ବିଏସଏନ୍‌ଏଲ୍‌ର ନୂଆ ଅଫର: ବ୍ରଡବ୍ୟାଣ୍ଡ କନେକ୍ସନରେ ମିଳିବ ୧୦୦୦ ଏମବିପିଏସ ଡାଉନ୍‌ଲୋଡ଼ ସ୍ପିଡ

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ ଆଣିଛି ନୂଆ ଅଫର। ବ୍ରଡବ୍ୟାଣ୍ଡ କନେକ୍ସନ ପାଇଁ  ୧୦୦୦ ଏମବିପିଏସ ସ୍ପିଡର ଡାଉନ୍‌ଲୋଡ଼ ସ୍ପିଡ ମିଳିବ। ଟେଲିକମ୍ ମନ୍ତ୍ରୀ ମନୋଜ ସିହ୍ନା ଗତ ଶୁକ୍ରବାର ଏହି ନୂତନ ସେବାର ଉଦ୍‌ଘାଟନ କରିଛନ୍ତି।  ଏହି ନୂଆ ଅଫର ଅନୁଯାୟୀ, ବର୍ତ୍ତମାନ ଡାଉନ୍‌ଲୋଡ଼ ସ୍ପିଡ ପ୍ରତି ସେକେଣ୍ଡକୁ ୧୦୦ ମେଗାବାଇଟ୍‌  ଉପଲବ୍ଧ ହେବ । ଏବେ ଏହାର ସ୍ପିଡକୁ ବୃଦ୍ଧି କରାଯାଇଛି। ସେହିପରି ୪୪ଟି ସହରରେ ବିଏସଏନଏଲ ପକ୍ଷରୁ ଏନଜି-ଓଥ(ng-oth) ଟେକ୍ନୋଲୋଜିକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ଏହା […]

bsnl-1

bsnl-1

Rakesh Mallick
  • Published: Sunday, 16 July 2017
  • Updated: 13 September 2017, 04:05 PM IST

Sports

Latest News

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ ଆଣିଛି ନୂଆ ଅଫର। ବ୍ରଡବ୍ୟାଣ୍ଡ କନେକ୍ସନ ପାଇଁ  ୧୦୦୦ ଏମବିପିଏସ ସ୍ପିଡର ଡାଉନ୍‌ଲୋଡ଼ ସ୍ପିଡ ମିଳିବ। ଟେଲିକମ୍ ମନ୍ତ୍ରୀ ମନୋଜ ସିହ୍ନା ଗତ ଶୁକ୍ରବାର ଏହି ନୂତନ ସେବାର ଉଦ୍‌ଘାଟନ କରିଛନ୍ତି।  ଏହି ନୂଆ ଅଫର ଅନୁଯାୟୀ, ବର୍ତ୍ତମାନ ଡାଉନ୍‌ଲୋଡ଼ ସ୍ପିଡ ପ୍ରତି ସେକେଣ୍ଡକୁ ୧୦୦ ମେଗାବାଇଟ୍‌  ଉପଲବ୍ଧ ହେବ । ଏବେ ଏହାର ସ୍ପିଡକୁ ବୃଦ୍ଧି କରାଯାଇଛି। ସେହିପରି ୪୪ଟି ସହରରେ ବିଏସଏନଏଲ ପକ୍ଷରୁ ଏନଜି-ଓଥ(ng-oth) ଟେକ୍ନୋଲୋଜିକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ଏହା ଦ୍ୱାରା ନେଟୱର୍କ ସର୍ଭିସ ଅଧିକ ଗତିଶୀଳ ହୋଇପାରିବ ବୋଲି କୁହାଯାଇଛି।  ଏହି ବ୍ୟବସ୍ଥାକୁ ଅନ୍ୟ  ୧୦୦ଟି ବଡ଼ ବଡ଼ ସହରରେ ମଧ୍ୟ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ୱାରା ବିଏସଏନଏଲର ଅପଟିକାଲ ଫାଇବର ଭିତ୍ତିଭୂମିର କ୍ଷମତା୧୦ଜିରୁ ୧୦୦ଜିକୁ ବୃଦ୍ଧି ହୋଇପାରିବ।  ଫଳରେ ଡାଟା ସ୍ପିଡ ୧୦ ଗୁଣ ବଢିଯିବ ବୋଲି ବିଏସଏନଏଲ କର୍ତ୍ତୃପକ୍ଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos