କାୟା ମେଲାଉଛି କରୋନା, ସାମ୍ନାକୁ ଆସିଲା ନୂଆ ଲକ୍ଷଣ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ପୂର୍ବରୁ କାଶ, ଛିଙ୍କ ଓ ଥଣ୍ଡା ଭଳି ଲକ୍ଷଣ ଦେଖା ଗଲେ ସଂପୃକ୍ତ ବ୍ୟକ୍ତିଙ୍କ କରୋନା ପରୀକ୍ଷା କରାଯାଉଥିଲା ବା ସେ କରୋନାରେ ଆକ୍ରାନ୍ତ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲା। ଏହି ସବୁ ଲକ୍ଷଣ ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସାରା ବିଶ୍ୱକୁ ଅବଗତ କରାଇଛି। ହେଲେ ଏବେ କରୋନା ଭାଇରସର କିଛି ନୂଆ ଲକ୍ଷଣ ସମ୍ପର୍କରେ ଆମେରିକା ଗବେଷଣା ସଂସ୍ଥା ସେଣ୍ଟର […]

y

Hemant Lenka
  • Published: Tuesday, 28 April 2020
  • , Updated: 28 April 2020, 04:31 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ପୂର୍ବରୁ କାଶ, ଛିଙ୍କ ଓ ଥଣ୍ଡା ଭଳି ଲକ୍ଷଣ ଦେଖା ଗଲେ ସଂପୃକ୍ତ ବ୍ୟକ୍ତିଙ୍କ କରୋନା ପରୀକ୍ଷା କରାଯାଉଥିଲା ବା ସେ କରୋନାରେ ଆକ୍ରାନ୍ତ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲା।

ଏହି ସବୁ ଲକ୍ଷଣ ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସାରା ବିଶ୍ୱକୁ ଅବଗତ କରାଇଛି। ହେଲେ ଏବେ କରୋନା ଭାଇରସର କିଛି ନୂଆ ଲକ୍ଷଣ ସମ୍ପର୍କରେ ଆମେରିକା ଗବେଷଣା ସଂସ୍ଥା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ ବା ସିଡିସ ସୂଚନା ଦେଇଛି।

ଏହାର ଗବେଷକମାନେ ଲ୍ୟାବରେ ଅନୁସନ୍ଧାନ କରି କରୋନା ଭାଇରସର କିଛି ନୂଆ ଲକ୍ଷଣ ବାହାର କରିଛନ୍ତି। ସିଡିସି କହିଛି ଯେ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କ ଶରୀରରେ ୨ରୁ ୧୪ ଦିନ ମଧ୍ୟରେ ସ୍ୱଳ୍ପ କିମ୍ବା ସାଂଘାତିକ ଲକ୍ଷଣ ସବୁ ଦେଖାଯାଏ। ଫଳରେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ସେକଥା ଜଣାପଡ଼େ।

ସିଡିସି ପକ୍ଷରୁ କୁହାଯାଇଥିବା କରୋନାର ଲକ୍ଷଣ ଗୁଡ଼ିକ ହେଲା

୧-ଦେହହାତ ଥଣ୍ଡା ହୋଇଯିବା

୨-ନିୟମିତ କମ୍ପ ଆସିବା ସହ ଦେହହାତ ଥଣ୍ଡା ପଡ଼ିଯିବା

୩-ଦେହହାତ ବିନ୍ଧା ହେବା

୪-ମୁଣ୍ଡବିନ୍ଧା

୫- ଜ୍ୱର, କାଶ ହେବା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା

୬-ତଣ୍ଟି ଦରଜ ହେବା

୭- ସ୍ୱାଦ ଓ ଗନ୍ଧ ବାରି ନପାରିବା

୮-ଛାତିରେ ଯନ୍ତ୍ରଣା

୯- ଓଠ ନୀଳ ପଡ଼ିବା ଓ ନିଦ ଠିକ ନହେବା

ଏସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସିଡିସି କହିଛି। ସିଡିସି ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାର ଲକ୍ଷଣ ଭାବେ କେବଳ କାଶ, ଜ୍ୱର, ତଣ୍ଟି ଦରଜ, ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହାଲିଆ ଲାଗିବା, ଦେହ ଦରଜ ହେବା ଓ ଡାଇରିଆ କଥା କହିଥିଲା।

ଅନ୍ୟପକ୍ଷରେ କରୋନା ଭାଇରସ ଚାଇନାରୁ ସୃଷ୍ଟି ହେବା ପରେ ୧୦ ଭାଗରେ ବିଭକ୍ତ ହୋଇଥିଲା। ଏହା ମଧ୍ୟରେ ଥିବା A2a ଭାଇରସ ଅନ୍ୟ ୯ଟି ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା। ଏହା ସଂକ୍ରମଣକୁ ଦ୍ରୁତଗତିରେ ବଢ଼ାଇଥିଲା।

ପଶ୍ଚିମବଙ୍ଗର କଲ୍ୟାଣୀରେ ଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ବାଓମେଡିକାଲ ଜେନୋମିକର ନିଧନ ବିଶ୍ୱାସ ଓ ପାର୍ଥ ମଜୁମଦାର କରିଥିବା ଗଭେଷଣାରୁ ଏକଥା ଜଣାପଡ଼ିଛି।

A2a ଖୁବଶୀଘ୍ର ମଣିଷର ଫୁସଫୁସରେ ପ୍ରବେଶ କରି ଏହାକୁ ନଷ୍ଟ କରିଦିଏ। ଗତବର୍ଷ ସାରସ-କୋଭିଡ ମଧ୍ୟ ମଣିଷର ଫୁସଫୁସରେ ପ୍ରବେଶ କରିଥାଏ। ହେଲେ A2a ତୁଳନାରେ ଏହା ଦ୍ରୁତଗତିରେ ବ୍ୟାପିପାରେ ନାହିଁ। ୪ ମାସ ହେଲା କୋଭିଡ-୧୯ ଭାଇରସ 0ଟାଇପର ଥିଲା। ମାର୍ଚ୍ଚ ଶେଷ ସପ୍ତାହ ବେଳକୁ A2a ଟାଇପ ଭାଇରସ ଏହାର ସ୍ଥାନ ନେବା ଆରମ୍ଭ କରିଥିଲା।

ଏହି A2a ଭାଇରସ ସମଗ୍ର ବିଶ୍ୱରେ ତାଣ୍ଡ କରୁଛି। ମଣିଷ ଶରୀରରେ ଥିବା ଅନ୍ୟ ଭାଇରସର ସ୍ଥାନ ନେଇ ଏହି A2a ଟାଇପ ଭାଇରସ ସାରସ-କୋଭିଡି୨କୁ ଅଧିକ ଶକ୍ତିଶାଳୀ କରିଛି।

Related story