ନିର୍ଭୟା: ପ୍ରତ୍ୟକ୍ଷଦର୍ଶୀ ଟଙ୍କା ନେଇ ସାକ୍ଷ୍ୟ ଦେଇଛନ୍ତି କହିଲେ ଦୋଷୀର ବାପା

ନୂଆଦିଲ୍ଲୀ: ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀର ବାପା ଦିଲ୍ଲୀ ପୁଲିସ୍‌ରେ ପ୍ରତ୍ୟକ୍ଷୟଦର୍ଶୀଙ୍କ ନାମରେ ଅଭିଯୋଗ କରିଛନ୍ତି। ଦୋଷୀ ପୱନ୍‌ କୁମାର ଗୁପ୍ତାର ବାପା ହୀରାଲାଲ ଗୁପ୍ତା ଦକ୍ଷିଣପଶ୍ଚିମ ଦିଲ୍ଲୀର ଡିସିପିଙ୍କ ନିକଟରେ ଏବଂ ଆରକେ ପୁରମ୍‌ ଥାନାରେ ଅଭିଯୋଗ ଆଣିଛନ୍ତି, ପ୍ରତ୍ୟକ୍ଷଦର୍ଶୀ ଜଣକ ମିଛୁଆ ଏବଂ ସେ ଟଙ୍କା ନେଇ ଗଣମାଧ୍ୟମରେ ବିବୃତି ଦେଉଛନ୍ତି। ଦିଲ୍ଲୀର ମଣ୍ଡୋଲି ଜେଲ୍‌ର ଜେଲ୍‌ ନମ୍ବର ୧୪ରେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ନଭେମ୍ବର […]

nirbhaya

Subrat Kumar Nayak
  • Published: Thursday, 14 November 2019
  • , Updated: 14 November 2019, 02:10 PM IST

ନୂଆଦିଲ୍ଲୀ: ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀର ବାପା ଦିଲ୍ଲୀ ପୁଲିସ୍‌ରେ ପ୍ରତ୍ୟକ୍ଷୟଦର୍ଶୀଙ୍କ ନାମରେ ଅଭିଯୋଗ କରିଛନ୍ତି। ଦୋଷୀ ପୱନ୍‌ କୁମାର ଗୁପ୍ତାର ବାପା ହୀରାଲାଲ ଗୁପ୍ତା ଦକ୍ଷିଣପଶ୍ଚିମ ଦିଲ୍ଲୀର ଡିସିପିଙ୍କ ନିକଟରେ ଏବଂ ଆରକେ ପୁରମ୍‌ ଥାନାରେ ଅଭିଯୋଗ ଆଣିଛନ୍ତି, ପ୍ରତ୍ୟକ୍ଷଦର୍ଶୀ ଜଣକ ମିଛୁଆ ଏବଂ ସେ ଟଙ୍କା ନେଇ ଗଣମାଧ୍ୟମରେ ବିବୃତି ଦେଉଛନ୍ତି।

ଦିଲ୍ଲୀର ମଣ୍ଡୋଲି ଜେଲ୍‌ର ଜେଲ୍‌ ନମ୍ବର ୧୪ରେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ନଭେମ୍ବର ୨ରେ ହୀରାଲାଲ ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ୨୦୧୯ ଅକ୍ଟୋବର ୧୨ ତାରିଖରେ ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି ନିଭୟା (ଛଦ୍ମନାମ)ଙ୍କ ବନ୍ଧୁ ବା ଏହି ମାମଲାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଟଙ୍କା ନେଇ ଗଣମାଧ୍ୟମକୁ ବିବୃତି ଦେଉଛନ୍ତି।

ଏହି ଅଭିଯୋଗରେ ଗୁପ୍ତା ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ପରେ ପ୍ରଶ୍ନ ଉଠାଇଛନ୍ତି। ଏହି ସାକ୍ଷ୍ୟ ଆଧାରରେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଗୁପ୍ତା ଏହି ଅଭିଯୋଗରେ ଏକ ଟିଭି ଚ୍ୟାନେଲର ୩ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ସାକ୍ଷୀ ଦର୍ଶାଇଛନ୍ତି। ସେ କହିଛନ୍ତି, ଏକ ଚ୍ୟାନେଲର ପୂର୍ବତନ ମ୍ୟାନେଜିଂ ଏଡିଟର ସୋଶାଲ ମିଡିଆରେ ଲେଖିଥିଲେ ପ୍ରତ୍ୟକ୍ଷଦର୍ଶୀ ଟଙ୍କା ବଦଳରେ ବିବୃତି ଦେଉଛନ୍ତି। ଏହି ସାମ୍ବାଦିକ ଷ୍ଟିଙ୍ଗ ଅପରେସନ୍‌ ହୋଇଥିବା ମଧ୍ୟ କହିଛନ୍ତି।

ଏହି ଷ୍ଟିଙ୍ଗ ଅପରେସନ୍‌ ପ୍ରସାରଣ କାହିଁକି ହୋଇନଥିଲା ବର୍ତ୍ତମାନ ପ୍ରଶ୍ନ ଉଠୁଥିବାବେଳେ ଦୋଷୀଙ୍କ ଓକିଲ କହିଛନ୍ତି, ଏହି ଷ୍ଟିଙ୍ଗ ଅପରେସନ୍‌ ପ୍ରସାରିତ ହୋଇଥିଲେ ହୁଏତ ମୋ ପକ୍ଷ ଦୋଷୀ ହେବାରୁ ବର୍ତ୍ତିଯାଇଥା’ନ୍ତେ। ଆମେ ଏହି ମ୍ୟାନେଜିଂ ଏଡିଟରଙ୍କୁ ଷ୍ଟିଙ୍ଗ ଅପରେସନ୍‌ ସହ ହାଜର ହେବାକୁ କହିବୁ। ଆଇନ ସମସ୍ତଙ୍କ ପାଇଁ ସମାନ। ଅନ୍ୟପକ୍ଷରେ, ଗୁପ୍ତା ଏହି ଅଭିଯୋଗ ସହ ସୋଶାଲ ମିଡିଆ କ୍ଲିପିଂ ମଧ୍ୟ ଯୋଡ଼ିଛନ୍ତି, ଯାହାକି ତଦନ୍ତରେ ସହାୟକ ହୋଇପାରିବ। ସେ ଏହି ଅଭିଯୋଗରେ ଉକ୍ତ ସାମ୍ବାଦିକଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି।

୩ ଜଣ ଅଭିଯୁକ୍ତଙ୍କ ପାଇଁ ଲଢ଼ୁଥିବା ବରିଷ୍ଠ ଓକିଲ ଏପି ସିଂହ କହିଛନ୍ତି, ଯଦସି ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ ଟଙ୍କା ନେଇ ଟିଭିକୁ ବିବୃତି ଦେଉଥିବା ସତ୍ୟ ହୋଇଥାଏ, ଆମେ ଆମ ପକ୍ଷଙ୍କୁ ସୁରକ୍ଷା ଦେବାର ସମସ୍ତ ପ୍ରୟାସ କରିବୁ। ଉଦ୍ଦେଶ୍ୟ ଏଭଳି ସନ୍ଦେହଜନକ ଥିବା ଏଭଳି ଜଣେ ସାକ୍ଷୀଙ୍କୁ କୋର୍ଟ କିଭଳି ଭରସା ଓ ବିଶ୍ୱାସ କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

Related story