ମାର୍ଚ୍ଚ ୨୦ରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୁଷ୍କର୍ମ ମାମଲାର ୪ ଦୋଷୀ। ଦିଲ୍ଲୀର କୋର୍ଟ ଏ ନେଇ ଡେଥ୍ ଓ୍ୱାରେଣ୍ଟ ଜାରି କରିଛନ୍ତି। ପୂର୍ବରୁ ତିନି ଥର ଡେଥ୍ ଓ୍ୱାରେଣ୍ଟ ଜାରି କରିଥିଲେ ଦିଲ୍ଲୀ କୋର୍ଟ। ହେଲେ ଦୋଷୀଙ୍କ ଦ୍ୱାରା ଦାୟର ହୋଇଥିବା କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ଯୋଗୁଁ ଡେଥ୍ ଓ୍ୱାରେଣ୍ଟ ସ୍ଥଗିତ ରହିଥିଲା। ୨୦୧୨ ଦିଲ୍ଲୀ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ ଗୁପ୍ତାର […]

Nirbhaya 650

Subhransu Sekhar
  • Published: Thursday, 05 March 2020
  • , Updated: 05 March 2020, 03:52 PM IST

ନୂଆଦିଲ୍ଲୀ: ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୁଷ୍କର୍ମ ମାମଲାର ୪ ଦୋଷୀ। ଦିଲ୍ଲୀର କୋର୍ଟ ଏ ନେଇ ଡେଥ୍ ଓ୍ୱାରେଣ୍ଟ ଜାରି କରିଛନ୍ତି। ପୂର୍ବରୁ ତିନି ଥର ଡେଥ୍ ଓ୍ୱାରେଣ୍ଟ ଜାରି କରିଥିଲେ ଦିଲ୍ଲୀ କୋର୍ଟ। ହେଲେ ଦୋଷୀଙ୍କ ଦ୍ୱାରା ଦାୟର ହୋଇଥିବା କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ଯୋଗୁଁ ଡେଥ୍ ଓ୍ୱାରେଣ୍ଟ ସ୍ଥଗିତ ରହିଥିଲା।

୨୦୧୨ ଦିଲ୍ଲୀ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ ଗୁପ୍ତାର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଖାରଜ କରିଥିଲେ। ଏହାପରେ ନୂଆ ଡେଥ୍ ଓ୍ୱାରେଣ୍ଟ ଜାରି ଖୁବ ଶୀଘ୍ର ଜାରି ହେବ ବୋଲି ଆକଳନ ହୋଇଥିଲା। ରାଷ୍ଟ୍ରପତିଙ୍କ ପବନ ଗୁପ୍ତାର ଆବେଦନ ପ୍ରତ୍ୟାଖ୍ୟାନ କରିବା ପରେ ମୃତ୍ୟୁଦଣ୍ଡରୁ ମୁକ୍ତି ପାଇଁ ସମସ୍ତ ବିକଳ୍ପ ରାସ୍ତା ସରି ଯାଇଛି।

Related story