ଫେବୃଆରୀ ୧ରେ ନିର୍ଭୟା ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଏକ କୋର୍ଟ ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କ ଫାଶୀ ତାରିଖ ଘୋଷଣା କରିଛନ୍ତି। କୋର୍ଟ ନୂଆ ଡେଥ୍ ୱାରେଣ୍ଟ ଜାରି କରିବା ସହ କହିଛନ୍ତି, ସେମାନେ ଆସନ୍ତା ଫେବୃଆରୀ ୧ ତାରିଖରେ ଫାଶୀ ପାଇବେ। ସେହିଦିନ ସକାଳ ୬ଟା ବେଳକୁ ଏହି ଦୋଷୀମାନଙ୍କୁ ଫାଶୀ ଦିଆଯିବ। ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଆରୋରା ଏହି ରାୟ ଦେଇଛନ୍ତି। ଅନ୍ୟପକ୍ଷରେ ଅନ୍ୟତମ ଦୋଷୀ ମୁକେଶ […]

Nirvaya

Subrat Kumar Nayak
  • Published: Friday, 17 January 2020
  • , Updated: 17 January 2020, 09:57 PM IST

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଏକ କୋର୍ଟ ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କ ଫାଶୀ ତାରିଖ ଘୋଷଣା କରିଛନ୍ତି। କୋର୍ଟ ନୂଆ ଡେଥ୍ ୱାରେଣ୍ଟ ଜାରି କରିବା ସହ କହିଛନ୍ତି, ସେମାନେ ଆସନ୍ତା ଫେବୃଆରୀ ୧ ତାରିଖରେ ଫାଶୀ ପାଇବେ। ସେହିଦିନ ସକାଳ ୬ଟା ବେଳକୁ ଏହି ଦୋଷୀମାନଙ୍କୁ ଫାଶୀ ଦିଆଯିବ। ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଆରୋରା ଏହି ରାୟ ଦେଇଛନ୍ତି। ଅନ୍ୟପକ୍ଷରେ ଅନ୍ୟତମ ଦୋଷୀ ମୁକେଶ କୁମାର ଫାଶୀ ଦଣ୍ଡାଦେଶ ଘୁଞ୍ଚାଇବାକୁ କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି।

ଏହା ପୂର୍ବରୁ ଦିଲ୍ଲୀର ତିହାର ଜେଲ୍ ଦୋଷୀଙ୍କ ବିରୋଧରେ ନୂଆ ଡେଥ୍ ୱାରେଣ୍ଟ ପାଇଁ ଆବେଦନ କରିଥିଲେ। ସରକାରୀ ଓକିଲ ଇରଫାନ୍ ଅହମ୍ମଦ କୋର୍ଟଙ୍କୁ କହିଥିଲେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ମୁକେଶ କୁମାରର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ କୋର୍ଟ ନିଜ ନିଷ୍ପତ୍ତି ଶୁଣାଇଥିଲେ।

ଆଜିଠାରୁ ୧୪ ଦିନ ବ୍ୟବଧାନରେ ଏହି ଦୁଷ୍କର୍ମକାରୀମାନଙ୍କୁ ଫାଶୀ ଦିଆଯିବ ବୋଲି ନୂଆ ଡେଥ୍‌ ୱାରେଣ୍ଟରେ କୁହାଯାଇଛି। ଏପରି କରାଯିବାର କାରଣ ହେଉଛି, ରାଜକ୍ଷମା ଆବେଦନ ଖାରଜର ଯଥେଷ୍ଟ କିଛି ଦିନ ବ୍ୟବଧାନରେ ଫାଶୀ କାର୍ଯ୍ୟକାରୀ ହେବ ବୋଲି ଆଇନରେ ବ୍ୟବସ୍ଥା ରହିଛି।

ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ମିଳିବ ବୋଲି ଦିଲ୍ଲୀ କୋର୍ଟ ପ୍ରଥମେ ନିର୍ଦ୍ଦେଶ ଦେଇଥିଲେ। ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ, ପବନ, ଅକ୍ଷୟ ଓ ବିନୟ ମଧ୍ୟରୁ ମୁକେଶ କ୍ଷମା ଆବେଦନ ବା ମର୍ସି ପିଟିସନ ଦାଖଲ କରିବା ପରେ ଏହା ସ୍ଥଗିତ ରହିଥିଲା।

ସୂଚନାଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ରେ ଜଣେ ୨୩ ବର୍ଷ ବୟସ୍କ ପାରାମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ସହ ଅକଥନୀୟ ଓ ଅମାନବିକ ଭାବେ ଅତ୍ୟାଚାର କରାଯାଇଥିଲା। କିଛି ଦିନର ଯନ୍ତ୍ରଣା ପରେ ସିଙ୍ଗାପୁରର ଏକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ବର୍ତ୍ତମାନ ତିହାର ଜେଲରେ ୪ ଜଣ ବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଜାନୁଆରୀ ୭ରେ ଦିଲ୍ଲୀ କୋର୍ଟ ଡେଥ୍ ୱାରେଣ୍ଟ ମୃତ୍ୟୁ ପରୱାନା ଜାରି କରିଥିଲେ।

ଅନ୍ୟପକ୍ଷରେ ନିର୍ଭୟାଙ୍କ ଦୋଷୀମାନଙ୍କୁ ଫାଶୀରେ ବିଳମ୍ବ ପାଇଁ ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି ଏବଂ କେନ୍ଦ୍ରରେ କ୍ଷମତାସୀନ ବିଜେପି ମଧ୍ୟରେ କାଦୁଅ ଫୋପଡ଼ା ଆରମ୍ଭ ହୋଇଛି। ଏହାକୁ ନିର୍ଭୟାଙ୍କ ମା’ ଆଶା ଦେବୀ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ତାଙ୍କ ଝିଅର ମୃତ୍ୟୁରେ କୌଣସି ରାଜନୀତିକ ଦଳ ରାଜନୀତିକ ଫାଇଦା ନେବାର ପ୍ରୟାସ କରିବା ଠିକ ନୁହେଁ। ତେବେ ବର୍ତ୍ତମାନ ମଧ୍ୟ ୩ ଜଣ ଦୋଷୀ ରାଜକ୍ଷମା ଆବେଦନ କରିନାହାନ୍ତି। ଯେକୌଣସି ମୁହୂର୍ତ୍ତରେ ସେମାନେ ଏଥିପାଇଁ ଆବେଦନ କଲେ ଫାଶୀରେ ବିଳମ୍ବ ହୋଇପାରେ ବୋଲି କୁହାଯାଉଛି।

Related story