ପାକିସ୍ତାନରୁ ଭାରତକୁ ଆଣୁଥିଲା ଡ୍ରଗ୍ସ, ଆତଙ୍କୀ ଗିରଫ

ନୂଆଦିଲ୍ଲୀ: ପାକିସ୍ତାନରୁ ଡ୍ରଗ୍ସ ଆଣି ଭାରତରେ ବିକ୍ରି କରୁଥିଲା। ଆଉ ଏହି ଡ୍ରଗ୍ସ ବ୍ୟବସାୟରୁ ଯାହା ବ୍ୟବସାୟ ହେଉଥିଲା ସେହି ଟଙ୍କା ଆତଙ୍କବାଦୀଙ୍କ ପଛରେ ଖର୍ଚ୍ଚ ହେଉଥିଲା। ଦେଶ ଭିତରେ ରହି ପାକିସ୍ତାନ ପାଇଁ କାମକରୁଥିବା ଏଭଳି ଜଣେ ଦେଶଦ୍ରୋହୀ ତଥା ଆତଙ୍କବାଦୀ ରଣଜିତ ସିଂହକୁ ଗିରଫ କରିଛି ଏନଆଇଏ। ପଞ୍ଜାବ ଏବଂ ହରିଆଣା ପୁଲିସର ସହାୟତାରେ ଏନଆଇଏ ଶନିବାର କୁଖ୍ୟାତ ଆତଙ୍କୀ ରଣଜିତକୁ ସିର୍ସାରୁ ଗିରଫ କରିଛି। ରଣଜୀତ ଓରଫ୍ ଚିତା ପଞ୍ଜାବ ଅମୃତସରରେ ରହୁଥିଲା। […]

NIA

NIA

Subhransu Sekhar
  • Published: Saturday, 09 May 2020
  • Updated: 09 May 2020, 09:36 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନରୁ ଡ୍ରଗ୍ସ ଆଣି ଭାରତରେ ବିକ୍ରି କରୁଥିଲା। ଆଉ ଏହି ଡ୍ରଗ୍ସ ବ୍ୟବସାୟରୁ ଯାହା ବ୍ୟବସାୟ ହେଉଥିଲା ସେହି ଟଙ୍କା ଆତଙ୍କବାଦୀଙ୍କ ପଛରେ ଖର୍ଚ୍ଚ ହେଉଥିଲା। ଦେଶ ଭିତରେ ରହି ପାକିସ୍ତାନ ପାଇଁ କାମକରୁଥିବା ଏଭଳି ଜଣେ ଦେଶଦ୍ରୋହୀ ତଥା ଆତଙ୍କବାଦୀ ରଣଜିତ ସିଂହକୁ ଗିରଫ କରିଛି ଏନଆଇଏ। ପଞ୍ଜାବ ଏବଂ ହରିଆଣା ପୁଲିସର ସହାୟତାରେ ଏନଆଇଏ ଶନିବାର କୁଖ୍ୟାତ ଆତଙ୍କୀ ରଣଜିତକୁ ସିର୍ସାରୁ ଗିରଫ କରିଛି।

ରଣଜୀତ ଓରଫ୍ ଚିତା ପଞ୍ଜାବ ଅମୃତସରରେ ରହୁଥିଲା। ଗତବର୍ଷ ଜୁନରେ ଏନଆଇଏ ରଣଜିତ ବିରୋଧରେ ମାମଲା ଦାୟର କରିଥିଲା। ଏହାପରେ ଡିସେମ୍ୱରରେ ରଣଜିତ ସହିତ ୪ କମ୍ପାନୀ ଏବଂ ୧୫ ଜଣ ଲୋକଙ୍କ ବିରୋଧରେ ଏନଆଇଏ ଚାର୍ଜଶିଟ୍ ଦାଖଲ କରିଥିଲା। ଆତଙ୍କୀ ରଣଜିତ ସିଂହ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ପାଇଁ ପଇସା ଯୋଗାଡ଼ କରୁଥିଲା।

ଗତ ବର୍ଷ ଜୁନ୍ ୨୯ ରେ ଅଟାରୀ ସୀମାରେ କଷ୍ଟମ ଡିପାର୍ଟମେଣ୍ଟ ୫୩୨ କିଲୋଗ୍ରାମ ହେରୋଇନ ଜବତ କରିଥିଲା। ଲୁଣ ବସ୍ତାରେ ହିରୋଇନ୍ ଆଣୁଥିବା ବେଳେ କଷ୍ଟମ ଡିପାର୍ଟମେଣ୍ଟ ଅଟାରୀ ଅନ୍ତର୍ଜାତୀୟ ସୀମାରେ ଧରିଥିଲା। ଏହି ମାମଲାରେ ରଣଜିତ୍ ସିଂ ଓ ସହଯୋଗୀ ଇକବାଲ ସିଂର ସଂପୃକ୍ତି ଥିବା ଜଣାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos