ନୂଆଦିଲ୍ଲୀ: କରୋନା ଟେଷ୍ଟକୁ ହଠାତ୍ କମା ଦେଇ ସୁପ୍ରିମକୋର୍ଟଙ୍କ ସମାଲୋଚନାର ଶିକାର ହୋଇଥିବା ଦିଲ୍ଲୀ ସରକାର ଏବେ ପୁଣିଥରେ ଆକ୍ସନ ମୋଡକୁ ଫେରିବେ ବୋଲି ଘୋଷଣା କରିଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ଟେଷ୍ଟ ପରିମାଣକୁ ବଢ଼ାଯିବ ବୋଲି ଆଜି କ୍ଷମତାସୀନ ଆପ ପକ୍ଷରୁ କୁହାଯାଇଛି।
ଆପ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, “ଦିଲ୍ଲୀରେ ନୂଆ ଟେଷ୍ଟ ଖୁବଶୀଘ୍ର ଆରମ୍ଭ ହେବ। ଏଥିପାଇଁ ମାତ୍ର ୪୫୦ ଟଙ୍କା ଖର୍ଚ୍ଚ ହେବ ଓ ୧୫ ମିନିଟ୍ରେ ରିପୋର୍ଟ ଆସିବ।
ସେହିପରି ଜୁନ୍ ୧୮ରୁ ଦୈନିକ ୧୮ ହଜାର କରୋନା ଟେଷ୍ଟ କରାଯିବ। ଦିଲ୍ଲୀକୁ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି।