ଲ୍ୟାଣ୍ଡଫଲ୍ କଲା ନିସର୍ଗ, ଦୋହଲିଲା ବିଲ୍ଡିଂ

ମୁମ୍ୱାଇ: ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ବାତ୍ୟା ନିସର୍ଗ ମହାରାଷ୍ଟ୍ରର ଅଲିବାଗରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ କରିବା ବେଳେ ସମୁଦ୍ରରେ ଲମ୍ୱା ଲମ୍ୱା ଢେଉ ଉଠୁଥିବା ଦେଖିବାକୁ ମିଳିଛି। ନିସର୍ଗର ପ୍ରଭାବର ଅନେକ ସ୍ଥାନରେ ଗଛ, ଚାଳ ଘର ଆଦି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ତେବେ ଏହି ବତ୍ୟା ମୁମ୍ୱାଇବାସୀଙ୍କ ପାଇଁ ସେତେଟା ବିପଦ ନାହିଁ। ବିଏମସି ଲୋକମାନଙ୍କୁ ଘରେ ରହିବାକୁ କହିଛି। ନିସର୍ଗର ପ୍ରକୋପ ଦେଖି ଦୁଇ ଦିନ ପାଇଁ ସମସ୍ତ ସେବା ବନ୍ଦ […]

cycline nisarga

Subhransu Sekhar
  • Published: Wednesday, 03 June 2020
  • , Updated: 03 June 2020, 02:24 PM IST

ମୁମ୍ୱାଇ: ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ବାତ୍ୟା ନିସର୍ଗ ମହାରାଷ୍ଟ୍ରର ଅଲିବାଗରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ କରିବା ବେଳେ ସମୁଦ୍ରରେ ଲମ୍ୱା ଲମ୍ୱା ଢେଉ ଉଠୁଥିବା ଦେଖିବାକୁ ମିଳିଛି। ନିସର୍ଗର ପ୍ରଭାବର ଅନେକ ସ୍ଥାନରେ ଗଛ, ଚାଳ ଘର ଆଦି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ତେବେ ଏହି ବତ୍ୟା ମୁମ୍ୱାଇବାସୀଙ୍କ ପାଇଁ ସେତେଟା ବିପଦ ନାହିଁ। ବିଏମସି ଲୋକମାନଙ୍କୁ ଘରେ ରହିବାକୁ କହିଛି। ନିସର୍ଗର ପ୍ରକୋପ ଦେଖି ଦୁଇ ଦିନ ପାଇଁ ସମସ୍ତ ସେବା ବନ୍ଦ କରାଯାଇଛି। ଏମିତିକି ବିମାନ ବନ୍ଦରରେ ବିମାନ ସଂଖ୍ୟା ସୀମିତ କରିଦିଆଯାଇଛି।

https://twitter.com/NavbharatTimes/status/1268080799426871297

ଲ୍ୟାଣ୍ଡଫଲ କରିବା ବେଳେ ମହାରାଷ୍ଟ୍ରର ରତ୍ନଗିରିର ଦୋପୋଳୀରେ ଗୋଟିଏ ବିଲ୍ଡିଂ ଦୋହଲି ଯାଇଥିବାବେଳେ ଛାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ରତ୍ନଗିରି ଜିଲ୍ଲାର ଉପକୂଳରେ ଏକ ଜାହାଜକୁ ସୁମୁଦ୍ର କୂଳରେ ଆଣି ପବନ ପହଞ୍ଚାଇଥିବା ଦେଖିବାକୁ ମିଳିଛି। ନିସର୍ଗ ପ୍ରଭାବରେ ଆଲିବାଗ ଓ ମୁମ୍ବାଇରେ ମଧ୍ୟ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହେଉଛି।

 

ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପବନ ସାଙ୍ଗକୁ ମୁମ୍ୱାଇରେ ଝଡ଼ ତୋଫାନ୍ ଦେଖିବାକୁ ମିଳିଛି। ଆଲିବାଗ, ମୁମ୍ବାଇ ଅଞ୍ଚଳରେ ପବନ ସହିତ ପ୍ରବଳ ବର୍ଷା ହୋଇଛି। ପ୍ରଭାବରେ ଗଛ ଉପାଡ଼ି ଦେଇଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ୟା ନିସର୍ଗକୁ ଲ୍ୟାଣ୍ଡଫଲ କରିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିବ। ତେବେ ମୁମ୍ୱାଇ ପ୍ରତି ସେତେଟା ବିପଦ ନଥିବା ସୂଚନା ରହିଛି।

ସ୍ଥିତିକୁ ମୁକାବିଲା କରିବା ପାଇଁ ଦୁଇ ଦିନ ପାଇଁ ଘରୁ ନବାହାରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆହ୍ୱାନ କରିଛନ୍ତି। ଏଥିସହ ୨୦ଟି ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି। ଲୋକମାନଙ୍କୁ ସମୁଦ୍ରକୂଳ ଯିବା ପାଇଁ ବାରଣ କରାଯାଇଛି।

Related story