ବାହାଘରର ୧୦ ଦିନ ପରେ ଚାଲିଗଲେ ସ୍ୱାମୀ, ନବବିବାହିତାଙ୍କ ସହ ପରିବାରର ୯ ଜଣଙ୍କୁ କରୋନା

ଫିରୋଜାବାଦ: ସରିନି ଦଶ ମଙ୍ଗଳା। ଲିଭିନି ପାଦରୁ ଅଳତା। ଫିକା ପଡ଼ିନି ଦେହରେ ଲାଗିଥିବା ହଳଦୀ। ହେଲେ ସବୁଦିନ ପାଇଁ ନିଜ ପତ୍ନୀଙ୍କୁ ଏକାକରି ଆରପାରିକୁ ଚାଲି ଗଲେ ସାତଜନମର ସାଥୀ। ମାତ୍ର ୧୦ ଦିନ ତଳେ ବାହାଘର ହୋଇଥିଲା।  ସୁଖର ସଂସାରକୁ ନେଇ କେତେ କ’ଣ ଦେଖିଥିବା ସ୍ୱପ୍ନ ନିମିଷକରେ ପାଣି ଫୋଟକା ଭଳି ମିଳେଇଯାଇଛି।  ଧୂଳିସାତ ହୋଇଯାଇଛି ନବବଧୂର ସବୁ ଆଶା। ଅକାଳରେ ସ୍ୱାମୀଙ୍କ ବିୟୋଗରେ ଭାଙ୍ଗି ପଡ଼ିଥିବା ଜଣେ ନବବିବାହିତା ଏବେ କରୋନାରେ […]

r

Hemant Lenka
  • Published: Thursday, 10 December 2020
  • , Updated: 10 December 2020, 06:45 PM IST

ଫିରୋଜାବାଦ: ସରିନି ଦଶ ମଙ୍ଗଳା। ଲିଭିନି ପାଦରୁ ଅଳତା। ଫିକା ପଡ଼ିନି ଦେହରେ ଲାଗିଥିବା ହଳଦୀ। ହେଲେ ସବୁଦିନ ପାଇଁ ନିଜ ପତ୍ନୀଙ୍କୁ ଏକାକରି ଆରପାରିକୁ ଚାଲି ଗଲେ ସାତଜନମର ସାଥୀ। ମାତ୍ର ୧୦ ଦିନ ତଳେ ବାହାଘର ହୋଇଥିଲା।  ସୁଖର ସଂସାରକୁ ନେଇ କେତେ କ’ଣ ଦେଖିଥିବା ସ୍ୱପ୍ନ ନିମିଷକରେ ପାଣି ଫୋଟକା ଭଳି ମିଳେଇଯାଇଛି।  ଧୂଳିସାତ ହୋଇଯାଇଛି ନବବଧୂର ସବୁ ଆଶା।

ଅକାଳରେ ସ୍ୱାମୀଙ୍କ ବିୟୋଗରେ ଭାଙ୍ଗି ପଡ଼ିଥିବା ଜଣେ ନବବିବାହିତା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେବଳ ସେ ନୁହନ୍ତି, ତାଙ୍କ ପରିବାରର ଆଉ ୮ ଜଣଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ଉତ୍ତର ପ୍ରଦେଶର ଫିରୋଜାବାଦରେ ଘଟିଥିବା ଏହି ଘଟଣା ପୂରା ଗାଁ ଓ ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

ଘଟଣା ସମ୍ପର୍କରେ ମୁଖ୍ୟ ମେଡିକାଲ ଅଧିକାରୀ ନିତା କହିଛନ୍ତି, ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ମାତ୍ର ୧୦ ଦିନ ତଳେ ବିବାହ କରିଥିଲେ। ବାହାଘର ପରେ ସେ ତୁରନ୍ତ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକ କେହି କିଛି ବୁଝିବା ଆଗରୁ ଡିସେମ୍ବର ୪ରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର କରୋନା ଲକ୍ଷଣ ଥିଲା। ହେଲେ ତାଙ୍କର କରୋନା ଟେଷ୍ଟ କରାଯାଇ ନଥିଲା।

ତେଣୁ ତାଙ୍କର ମୃତ୍ୟୁ କରୋନା ଯୋଗୁ ହୋଇଥିବା କହିବା ଭୁଲ ହେବ। ତାଙ୍କର ମୃତ୍ୟୁ ପରେ କରୋନା ସନ୍ଦେହରେ ପରିବାର ଲୋକଙ୍କର ଟେଷ୍ଟ କରାଯାଇଥିଲା। ପରୀକ୍ଷା ପରେ ନବବିବାହିତା, ତାଙ୍କ ଶଶ୍ୱରୁ ଓ ଦିଅରଙ୍କ ସମେତ ପରିବାରର ୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି।

ଏବେ ଗାଁ ଲୋକଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ। ଏଥିପାଇଁ ଗାଁରେ ଗୋଟିଏ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି।

Related story