ନୂଆଦିଲ୍ଲୀ: ଦେଶର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ନିର୍ଭୟା କାଣ୍ଡର ଦୋଷୀମାନଙ୍କୁ ଆସନ୍ତା ଜାନୁଆରୀ ୨୨ରେ ଫାଶୀ ଦିଆଯିବ। ଚଳିତ ମାସ ୨୨ ତାରିଖ ସକାଳ ୭ଟା ବେଳେ ଫାଶୀ କାର୍ଯ୍ୟକାରୀ ହେବ। ଦିଲ୍ଲୀର ଏକ କୋର୍ଟ ଏହି ଡେଥ୍ ୱାରେଣ୍ଟ ରାୟ ଦେଇଛନ୍ତି।
୨୦୧୨ ମସିହାରେ ସଂଘଟିତ ଏହି ଜଘନ୍ୟ କାଣ୍ଡରେ ଫାଶୀ ଦିଆଯିବାକୁ ଥିବା ୪ ଜଣ ବ୍ୟକ୍ତି ହେଉଛନ୍ତି ଅକ୍ଷୟ ସିଂହ ଠାକୁର, ମୁକେଶ, ପୱନ ଗୁପ୍ତା ଏବଂ ବିନୟ ଶର୍ମା। ସେମାନେ ଦିଲ୍ଲୀରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ନାନା ପ୍ରକାର ଅତ୍ୟାଚାର କରି ହତ୍ୟା କରିଥିଲେ।
ଗତ ମାସରେ ହିଁ ସୁପ୍ରିମ୍କୋର୍ଟ ଶେଷ ରିଭ୍ୟୁ ପିଟିସନ୍ ଖାରଜ କରିଥିଲେ। ଶେଷ ଥର ପାଇଁ ଅକ୍ଷୟ ସିଂହ ଏହି ଆବେଦନ କରିଥିଲା। ଏହାପରେ ନିର୍ଭୟାଙ୍କ ପିତାମାତା ନିମ୍ନ ଅଦାଲତରେ ଡେଥ ୱାରେଣ୍ଟ ପାଇଁ ଆବେଦନ କରିଥିଲେ। କୋର୍ଟ ଏହାର ଶୁଣାଣି ପାଇଁ ଆଜି ଦିନକୁ ଧାର୍ଯ୍ୟ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ହିଟ୍ ଆଣ୍ଡ ରନ୍: ବିଏମ୍ଡବ୍ଲୁ ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ
ବାଇକ୍ରେ ଯାଉଥିବା ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଦ୍ରୁତ ଗତିରେ ଆସି ଏକ ବିଏମ୍ଡବ୍ଲୁ କାର୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ୧୦୦ ମିଟର ଦୂରକୁ ସେ ଛିଟିକି ପଡିଥିଲେ।
National
ବିଟ୍କଏନ୍ ଘୋଟାଲା: ଅଜିତ ପାଓ୍ୱାର୍ କହିଲେ- ଅଡିଓ କ୍ଲିପ୍ରେ ରହିଛି ଭଉଣୀର ଭଏସ୍
ପୁଣେର ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଏନସିପି ନେତା ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କୁ ବିଟକଏନ୍ ଅପବ୍ୟବହାର କରିଥିବା ଏବଂ ୨୦୧୮ରେ ବିଧାନସଭା ନିର୍ବାଚନରେ ସେହି ଟଙ୍କା ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।
National
ଭୋଟ୍ ବେଳେ ବିଟ୍କଏନ୍ ଦୁର୍ନୀତିରେ ଫସିଲେ ଶରଦ ପାଓ୍ୱାରଙ୍କ ଝିଅ?
ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ। ବିଜେପି ଜାରି କରିଥିବା ଅଡିଓ କ୍ଲିପ୍ରେ ତାଙ୍କର ନୁହଁ। ଏହା ମିଛ ବୋଲି କହିଛନ୍ତି।
National
ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଉପ-ନିର୍ବାଚନ ବେଳେ ଉତ୍ତେଜନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।