ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: କଂଗ୍ରେସର ‘ନ୍ୟାୟ’ ସ୍କିମ୍‌ ବାବଦରେ ପ୍ରତିକୂଳ ମନ୍ତବ୍ୟ ଦେଇ ନୀତି ଉପାଧ୍ୟକ୍ଷ ରାଜୀବ କୁମାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା କହିଛନ୍ତି ନିର୍ବାଚନ କମିଶନ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସର୍ବନିମ୍ନ ଆୟ ପ୍ରତିଶ୍ରୁତି ବାବଦରେ ବିବାଦୀୟ ମନ୍ତବ୍ୟ ଦେବାପରେ ରାଜୀବ ନିଜ ପକ୍ଷ ରଖି ଦେଇଥିବା ଉତ୍ତର ସନ୍ତୋଷଜନକ ନୁହେଁ ବୋଲି ନିର୍ବାଚନ କମିଶନ ମନ୍ତବ୍ୟ ରଖିଛନ୍ତି। ଏକ ଚିଠି ଜରିଆରେ ଇସି କହିଛନ୍ତି, “କମିଶନ ଆପଣଙ୍କ ମନ୍ତବ୍ୟକୁ ବିଚାର କରିଛି ଏବଂ […]

Rajeev-kumar-niti-ayog

Subrat Kumar Nayak
  • Published: Friday, 05 April 2019
  • , Updated: 05 April 2019, 10:20 PM IST

ନୂଆଦିଲ୍ଲୀ: କଂଗ୍ରେସର ‘ନ୍ୟାୟ’ ସ୍କିମ୍‌ ବାବଦରେ ପ୍ରତିକୂଳ ମନ୍ତବ୍ୟ ଦେଇ ନୀତି ଉପାଧ୍ୟକ୍ଷ ରାଜୀବ କୁମାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା କହିଛନ୍ତି ନିର୍ବାଚନ କମିଶନ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସର୍ବନିମ୍ନ ଆୟ ପ୍ରତିଶ୍ରୁତି ବାବଦରେ ବିବାଦୀୟ ମନ୍ତବ୍ୟ ଦେବାପରେ ରାଜୀବ ନିଜ ପକ୍ଷ ରଖି ଦେଇଥିବା ଉତ୍ତର ସନ୍ତୋଷଜନକ ନୁହେଁ ବୋଲି ନିର୍ବାଚନ କମିଶନ ମନ୍ତବ୍ୟ ରଖିଛନ୍ତି। ଏକ ଚିଠି ଜରିଆରେ ଇସି କହିଛନ୍ତି, “କମିଶନ ଆପଣଙ୍କ ମନ୍ତବ୍ୟକୁ ବିଚାର କରିଛି ଏବଂ ଜଣାଇବାକୁ ଚାହିଁଛି ଯେ, ଏହା ସନ୍ତୋଷଜନକ ନୁହେଁ।”

ଇସି ଆହୁରି ମଧ୍ୟ କହିଛନ୍ତି, “ସରକାରୀ କର୍ମଚାରୀମାନେ କେବଳ ଆଚରଣରେ ନିରପେକ୍ଷ ରହିଲେ ଚଳିବନି, ସାର୍ବଜନୀନ ମତମନ୍ତବ୍ୟରେ ମଧ୍ୟ ତାହା ପ୍ରତିଫଳିତ ହେବାର ଆବଶ୍ୟକତା ରହିଛି। ଆପଣଙ୍କ ମନ୍ତବ୍ୟ ପାଇଁ କମିଶନ୍‌ ଅସନ୍ତୋଷ ପ୍ରକାଶ କରୁଛନ୍ତି, ଆଶା କରୁଛନ୍ତି ଭବିଷ୍ୟତରେ ଏହାର ପୁନରାବୃତ୍ତି ନଘଟୁ।”

ସୂଚନାଯୋଗ୍ୟ ଯେ, ରାଜୀବ କଂଗ୍ରେସର ପ୍ରତିଶ୍ରୁତି ବାବଦରେ କହିଥିଲେ ଅତୀତରେ ମଧ୍ୟ ପ୍ରମାଣିତ ହୋଇଆସିଛି ଏବଂ ବର୍ତ୍ତମାନ ଏହା ପ୍ରତିଫଳିତ ହୋଇଛି ଯେ କଂଗ୍ରେସ ନିର୍ବାଚନ ଜିତିବାକୁ ଜହ୍ନ ଦେଖାଉଛି। ଏହି ସ୍କିମ୍‌ ନା କେବଳ ଆର୍ଥିକ ଶୃଙ୍ଖଳା ବିଗାଡ଼ିବ, ବରଂ କାମ ବିରୋଧରେ ଦୃଢ଼ ପ୍ରଚାର କରାଇବ। ଯାହାକି କେବେ ମଧ୍ୟ ଲାଗୁ ହୋଇପାରିବ ନାହିଁ।

ତେବେ ଏହି ମନ୍ତବ୍ୟକୁ ନେଇ ବିବାଦ ହେବାରୁ ସେ ଯୁକ୍ତି ଦର୍ଶାଉଥିଲେ, ମୁଁ କେବଳ ଜଣେ ଅର୍ଥନୀତିଜ୍ଞ ହିସାବରେ କଂଗ୍ରେସର ସ୍କିମ୍‌କୁ ସମାଲୋଚନା କରିଥିଲି। ସେ କହିଥିଲେ ଏହାକୁ ନୀତି ଆୟୋଗର ମନ୍ତବ୍ୟ ଭାବରେ ବିଚାର କରାନଯାଉ।

ଗତ ମାସରେ ହିଁ ରାହୁଲ ଘୋଷଣା କରିଥିଲେ, ସବୁଠାରୁ ଅଧିକ ଗରିବ ବର୍ଗର ପରିବାରଙ୍କ ମଧ୍ୟରୁ ୨୦ ପ୍ରତିଶତ ପରିବାରଙ୍କୁ ବାର୍ଷିକ ୭୨ ହଜାର ଟଙ୍କାର ସର୍ବନିମ୍ନ ଆୟ ଦିଆଯିବ। ଏହା ଗରିବୀ ବା ଦାରିଦ୍ର୍ୟତା ଉପରେ ବ୍ରହ୍ମାସ୍ତ୍ର ପରି ହେବ ଏବଂ ୨୫ କୋଟି ଲୋକ ଏହା ଦ୍ୱାରା ଲାଭବାନ ହେବେ କୁହାଯାଇଥିଲା। ଏହାର ନାମ ‘ନ୍ୟାୟ’ ରଖାଯାଇଥିଲା।

Related story