ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ: ଏକାଠି ହେଲେ ଦୁଇ ମେଗାଷ୍ଟାର କମଲ ହାସନ ଓ ରଜନୀକାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ ସମ୍ଭାବନା। ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ଦୁଇ ମେଗାଷ୍ଟାର କମଲ ହାସନ ଓ ରଜନୀକାନ୍ତ। ଅବସର ଥିଲା ଚେନ୍ନାଇରେ ତାମିଲ ସିନେମାର କିମ୍ବଦନ୍ତୀ ଅଭିନେତା ଶିବାଜୀ ଗଣେଶନଙ୍କ ମେମୋରିଆଲ୍ ଉଦଘାଟନ। ଏହି ଅବସରରେ ରଜନୀକାନ୍ତ କହିଛନ୍ତି, କେବଳ ଅର୍ଥ ଓ ଲୋକପ୍ରିୟତା ବଳରେ ରାଜନୀତିରେ ତିଷ୍ଠି ହେବନି ଏଥିପାଇଁ ଆଉ କିଛିର ଆବଶ୍ୟକତା ରହିଛି ଯାହା ବାବଦରେ ସେ ସଂପୂର୍ଣ୍ଣ ରୂପେ ଅଜ୍ଞ। ରଜନୀକାନ୍ତ କହିଛନ୍ତି, ଏ ବାବଦରେ […]

rajini-kamal-story_647_081217123828

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 01:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ ସମ୍ଭାବନା। ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ଦୁଇ ମେଗାଷ୍ଟାର କମଲ ହାସନ ଓ ରଜନୀକାନ୍ତ। ଅବସର ଥିଲା ଚେନ୍ନାଇରେ ତାମିଲ ସିନେମାର କିମ୍ବଦନ୍ତୀ ଅଭିନେତା ଶିବାଜୀ ଗଣେଶନଙ୍କ ମେମୋରିଆଲ୍ ଉଦଘାଟନ। ଏହି ଅବସରରେ ରଜନୀକାନ୍ତ କହିଛନ୍ତି, କେବଳ ଅର୍ଥ ଓ ଲୋକପ୍ରିୟତା ବଳରେ ରାଜନୀତିରେ ତିଷ୍ଠି ହେବନି ଏଥିପାଇଁ ଆଉ କିଛିର ଆବଶ୍ୟକତା ରହିଛି ଯାହା ବାବଦରେ ସେ ସଂପୂର୍ଣ୍ଣ ରୂପେ ଅଜ୍ଞ। ରଜନୀକାନ୍ତ କହିଛନ୍ତି, ଏ ବାବଦରେ ସବୁ ଜାଣିଛନ୍ତି କମଲ ହାସନ। କିଛି ଦିନ ତଳେ ରାଜନୀତିକୁ ନେଇ କମଲ ହାସନଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା, ରାଜନୀତିରେ ସଫଳତାର ମନ୍ତ୍ର ସେ ତାଙ୍କୁ ପଚାରିଥିଲେ କିନ୍ତୁ କମଲ ହାସନ ଏଥିପାଇଁ ସର୍ତ୍ତ ରଖିଥିଲେ। ରାଜନୀତିରେ ତାଙ୍କ ସହ ଯୋଗଦେଲେ ଯାଇ ସେ ସଫଳତାର ମନ୍ତ୍ର କହିବେ। ସେପଟେ କମଲ ହାସନ ଏ ଅବସରରେ ତାମିଲନାଡୁ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଡିସେମ୍ବର ୫ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିତାଙ୍କ ମୃତ୍ୟୁ ପରଠାରୁ ତାମିଲନାଡୁରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଶାସକ ଏଆଇଏଡିଏମକେର ବାରମ୍ବାର ଫାଟ ସୃଷ୍ଟି ହେଉଛି ତେଣୁ ଏହି ଅସ୍ଥିରତାରୁ କମଲ ହାସନ ଓ ରଜନୀକାନ୍ତ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

Related story