ଚେନ୍ନାଇ: ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ବିଦେଶରୁ ପାଣ୍ଠି ସଂଗ୍ରହ କରୁଥିବା ଅଭିଯୋଗରେ ୧୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ଜାତୀୟ ଅନୁସନ୍ଧାନ ସଂସ୍ଥା ବା ଏନଆଇଏ। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ଘର ତାମିଲନାଡୁରେ ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଜଣେ ୩୨ ବର୍ଷ ହେଲା ଦୁବାଇରେ ରହୁଥିଲା।
ଏହି ୧୪ ସନ୍ଦିଗ୍ଧ ବ୍ୟକ୍ତି ଆତଙ୍କବାଦୀ ସଂଗଠନ ଅଲ-କଏଦା ଏବଂ ୟେମେନର ଏକ ଆତଙ୍କବାଦୀ ସଂଗଠନ ସହ ଯୋଗାଯୋଗରେ ଥିଲେ। ଏଥିସହ ସେମାନେ ଓ୍ୱାହାଦତ-ଏ-ଇସଲାମ୍, ଜାମାତ୍ ଓ୍ୱାହେଦାତ-ଏ-ଇସଲାମ ଭଳି ଭିନ୍ନ ଭିନ୍ନ ନାମରେ ୟୁଏଇରୁ ପାଣ୍ଠି ସଂଗ୍ରହ କରୁଥିଲେ।
ୟୁଏଇ ସରକାର ଏହି ୧୪ ଜଣଙ୍କୁ ଭାରତ ପଠାଇବା ପୂର୍ବରୁ ୬ ମାସ ପାଇଁ ଗିରଫ କରିଥିଲା। ସୋମବାର ଦିନ ଏନଆଇଏ ବାବଦରେ ଜାଣିବା ପରେ ଚେନ୍ନାଇରେ ଏମାନଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୁଲାଇ ୨୫ ଯାଏ ସମସ୍ତଙ୍କୁ ଜେଲ ପଠାଇ ଦିଆଯାଇଛି।
ଭାରତରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ସକ୍ରିୟ ରଖିବା ଏହି ୧୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ଏନଆଇଏ ପ୍ରାଥମିକ ରିପୋର୍ଟରୁ ଜାଣିବାକୁ ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଏମ୍ସର ପୂର୍ବତନ ମୁଖ୍ୟଙ୍କ ବଡ଼ ବୟାନ: HMPV ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ
ଏଚଏମପିଭିର ଚିକିତ୍ସା ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ। ଲୋକମାନେ ଏହି ଭାଇରସକୁ ମାତ ଦେବା ପାଇଁ ଆବଶ୍ୟକ ମାତ୍ରାର ପାଣି ପିଅନ୍ତୁ ଓ ଅଧିକରୁ ଅଧିକ ପରିମାଣର ପୃଷ୍ଟିକର ଖାଦ୍ୟ ଖାଆନ୍ତୁ।
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
National
ନାତିକୁ ନେବା ପାଇଁ ଚାହୁଁଥିଲେ ଅତୁଲଙ୍କ ମା’, ଚର୍ଚ୍ଚାରେ କୋର୍ଟଙ୍କ ‘ଅପରିଚିତ’ ବୟାନ
୩୪ ବର୍ଷୀୟ ଅତୁଲ ସୁଭାଷ ଡିସେମ୍ବର ମାସରେ ଆତ୍ମହତ୍ୟା କରିଥିଲେ। ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କ ନିର୍ଯାତନା ଏବଂ ମିଛ କେସ୍କୁ ସହି ନ ପାରି ସେ ଜୀବନ ହାରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ।
Politics
‘ବାହାନା ନୁହେଁ, ପରିବର୍ତ୍ତନ ଦରକାର’ ଗୀତ ରିଲିଜ କଲା ବିଜେପି
ଗୀତ ଜରିଆରେ ଆପ ନେତୃତ୍ୱାଧୀନ ଦିଲ୍ଲୀ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି। ଆପ୍ ସରକାର ସମୟରେ ଦିଲ୍ଲୀରେ ହୋଇଥିବା ସମସ୍ୟାକୁ ଗୀତ ଜରିଆରେ ବିଜେପି ଦେଖାଇବାକୁ ଚେଷ୍ଟା କରିଛି।
Politics
ଅମିତ ଶାହଙ୍କୁ 'ନିର୍ବାଚନୀ ମୁସଲମାନ' କହି ଫଟୋ ପୋଷ୍ଟ କଲା ଆପ୍
ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ୍ ଓ ବିଜେପି ମଧ୍ୟରେ ପୋଷ୍ଟର ୱାର୍ ଜାରି ରହିଛି। କିଛିଦିନ ତଳେ କେଜ୍ରିୱାଲଙ୍କୁ ନିର୍ବାଚନୀ ହିନ୍ଦୁ ବୋଲି କଟାକ୍ଷ କରି ଏକ ପୋଷ୍ଟର ଜାରି କରିଥିଲା ବିଜେପି। ଆଜି ଶାହଙ୍କୁ ନିର୍ବାଚନୀ ମୁସଲମାନ କହି ଫଟୋ ପୋଷ୍ଟ କରିଛି ଆପ୍।