ବିହାରରେ ନୀତୀଶଙ୍କ ଟାର୍ଗେଟ୍‌ ୨୦୦

ପାଟନା: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍‌ଡିଏ ପାଇଁ ଟାର୍ଗେଟ୍‌ ନିର୍ଦ୍ଧାରଣ କରିଛନ୍ତି। ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲୟାନ୍ସ ବା ଏନ୍‌ଡିଏ ମେଣ୍ଟ ୨୦୦ ଆସନରେ ଜିତିବା ସେମାନେ ନିଶ୍ଚିତ କରନ୍ତୁ। ସୂଚନାଯୋଗ୍ୟ ଯେ, ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି। ଏମଧ୍ୟରୁ ଜେଡିୟୁ ଏବଂ ବିଜେପିର ଯଥାକ୍ରମେ ୭୦ ଏବଂ ୫୪ ଜଣ ସଦସ୍ୟ ଅଛନ୍ତି। ଅର୍ଥାତ ଏନ୍‌ଡିଏର ମୋଟ ୧୨୪ ଜଣ […]

SAHA NITISH

Subrat Kumar Nayak
  • Published: Sunday, 01 March 2020
  • , Updated: 01 March 2020, 05:00 PM IST

ପାଟନା: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍‌ଡିଏ ପାଇଁ ଟାର୍ଗେଟ୍‌ ନିର୍ଦ୍ଧାରଣ କରିଛନ୍ତି। ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲୟାନ୍ସ ବା ଏନ୍‌ଡିଏ ମେଣ୍ଟ ୨୦୦ ଆସନରେ ଜିତିବା ସେମାନେ ନିଶ୍ଚିତ କରନ୍ତୁ।

ସୂଚନାଯୋଗ୍ୟ ଯେ, ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି। ଏମଧ୍ୟରୁ ଜେଡିୟୁ ଏବଂ ବିଜେପିର ଯଥାକ୍ରମେ ୭୦ ଏବଂ ୫୪ ଜଣ ସଦସ୍ୟ ଅଛନ୍ତି। ଅର୍ଥାତ ଏନ୍‌ଡିଏର ମୋଟ ୧୨୪ ଜଣ ସଦସ୍ୟ ଅଛନ୍ତି।

ନୀତୀଶ କର୍ମୀମାନଙ୍କୁ ଅଭିଭାଷଣ ଦେଇ କହିଥିଲେ, ଆରଜେଡି ଏବଂ କଂଗ୍ରେସ ସଂଖ୍ୟାଲଘୁଙ୍କୁ କେବଳ ଭୋଟ୍‌ ମାଗନ୍ତି। ସେ କହିଛନ୍ତି, ଆମେ ସଂଖ୍ୟାଲଘୁଙ୍କ ପାଇଁ କାମ କରୁ। ଏହା ପୂର୍ବରୁ ଝାରଖଣ୍ଡ ଏବଂ ଦିଲ୍ଲୀ ନିର୍ବାଚନରେ ବିଜେପି ଏବଂ ଜେଡିୟୁ ଅଲଗା ଅଲଗା ଲଢ଼ିଛନ୍ତି। କିଦନ୍ତୁ ଉଭୟରେ ବିଜେପିକୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡ଼ିଛି। ବର୍ତ୍ତମାନର ବିହାର ନିର୍ବାଚନ ବିଜେପି ପାଇଁ ଗରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।

Related story