ନୀତୀଶଙ୍କ ଘର ବାହୁଡ଼ା: ଆସନ୍ତାକାଲି ଶପଥ ଗ୍ରହଣ, ମୋଦି ଦେଲେ ଶୁଭେଚ୍ଛା

ଭୁବନେଶ୍ୱର: ନୀତୀଶ କୁମାରଙ୍କ ଘର ବାହୁଡା। ଆଜି ସନ୍ଧ୍ୟା ୬.୩୦ ମିନିଟ୍‌ ସମୟରେ ହଠାତ୍‌ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମହାମେଣ୍ଟକୁ ଏକ ଶକ୍ତ ଝଟ୍‌କା ଦେବାପରେ ଜଣାପଡିଥିଲା କି ନୀତୀଶ ଏବେ ପୁରୁଣା ଘରକୁ ଫେରିପାରନ୍ତି। ମାତ୍ର ଏହାର ଠିକ୍‌ ୩୦ ମିନିଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଭ୍ରଷ୍ଟାଚାର ବିରୋଧରେ ଲଢେଇ ପାଇଁ ନୀତୀଶ କୁମାରଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଥିଲେ। ଇସ୍ତଫାର ଠିକ୍‌ ଏକଘଣ୍ଟା ମଧ୍ୟରେ ବିଜେପି ଅଧ୍ୟକ୍ଷ […]

modi

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 10:50 PM IST

ଭୁବନେଶ୍ୱର: ନୀତୀଶ କୁମାରଙ୍କ ଘର ବାହୁଡା। ଆଜି ସନ୍ଧ୍ୟା ୬.୩୦ ମିନିଟ୍‌ ସମୟରେ ହଠାତ୍‌ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମହାମେଣ୍ଟକୁ ଏକ ଶକ୍ତ ଝଟ୍‌କା ଦେବାପରେ ଜଣାପଡିଥିଲା କି ନୀତୀଶ ଏବେ ପୁରୁଣା ଘରକୁ ଫେରିପାରନ୍ତି। ମାତ୍ର ଏହାର ଠିକ୍‌ ୩୦ ମିନିଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଭ୍ରଷ୍ଟାଚାର ବିରୋଧରେ ଲଢେଇ ପାଇଁ ନୀତୀଶ କୁମାରଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଥିଲେ। ଇସ୍ତଫାର ଠିକ୍‌ ଏକଘଣ୍ଟା ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ବରିଷ୍ଠ ବିଜେପି ନେତା ସୁଶିଲ ମୋଦିଙ୍କୁ କହିଥିଲେ ବିଜେପି ବିଧ୍ୟାୟକ ଦଳର ବୈଠକ କରିବା ପାଇଁ। ଲାଗୁଥିଲା ଯେପରି ଏହା ପୂର୍ବରୁ ସ୍ଥିର ହୋଇଛି। ଏହାପରେ ଠିକ୍‌ ରାତି ୯ଟା ବେଳେ ବିଜେପି ପକ୍ଷରୁ ଘୋଷଣା କରାଗଲା ଯେ ବିଜେପି ଜେଡିୟୁକୁ ସରକାର ଗଢିବାରେ ସମର୍ଥନ କରିବ। କେହି କିଛି ଚିନ୍ତା କରିବା ପୂର୍ବରୁ ଯେମିତି ସବୁ କିଛି ଶେଷ ହୋଇଯାଇଥିଲା। ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଗୋଆ ଓ ମଣିପୁରରେ କଂଗ୍ରେସ ବିଜେପି ଠାରୁ ଅଧିକ ସିଟ୍‌ ପାଇଥିଲେ ମଧ୍ୟ ବିଜେପି ଏଠାରେ ସରକାର କରିବାରେ ସକ୍ଷମ ହୋଇଥିଲା। ଠିକ୍‌ ସେହିପରି ଏଠାରେ ମଧ୍ୟ ବିଜେପି ମାତ୍ର ୩ଘଣ୍ଟା ମଧ୍ୟରେ ସବୁକିଛି ନିଜ ସପକ୍ଷରେ କରିନେଇଥିଲା। ସୂଚନା ଅନୁସାର ଆସନ୍ତା କାଲି ସନ୍ଧ୍ୟା ୫ଟା ସମୟରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଯେଉଁଥରେ ନୀତୀଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାକୁ ଲାଲୁ ଓ କଂଗ୍ରେସ ଯଦିଓ ସହଜରେ ହଜମ କରିପାରୁନଥିବେ ହେଲେ ମୋଦିଙ୍କ ଗୋଟି ଚାଳନାରେ ମହାମେଣ୍ଟ ଧୂଳିସାତ ହୋଇଯାଇଥିବା ରାଜନୈତିକ ପଣ୍ଡିତ କହୁଛନ୍ତି।

Related story