ଗିରଫ ହେଲେ ଆନନ୍ଦ ତେଲତୁମ୍ବଡ଼େ, ରହିଥିଲା ଏଭଳି କିଛି ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ମାଓ ଲିଙ୍କ ଏବଂ ଅନ୍ୟ କିଛି ଅଭିଯୋଗ ଆଧାରରେ ସାମାଜିକ କର୍ମୀ ଆନନ୍ଦ ତେଲତୁମ୍ବଡ଼େଙ୍କୁ ଆଜି ଜାତୀୟ ତଦନ୍ତକାରୀ ଏନ୍‌ଆଇଏ ଗିରଫ କରିଛି। ଏନ୍‌ଆଇଏର ମୁମ୍ବାଇସ୍ଥିତ କାର୍ଯ୍ୟାଳୟରେ ସେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ବଧିବଦ୍ଧ ଭାବେ ଗିରଫ କରାଯାଇଛି। ଖୁବଶୀଘ୍ର ତାଙ୍କୁ କୋର୍ଟରେ ହାଜର କରାଯିବ। ସୂଚନାଯୋଗ୍ୟ ଯେ, ଆଜି ସାରା ଦେଶ ସମ୍ବିଧାନର ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରୁଛି। ଆନନ୍ଦ ଆମ୍ବେଦକରଙ୍କ ନାତୁଣୀଙ୍କୁ ବିବାହ କରିଥିଲେ। ସେ […]

Nia

Subrat Kumar Nayak
  • Published: Tuesday, 14 April 2020
  • , Updated: 14 April 2020, 04:25 PM IST

ନୂଆଦିଲ୍ଲୀ: ମାଓ ଲିଙ୍କ ଏବଂ ଅନ୍ୟ କିଛି ଅଭିଯୋଗ ଆଧାରରେ ସାମାଜିକ କର୍ମୀ ଆନନ୍ଦ ତେଲତୁମ୍ବଡ଼େଙ୍କୁ ଆଜି ଜାତୀୟ ତଦନ୍ତକାରୀ ଏନ୍‌ଆଇଏ ଗିରଫ କରିଛି। ଏନ୍‌ଆଇଏର ମୁମ୍ବାଇସ୍ଥିତ କାର୍ଯ୍ୟାଳୟରେ ସେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ବଧିବଦ୍ଧ ଭାବେ ଗିରଫ କରାଯାଇଛି। ଖୁବଶୀଘ୍ର ତାଙ୍କୁ କୋର୍ଟରେ ହାଜର କରାଯିବ।

ସୂଚନାଯୋଗ୍ୟ ଯେ, ଆଜି ସାରା ଦେଶ ସମ୍ବିଧାନର ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରୁଛି। ଆନନ୍ଦ ଆମ୍ବେଦକରଙ୍କ ନାତୁଣୀଙ୍କୁ ବିବାହ କରିଥିଲେ। ସେ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି ମଧ୍ୟ ଅନେକ ସ୍ଥାନରେ ଉଲ୍ଲେଖ କରିଛନ୍ତି। ନକ୍ସଲ ନେତା ମିଲିନ୍ଦ ତେଲତୁମ୍ବଡ଼େ ଆନନ୍ଦଙ୍କ ଭାଇ ହୋଇଥିବାରୁ ତାଙ୍କ ନାମ ମାଓବାଦୀ ବା ନକ୍ସଲଙ୍କ ସହ ଯୋଡ଼ା ଯାଉଥିବା କିଛି ସାମାଜିକ କର୍ମୀ କହିଛନ୍ତି। ଅନ୍ୟପକ୍ଷରେ ଆଜିଭଳି ଦିନରେ ତାଙ୍କୁ ଗିରଫ କରିବାକୁ ନାପସନ୍ଦ କରିଛନ୍ତି।

ଏ ବାବଦରେ ସୂଚନା ଦେଇ ତାଙ୍କ ଓକିଲ ଆଡଭୋକେଟ୍ ମିହିର ଦେଶାଇ କହିଛନ୍ତି ଯେ ଆତ୍ମସମର୍ପଣ କରିବା ପାଇଁ ତେଲତୁମ୍ବଡ଼େ ଦକ୍ଷିଣ ମୁମ୍ବାଇର କୁମ୍ବାଲା ହିଲରେ ଥିବା ଏନଆଇଏ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କର ମାଓବାଦୀ ଲିଙ୍କ ରହିଥିବା ଏବଂ ସରକାରକୁ ଅଡ଼ୁଆରେ ପକାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଶ୍ରୀ ତେଲତୁମ୍ବଡ଼େଙ୍କ ନାମରେ ମାମଲା ରହିଥିଲା। ତାଙ୍କ ବ୍ୟତୀତ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ର କଡ଼ା ନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।

ବହୁ ଚର୍ଚ୍ଚିତ ଭୀମା-କୋରେଗାଓଁ ହିଂସା କାଣ୍ଡ ପରେ ପୁଣେ ପୋଲିସ ପ୍ରଥମେ ଏମାନଙ୍କ ନାମରେ ମାମଲା କରିଥିଲା। ପୁଲିସର ସୂଚନା ଅନୁସାରେ ୨୦୧୭ ମସିହା ଡିସେମ୍ବର ୩୧ରେ ପୁଣେରେ ଅନୁଷ୍ଠିତ ଏଲଗର ପରିଷଦ ସଭାରେ ଏହି ବ୍ୟକ୍ତିମାନେ ହିଂସା ଉଦ୍ରେଗକାରୀ ଭାଷଣ ଏବଂ ଉତ୍ତେଜନାମୂଳକ ବକ୍ତବ୍ୟ ରଖିଥିଲେ। ଏହି ଭାଷଣରେ ପ୍ରଭାବିତ ହୋଇ ଏହା ପରଦିନ ହିଂସା ଘଟିଥିଲା ବୋଲି ଅଭିଯୋଗ ହୋଇଥିଲା।

ଏମାନେ ନିଷିଦ୍ଧ ନକ୍ସଲ ଗୋଷ୍ଠୀଙ୍କ ସହ ଜଡ଼ିତ ଥିବା ମଧ୍ୟ ପୁଲିସ୍‌ କହିଥିଲା। ପରେ ଏହି ମାମଲା ଏନ୍‌ଆଇଏ ଅଧୀନକୁ ଯାଇଥିଲା। ତେଲତୁମ୍ବଡ଼େ ଏବଂ ଆଉ ଜଣେ ଅଭିଯୁକ୍ତ ଗୌତମ ନବଲାଖାଙ୍କୁ ବମ୍ବେ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଥିଲା। ତେବେ ପରେ ଜାମିନ୍‌ ଖାରଜ ହେବାରୁ ସେମାନେ ସୁପ୍ରିମକୋର୍ଟ ଯାଇଥିଲେ। ଗତ ମାର୍ଚ୍ଚ ୧୭ରେ ସୁପ୍ରିମକୋର୍ଟ ଏମାନଙ୍କ ଆବେଦନ ଖାରଜ କରି ଆତ୍ମସମର୍ପଣ କରିବା ପାଇଁ ପ୍ରଥମେ ୩ ସପ୍ତାହ ଏବଂ ପରେ ଆଉ ୧ ସପ୍ତାହ ସମୟ ଦେଇଥିଲା।

Related story