ଶସ୍ତା ହେବ ଡେବିଟ୍‌ କାର୍ଡରେ ସପିଂ

ଡିଜିଟାଲ୍ ଟ୍ରାଞ୍ଜାକସନ୍‌କୁ ପ୍ରୋତ୍ସାହନ ଦେବାକୁ ଯାଇ ଜାନୁଆରୀ ପହିଲାରୁ  ଶସ୍ତା ହେବ ଡେବିଟ୍‌ କାର୍ଡରେ ଶପିଂ। ସରକାରଙ୍କ ଏହି ନିୟମର ସିଧାସଳଖ ଲାଭ ପାଇବେ କାର୍ଡଧାରୀ । ନୂତନ ବର୍ଷଠୁ ଡେବିଟ୍‌ କାର୍ଡରେ ୨ ହଜାର ଟଙ୍କା ଯାଏଁ ଟ୍ରାଞ୍ଜକସନ୍‌ କରିବାକୁ କୌଣସି ଫିସ୍‌ ଦେବାକୁ ପଡ଼ିବ ନାହିଁ। ମଚ୍ୟାଣ୍ଟ ଡିସ୍‌କାଉଣ୍ଟ ରେଟ୍‌(MDR) ଡେବିଟ୍‌ କାର୍ଡ ସହିତ BHIM ଓ UPI ଟ୍ରାଞ୍ଜାକସନ୍‌ରେ ମଧ୍ୟ ଏହି ସୁବିଧା ଲାଗୁ ହେବ। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ବ୍ୟାଙ୍କକୁ ଏହି […]

hitting-buttons-on-chip-pin-emv-machine_573x300

Rakesh Mallick
  • Published: Sunday, 17 December 2017
  • , Updated: 17 December 2017, 06:16 PM IST

ଡିଜିଟାଲ୍ ଟ୍ରାଞ୍ଜାକସନ୍‌କୁ ପ୍ରୋତ୍ସାହନ ଦେବାକୁ ଯାଇ ଜାନୁଆରୀ ପହିଲାରୁ  ଶସ୍ତା ହେବ ଡେବିଟ୍‌ କାର୍ଡରେ ଶପିଂ। ସରକାରଙ୍କ ଏହି ନିୟମର ସିଧାସଳଖ ଲାଭ ପାଇବେ କାର୍ଡଧାରୀ । ନୂତନ ବର୍ଷଠୁ ଡେବିଟ୍‌ କାର୍ଡରେ ୨ ହଜାର ଟଙ୍କା ଯାଏଁ ଟ୍ରାଞ୍ଜକସନ୍‌ କରିବାକୁ କୌଣସି ଫିସ୍‌ ଦେବାକୁ ପଡ଼ିବ ନାହିଁ। ମଚ୍ୟାଣ୍ଟ ଡିସ୍‌କାଉଣ୍ଟ ରେଟ୍‌(MDR) ଡେବିଟ୍‌ କାର୍ଡ ସହିତ BHIM ଓ UPI ଟ୍ରାଞ୍ଜାକସନ୍‌ରେ ମଧ୍ୟ ଏହି ସୁବିଧା ଲାଗୁ ହେବ। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ବ୍ୟାଙ୍କକୁ ଏହି ବାବଦରେ ୨ ବର୍ଷ ପର୍ଯ୍ୟନ୍ତ ସରକାର ଦେୟ ଭାରଣା କରିବେ।

MDR ଚାର୍ଜ କ’ଣ ?

ବ୍ୟାଙ୍କ ଡେବିଟ୍‌ ଓ କ୍ରେଡିଟ୍ କାର୍ଡ ସର୍ଭିସ୍‌ ବାବଦରେ ମଚ୍ୟାଣ୍ଟଙ୍କଠାରୁ ଆଦାୟ କରୁଥିବା ଦେୟକୁ  MDR ଚାର୍ଜ କୁହାଯାଏ। ଯେଉଁ ମଚେଣ୍ଟ ବା ବ୍ୟବସାୟୀ ପ୍ରାଇଟ୍‌ ଅଫ୍‌ ସେଲ୍ (Pos) ବ୍ୟବହାର କରିଥାନ୍ତି, ସେମାନଙ୍କୁ ବ୍ୟାଙ୍କକୁ ଏହି ଚାର୍ଜ ଦେବାକୁ ପଡ଼ିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଚାର୍ଜ ବାବଦରେ ଦେୟ ଗ୍ରାହକଙ୍କଠାରୁ ଆଦାୟ କରାଯାଉଥିଲା।

ଡେବିଟ୍‌ କାର୍ଡରେ ହୋଇଥିବା କାରବାର ସିଧା ଆପଣଙ୍କ ଖାତା ସହ ଜଡ଼ିତ ଥାଏ। ଆପଣଙ୍କ କାର୍ଡରେ ଯେତିକି ଟଙ୍କା ଥାଏ, ସେତିକି ହିଁ ବ୍ୟବହାର କରି ପାରିବେ। ହେଲେ କ୍ରେଡିଟ୍‌ କାର୍ଡରେ ଏକ ନିର୍ଦ୍ଧାରିତ ନିୟମ ଅନୁସାରେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ୪୫ ଦିନ ମଧ୍ୟରେ ବ୍ୟାଙ୍କକୁ ଏହି ଟଙ୍କା ଶୁଝିବାକୁ ପଡ଼ିଥାଏ।

ବର୍ତ୍ତମାନ ପର୍ଯ୍ୟନ୍ତ ବଡ଼ ଦୋକାନ, ହୋଟେଲ, ସୋରୁମ୍ ଓ ରିଟେଲ ଆଉଟଲେଟ୍‌ରେ ଗ୍ରାହକଙ୍କୁ ଡେବିଟ୍‌ କାର୍ଡରେ ଟ୍ରାଞ୍ଜକସନ୍ କଲେ ଏକ୍ସଟ୍ରା ଚାର୍ଜ ଦେବାକୁ ପଡୁ ନ ଥିଲା। କିନ୍ତୁ ଛୋଟ ଦୋକାନୀ ଗ୍ରାହକଙ୍କଠାରୁ ଏହି ଟଙ୍କା ଆଦାୟ କରୁଥିଲେ। ନୂଆ ନିୟମ ପରେ ଏହି ସେବା ଏବେ ବନ୍ଦ ହୋଇଯିବ।

Related story