିଥିଲେ।

ଆଶିଷଙ୍କ ପତ୍ନୀ  ସନ୍ଧ୍ୟା ଜୋରହାଟ ଏୟାରବେସ୍‌ରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ରାଡର ଅପରେଟର ପଦର ଅଛନ୍ତି।  ସେଦିନ ସ୍ୱାମୀ ନିଖୋଜ ହେବା ପରେ ସନ୍ଧ୍ୟା ହିଁ ପ୍ରିୟ ପରିଜନଙ୍କୁ ସ୍ୱାମୀଙ୍କ ନିଖୋଜ ହେବାର ଖବର ଦେଇଥିଲେ।

ବିମାନଟି ୧୨.୨୫ମିନିଟ୍‌ରେ ଆସାମର ଜୋରହଟରୁ ଉଡାଣ ଭରିଥିଲା। ବିମାନ ଉଡିବାର ୩୦ମିନିଟ୍‌ ପରେ ଅରୁଣାଚଳ ପ୍ରଦେଶର ମନଚୁକା ପାଖରେ ବିମାନଟି ନିଖୋଜ ହୋଇଯାଇଥିଲା। ବିମାନର ରାଡାରରେ ଶେଷ ଥର ପାଇଁ ସମ୍ପର୍କ ଅପରାହ୍ନ ୧ଟାରେ ହୋଇଥିଲା। ଏହାପରେ ସନ୍ଧ୍ୟା ଆଶିଷଙ୍କ ନିଖୋଜ ଖବର ପୂରା ପରିବାରକୁ ଦେଇଥିଲେ।

ଆଶିଷଙ୍କ ନିଖୋଜ ଖବର ଶୁଣିବା ପରେ ପୁରା ପରିବାର ଏବେ ସ୍ତବ୍ଧ ହୋଇଯାଇଛି। ଆଶିଷଙ୍କ ଦାଦାଙ୍କ କହିବା ଅନୁଯାୟୀ ଯେତେଯେତେ ସମୟ ଗଡି ଚାଲୁଛି ପରିବାରର ଧୈର୍ଯ୍ୟ ସେତେ ଭାଙ୍ଗିବାରେ ଲାଗିଛି।

ମା ବାପାଙ୍କର ଏକ ମାତ୍ର ସନ୍ତାନ ଥିଲେ ଆଶିଷ

ଆଶିଷଙ୍କ ପରିବାରର ପ୍ରାୟ ସଦସ୍ୟ ସେନାରେ କାର୍ଯ୍ୟରତ ଥିଲେ। ମା’ ବାପାଙ୍କର ଏକମାତ୍ର ସନ୍ତାନ ଥିଲେ ଆଶିଷ। ପିଲାଦିନୁ ଆଶିଷଙ୍କର ଇଚ୍ଛା ଥିଲା ଦେଶସେବା କରିବେ। ପତ୍ନୀ  ସନ୍ଧ୍ୟା ବାୟୁସନାର ରାଡାର ଅପରେଡର ପଦରେ କାର୍ଯ୍ୟରତ। ତାଙ୍କ ଭଉଣୀ ଅଞ୍ଜୁଲା ତନୱର ବାୟୁସେନାରେ ସ୍କାର୍ଡନ ଲିଡର ଅଛନ୍ତି।

ସ୍ତବ୍ଧ ପଡିଗଲେ ସନ୍ଧ୍ୟା

ଏବେ  ସ୍ୱାମୀଙ୍କ ନିଖୋଜ ପରେ ପତ୍ନୀ ସନ୍ଧ୍ୟା ମଧ୍ୟ ଏକ ପ୍ରକାର ଭାଙ୍ଗିପଡିଛନ୍ତି। ଆସି ସାମ୍ନାରେ ସ୍ୱାମୀଙ୍କ ଉଭାନ ହୋଇଯିବା ଦୃଶ୍ୟକୁ  ସେ ଭୁଲିପାରୁନଥିବା କଥା କହିଛନ୍ତି।

 

Related story