ନିର୍ଭୟା ମାମଲା, ଜେଲ ପ୍ରଶାସନ ନାମରେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ଦୁଷ୍କର୍ମ ମାମଲାର ୪ ଦୋଷୀ ଫେବୃଆରୀ ୧ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ। ଏହା ପୂର୍ବରୁ ଜଣେ ଦୋଷୀଙ୍କ ଓକିଲ ଜେଲ ପ୍ରଶାସନ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପଟିଆଲା ହାଉସ କୋର୍ଟରେ ଉଭୟ ପକ୍ଷ ଶୁଣାଣି ବେଳେ ମତ ରଖିଛନ୍ତି। ଦୋଷୀ ବିନୟ ଶର୍ମାକୁ ଧୀମା ବିଷ ଔଷଧ ଦିଆଯାଇଛି। ଏଥିପାଇଁ ତା’ର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ। ଏବେ ସେ ଚିକିତ୍ସାଧୀନ ରହିଛି। ଏଯାବତ ତାଙ୍କୁ ବିନୟର ମେଡିକାଲ ରିପୋର୍ଟ ମିଳୁନି […]

nirbhaya

nirbhaya

Subhransu Sekhar
  • Published: Saturday, 25 January 2020
  • Updated: 25 January 2020, 01:47 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ଦୁଷ୍କର୍ମ ମାମଲାର ୪ ଦୋଷୀ ଫେବୃଆରୀ ୧ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ। ଏହା ପୂର୍ବରୁ ଜଣେ ଦୋଷୀଙ୍କ ଓକିଲ ଜେଲ ପ୍ରଶାସନ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପଟିଆଲା ହାଉସ କୋର୍ଟରେ ଉଭୟ ପକ୍ଷ ଶୁଣାଣି ବେଳେ ମତ ରଖିଛନ୍ତି।

ଦୋଷୀ ବିନୟ ଶର୍ମାକୁ ଧୀମା ବିଷ ଔଷଧ ଦିଆଯାଇଛି। ଏଥିପାଇଁ ତା’ର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ। ଏବେ ସେ ଚିକିତ୍ସାଧୀନ ରହିଛି। ଏଯାବତ ତାଙ୍କୁ ବିନୟର ମେଡିକାଲ ରିପୋର୍ଟ ମିଳୁନି ବୋଲି ସେ କହିଛନ୍ତି। ଅନ୍ୟପଟେ ସରକାରୀ ଓକିଲ କହିଛନ୍ତି, ତିହାର ଜେଲ କତ୍ତୃପକ୍ଷ ବିନୟର ସମସ୍ତ କାଗଜ ପତ୍ର ଦାଖଲ କରିଛନ୍ତି। ଏହାବାଦ୍ ବିନୟର ଡାଏରୀ ଏବଂ ପେଣ୍ଟିଂକୁ ମଧ୍ୟ କୋର୍ଟରେ ଉପସ୍ଥାପନ କରାଯାଇଛି। ଦୋଷୀଙ୍କ ଦ୍ୱାରା ଯେଉଁ ଅଭିଯୋଗ ଅଣାଯାଉଛି ତାହା ଅମୂଳକ।

ଜେଲ୍ ଅଧିକାରୀ କୋର୍ଟରେ ପକ୍ଷ ରଖି ବିନୟର ଡାଏରୀକୁ ଦାଖଲ କରିଛନ୍ତି। ଦୋଷୀ ବିନୟ ଜେଲରେ ଥିବା ବେଳେ ଏହି ଡାଏରୀ ଲେଖିଛି। ଏହାର ନାମ ‘ଦରିନ୍ଦା’ ରହିଛି। ଦୋଷୀ ବିନୟ ପେଣ୍ଟିଂ ମଧ୍ୟ ତିଆରି କରେ।

ଅନ୍ୟପଟେ ଦୋଷୀଙ୍କ ଦଣ୍ଡ ବିଧାନକୁ ବିଳମ୍ବ କରିବା ପାଇଁ ଏଭଳି ଚାଲ୍ ଚଲା ଯାଉଛି ବୋଲି କୋର୍ଟରେ ତଥ୍ୟ ଉପସ୍ଥାପନ ବେଳେ ନିର୍ଭୟାଙ୍କ ପରିବାର ପକ୍ଷରୁ ଏହା କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos