‘ନିର୍ଭୟା’ ଫାଶୀର ସେହି ଶେଷ ୨ ଘଣ୍ଟା...

ନୂଆଦିଲ୍ଲୀ: ଶୁକ୍ରବାର ସକାଳ ୫.୩୦ ସମୟରେ ଗତ ୭ ବର୍ଷ ପରେ ଆଇନଗତ ଲଢ଼େଇର ଅନ୍ତ ଘଟିଛି। ୨୦୧୨ ମସିହାର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ୪ଜଣ ଦୋଷୀଙ୍କୁ ଶେଷରେ ଫାଶୀ ହୋଇଛି। ତିହାର ଜେଲ୍‌ଠାରେ କାର୍ଯ୍ୟକାରୀ ହୋଇଥିବା ଏହି ଫାଶୀ ବାବଦରେ ଜାଣିବା ପାଇଁ ସାରା ଦେଶ ଉତ୍ସୁକତାର ସହ ଚାହିଁ ରହିଥିଲା। ସମସ୍ତଙ୍କ ନଜରରେ ଥିଲା ଫାଶୀ ସହ ଜଡ଼ିତ ସେହି ଶେଷ ୨ ଘଣ୍ଟା। ଫାଶୀ ପୂର୍ବରୁ କେବଳ ବିନୟ ଏବଂ […]

Nirbhaya

Subrat Kumar Nayak
  • Published: Friday, 20 March 2020
  • , Updated: 20 March 2020, 04:15 PM IST

ନୂଆଦିଲ୍ଲୀ: ଶୁକ୍ରବାର ସକାଳ ୫.୩୦ ସମୟରେ ଗତ ୭ ବର୍ଷ ପରେ ଆଇନଗତ ଲଢ଼େଇର ଅନ୍ତ ଘଟିଛି। ୨୦୧୨ ମସିହାର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ୪ଜଣ ଦୋଷୀଙ୍କୁ ଶେଷରେ ଫାଶୀ ହୋଇଛି। ତିହାର ଜେଲ୍‌ଠାରେ କାର୍ଯ୍ୟକାରୀ ହୋଇଥିବା ଏହି ଫାଶୀ ବାବଦରେ ଜାଣିବା ପାଇଁ ସାରା ଦେଶ ଉତ୍ସୁକତାର ସହ ଚାହିଁ ରହିଥିଲା। ସମସ୍ତଙ୍କ ନଜରରେ ଥିଲା ଫାଶୀ ସହ ଜଡ଼ିତ ସେହି ଶେଷ ୨ ଘଣ୍ଟା।

ଫାଶୀ ପୂର୍ବରୁ କେବଳ ବିନୟ ଏବଂ ମୁକେଶ ଖାଦ୍ୟ ଗ୍ରହଣ କରିଥିଲେ। କିନ୍ତୁ ପୱନ ଏବଂ ଅକ୍ଷୟ ଏଥିରେ ଅମଙ୍ଗ ହୋଇଥିଲେ। ଦୋଷୀଙ୍କ ଓକିଲ ଏପି ସିଂହ ଅଭିଯୋଗ ଆଣିଥିଲେ ଯେ, ପରିବାର ଲୋକଙ୍କ ସହ ଦୋଷୀଙ୍କ ଭେଟ କରାଯାଉନି। କିନ୍ତୁ ଫାଶୀ ପୂର୍ବରୁ ହିଁ ମୁକେଶର ପରିବାର ଲୋକେ ତାଙ୍କୁ ଭେଟିଥିଲେ। ଫଶୀ ପୂର୍ବର ରାତି ୪ ଦୋଷୀଙ୍କ ପାଇଁ ସବୁଠାରୁ ଭୟଙ୍କର ରାତି ଥିଲା। ଭୟରେ ସେମାନଙ୍କୁ ନିଦ ମଧ୍ୟ ଆସିନଥିଲା। ସେମାନଙ୍କୁ ଜଳଖିଆ ଯଚା ଯାଇଥିଲେ ମଧ୍ୟ, ସେମାନେ ମନା କରିବାରୁ ସେମାନଙ୍କୁ ଅଲଗା ଅଲଗା ୱାର୍ଡରେ ରଖା ଯାଇଥିଲା। ଜଣଙ୍କୁ ୧ ନମ୍ବର ୱାର୍ଡ, ଜଣଙ୍କୁ ୭ ନମ୍ବର ୱାର୍ଡ ଏବଂ ଅନ୍ୟ ଦୁଇ ଜଣଙ୍କୁ ୮ ନମ୍ବର ୱାର୍ଡରେ ରଖାଯାଇଥିଲା।

ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ସେପଟେ ଫାଶୀ ଦେବାକୁ ଥିବା ଜହ୍ଲାଦ ପୱନ୍‌ ମଧ୍ୟ ଜେଲରେ ଫାଶୀ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲା। ରାତି ୪ଟା ବେଳକୁ ଫାଶୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସର୍ବ ପ୍ରଥମେ ଜେଲ୍‌ ଅଧିକାରୀ ୪ ଦୋଷୀଙ୍କ ପାଖରେ ପହଞ୍ଚି ଦୋଷୀଙ୍କୁ ଗାଧୋଇବା ପାଇଁ ଏବଂ ପ୍ରାର୍ଥନା ପାଇଁ କହିଥିଲେ। କିନ୍ତୁ ସେମାନେ ଏପରି କରିବାକୁ ମନା କରିଥିଲେ। ଏହାପରେ ୫ଟା ବେଳକୁ ଫାଶୀର ଅନ୍ତିମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦୋଷୀଙ୍କୁ କଳା କପଡ଼ା ପିନ୍ଧା ଯାଇଥିଲା। ପୁରା ଜେଲ୍‌କୁ ଲକ୍‌ଡାଉନ୍‌ କରାଯାଇଥିଲା। ବାହାରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଥିଲା। ଶେଷରେ ତିହାର ଜେଲ୍‌ ଡିଜି ମଧ୍ୟ ପହଞ୍ଚିଯାଇଥିଲେ।

ଏହା ପରେ ଜେଲ୍‌ ଅଧିକାରୀ ଫାଶୀ ସ୍ଥାନ ଯାଞ୍ଚ କରାଯାଇଥିଲା। ପ୍ରଥମ ଥର ପାଇଁ ଏହି ଜେଲରେ ଏକାବେଳେ ୪ ଜଣଙ୍କୁ ଫାଶୀ ଦିଆଯାଉଥିବାରୁ ୧୦ ଫୁଟ ଓସାରର ପଟା ରଖାଯାଇଥିଲା। ଜେଲ୍‌ ସୁପରିଟେଣ୍ଡେଣ୍ଟ, ଡେପୁଟୀ ସୁପରିଟେଣ୍ଡେଣ୍ଟ ଏବଂ ଡାକ୍ତର ମଧ୍ୟ ତିହାର ଜେଲରେ ପ୍ରସ୍ତୁତ ଥିଲେ। ଏହାପରେ ଦୋଷୀଙ୍କୁ ଫାଶୀ ଘର ନିଆଯାଇଥିଲା। ସେମାନଙ୍କ ମୁହଁ କପଡ଼ାରେ ବନ୍ଧାଯିବା ସହ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା।

ଏଥର ୪ ଜଣଙ୍କ ଗଳାରେ ଫାଶୀ ପିନ୍ଧାଇ ଦିଆଯାଇଥିଲା। ଏହା ପରେ ପରେ ହ୍ୟାଣ୍ଡଲ ଭିଡ଼ି ଦିଆଯାଇଥିଲା। ଫଳରେ ୪ ଜଣ ଦୋଷୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ୩୦ ମିନିଟ୍‌ ଯାଏ ଏହି ୪ ଜଣଙ୍କ ଶରୀର ଝୁଲି ରହିଥିଲା। ୬ଟା ବେଳକୁ ଏମାନଙ୍କ ଶରୀର ଯାଞ୍ଚ କରାଯାଇଥିଲା। ଶେଷରେ ବିଧିବଦ୍ଧ ଭାବେ ଡାକ୍ତର ପବନ, ଅକ୍ଷୟ, ବିନୟ ଏବଂ ମୁକେଶକୁ ମୃତ ଘୋଷଣା କରିଥିଲେ। ଏଥି ସହିତ ଦେଶର ସବୁଠାରୁ ଚର୍ଚ୍ଚିତ ଓ ହୃଦୟଥରା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ମିଳିଥିବାରୁ ଜେଲ୍‌ ବାହାରେ ଉତ୍ସବ ଆରମ୍ଭ ହୋଇଯାଇଥିଲା।

Related story