ଦେଶ ବାବଦରେ କେହି ଚିନ୍ତା କରୁନାହାନ୍ତି, ସମସ୍ତଙ୍କର ଭୋଟ୍ ଚିନ୍ତା: ନୀତୀଶ

ପାଟନା: ପଶ୍ଚିମବଙ୍ଗ ସିବିଆଇ-ମମତା ବିବାଦ ଘିଅରେ ନୂଆ ନିଆଁ ଢାଳିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ କିଛି ବି ଘଟିପାରେ। ବିଜେପି ସହିତ ମେଣ୍ଟ ସରକାର କରିଥିବା ନୀତୀଶ କହିଛନ୍ତି ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବା ଯାଏ ଏପରି ଚାଲିଥିବ। ନୀତୀଶ ଆହୁରି ମଧ୍ୟ କହିଛନ୍ତି, “ପଶ୍ଚିମବଙ୍ଗ ସରକାର ଏବଂ ସିବିଆଇ ମଧ୍ୟରେ ଯାହା ହେଲା ଏବିଷୟରେ ସେମାନେ କହିପାରିବେ। ମୋର ଅନ୍ୟମାନଙ୍କ ଉପରେ ମନ୍ତବ୍ୟ ଦେବାର […]

nitish

Subrat Kumar Nayak
  • Published: Tuesday, 05 February 2019
  • , Updated: 05 February 2019, 08:15 AM IST

ପାଟନା: ପଶ୍ଚିମବଙ୍ଗ ସିବିଆଇ-ମମତା ବିବାଦ ଘିଅରେ ନୂଆ ନିଆଁ ଢାଳିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ କିଛି ବି ଘଟିପାରେ। ବିଜେପି ସହିତ ମେଣ୍ଟ ସରକାର କରିଥିବା ନୀତୀଶ କହିଛନ୍ତି ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବା ଯାଏ ଏପରି ଚାଲିଥିବ।

ନୀତୀଶ ଆହୁରି ମଧ୍ୟ କହିଛନ୍ତି, “ପଶ୍ଚିମବଙ୍ଗ ସରକାର ଏବଂ ସିବିଆଇ ମଧ୍ୟରେ ଯାହା ହେଲା ଏବିଷୟରେ ସେମାନେ କହିପାରିବେ। ମୋର ଅନ୍ୟମାନଙ୍କ ଉପରେ ମନ୍ତବ୍ୟ ଦେବାର ଅଭ୍ୟାସ ନାହିଁ।”

ଅନ୍ୟପକ୍ଷରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ଯଦି ସେ ଏଭଳି ବିବାଦରେ ପଡ଼ିଥାନ୍ତେ ତାଙ୍କର ପ୍ରତିକ୍ରିୟା କ’ଣ ହୋଇଥାନ୍ତା। ସେ ଏହାର ଉତ୍ତରରେ କହିଲେ, ଆପଣ ଭାବୁଛନ୍ତି କି ଏଭଳି ରେକର୍ଡ ଥିବା ଜଣେ ଅଧିକାରୀଙ୍କୁ ମୁଁ ଡିଜିପି ଦାୟିତ୍ୱରେ ରହିବାକୁ ଦେଇଥାନ୍ତି।

ଅନ୍ୟପକ୍ଷରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ବାବଦରେ ସେ କହିଥିଲେ, “ପୂର୍ବ ଭଳି ଏହା ଏତେ ସହଜ ନୁହେଁ। କଂଗ୍ରେସ ସରକାର ଯେତେବେଳେ ଏହା କରିଥିଲା, ସୁପ୍ରିମ୍‌କୋର୍ଟ ଏହାର ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ ଅଣାଇଛନ୍ତି। ଦେଶ ବାବଦରେ କେହି ଚିନ୍ତା କରୁନାହାନ୍ତି, ସମସ୍ତଙ୍କର ଭୋଟ୍ ଚିନ୍ତା। ଆମ ଦେଶ ମହାନ ଏବଂ ବିଭିନ୍ନ ଭିନ୍ନତା ମଧ୍ୟରେ ଗତିଶୀଳ।”

Related story