କେମିତି ଫାଶୀ ପାଇବେ ନିର୍ଭୟା ଦୋଷୀ, ତିହାରରେ ନାହାନ୍ତି ଘାତକ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଏବେ ଦାବି ଆହୁରି ଶାଣିତ ହେବାରେ ଲାଗିଛି। ସୁପ୍ରିମକୋର୍ଟ ଫାଶୀ ଦଣ୍ଡ ଦେବା ପରେ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା। ଏବେ ତା’ ମଧ୍ୟ ଖାରଜ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ଖୁବଶୀଘ୍ର ନିର୍ଭୟା ଘଟଣାର ଦୋଷୀଙ୍କୁ ଫାଶୀ ଦିଆଯିବ। ହେଲେ ଏହି କୁକର୍ମକାରୀଙ୍କୁ […]

sd

Hemant Lenka
  • Published: Tuesday, 03 December 2019
  • , Updated: 03 December 2019, 03:28 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଏବେ ଦାବି ଆହୁରି ଶାଣିତ ହେବାରେ ଲାଗିଛି। ସୁପ୍ରିମକୋର୍ଟ ଫାଶୀ ଦଣ୍ଡ ଦେବା ପରେ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା। ଏବେ ତା’ ମଧ୍ୟ ଖାରଜ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ଖୁବଶୀଘ୍ର ନିର୍ଭୟା ଘଟଣାର ଦୋଷୀଙ୍କୁ ଫାଶୀ ଦିଆଯିବ।

ହେଲେ ଏହି କୁକର୍ମକାରୀଙ୍କୁ କେମିତି ଫାଶୀ ଦିଆଯିବ? କାରଣ ତିହାର ଜେଲରେ ଏବେ କୌଣସି ଘାତକ ନାହାନ୍ତି। ତେଣୁ କିଏ ଏମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବ, ତାହା ସବୁଠାରୁ ବଡ଼ ପ୍ରଶ୍ନ।

ସୂତ୍ର ଅନୁସାରେ, ଆସନ୍ତା ଗୋଟିଏ ମାସ ମଧ୍ୟରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ଏବେଠାରୁ ଏଥିପାଇଁ ଜେଲ କର୍ତ୍ତୃପକ୍ଷ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କୋର୍ଟ ‘ବ୍ଲାକ ୱାରେଣ୍ଟ’ ଜାରି କରିବା କ୍ଷଣି ସେମାନଙ୍କୁ ଫାଶୀ ଦିଆଯିବ। ଏହି ୱାରେଣ୍ଟ ସେତେବେଳେ ଜାରି ହେବ, ଯେତେବେଳେ ରାଷ୍ଟ୍ରପତି ନିର୍ଭୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମାର କ୍ଷମା ଆବେଦନ ଖାରଜ କରିବେ।

ତିହାର ଜେଲରେ ଥିବା ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁକୁ ମଧ୍ୟ ଏହି ଠାରେ ଫାଶୀ ଦିଆଯାଇଥିଲା। ଏହି ସମୟରେ ଜଣେ ଜେଲ କର୍ତ୍ତୃପକ୍ଷ ହିଁ ଘାତକ(ଫାଶୀ ଖୁଣ୍ଟରେ ଝୁଲାଉଥିବା ବ୍ୟକ୍ତି) ସାଜିଥିଲେ। ଏଥର ଏହି ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଗୁପ୍ତ ଭାବେ ଅନ୍ୟ ଜେଲ କର୍ତ୍ତୃପକ୍ଷଙ୍କ ସହ ଘାତକ ଯୋଗାଡ଼ ପାଇଁ ଯୋଗାଯୋଗ କରିଛନ୍ତି।

ସେହିପରି ଶେଷଥର ପାଇଁ ହ୍ୟାଙ୍ଗମ୍ୟାନ ସାଜିଥିବା ବ୍ୟକ୍ତିଙ୍କୁ ମଧ୍ୟ ତିହାର ଜେଲ କର୍ତ୍ତୃପକ୍ଷ ଉତ୍ତର ପ୍ରଦେଶର ବିଭିନ୍ନ ଗାଁରେ ସନ୍ଧାନ କରୁଛନ୍ତି। ଜେଲ କର୍ତ୍ତୃପକ୍ଷ ପକ୍ଷ କେବେ ହେଲେ ସ୍ଥାୟୀ ଘାତକ ନିଯୁକ୍ତ କରିବେ ନାହିଁ। ନିର୍ଭୟା ଘଟଣାରେ ଫାଶୀ ଦଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଭଡ଼ାରେ ଅଣାଯିବ।

କାମ ସରିବା ପରେ ତାଙ୍କୁ ପୁଣି ନିଜ ସ୍ଥାନକୁ ପଠାଇ ଦିଆଯିବ। କାରଣ ଆମ ଦେଶରେ ଫାଶୀ ଦଣ୍ଡ ନିୟମିତ ଭାବେ କାର୍ଯ୍ୟକାରୀ ହେଉନାହିଁ। ତେଣୁ ତିହାର ଜେଲ କର୍ତ୍ତୃପକ୍ଷ ଏବେ ଭଡ଼ାରେ ଘାତକ ଆଣିବା ପାଇଁ ଚାହୁଁଥିବା ଜଣାପଡ଼ିଛି।

୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ଦିଲ୍ଲୀର ବସନ୍ତ ବିହାର ଠାରେ ମୁକେଶ, ପୱନ, ଅକ୍ଷୟ, ରାମ ସିଂହ, ବିନୟ ଏବଂ ଅନ୍ୟ ଜଣେ ନାବାଳକ ପାରା ମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସରେ ଗଣଦୁଷ୍କର୍ମ କରିଥିଲେ। ରାମ ସିଂହ ଆତ୍ମହତ୍ୟା କରିଥିବା ବେଳେ ୩ ବର୍ଷ ପରେ ନାବାଳକକୁ ମୁକ୍ତ କରାଯାଇଛି।

Related story