କାଲି ଇସ୍ତଫା ଦେଇଥିଲେ, ଆଜି ଶପଥ ନେଲେ; ଷଷ୍ଠ ଥର ପାଇଁ ନୀତୀଶ ହେଲେ ମୁଖ୍ୟମନ୍ତ୍ରୀ

ପାଟନା: ଇସ୍ତଫା ଦେବାର ୨୪ ଘଣ୍ଟା ନ ପୂରୁଣୁ ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇଛନ୍ତି ଜେଡିୟୁ ନେତା ନୀତୀଶ କୁମାର। ଏଥର ବିଜେପି ଓ ଏନ୍‌ଡିଏ ସମର୍ଥନରେ ସେ ଗଢ଼ିଛନ୍ତି ସରକାର। ତାଙ୍କ ସହିତ ଶପଥ ନେଇଛନ୍ତି ବିଜେପି ନେତା ସୁଶୀଲ କୁମାର ମୋଦି। ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ […]

nitish

Rakesh Mallick
  • Published: Thursday, 27 July 2017
  • , Updated: 27 July 2017, 10:42 AM IST

ପାଟନା: ଇସ୍ତଫା ଦେବାର ୨୪ ଘଣ୍ଟା ନ ପୂରୁଣୁ ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇଛନ୍ତି ଜେଡିୟୁ ନେତା ନୀତୀଶ କୁମାର। ଏଥର ବିଜେପି ଓ ଏନ୍‌ଡିଏ ସମର୍ଥନରେ ସେ ଗଢ଼ିଛନ୍ତି ସରକାର। ତାଙ୍କ ସହିତ ଶପଥ ନେଇଛନ୍ତି ବିଜେପି ନେତା ସୁଶୀଲ କୁମାର ମୋଦି। ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ଆସନ୍ତା ଶନିବାର ଶପଥ ନେବେ।

ନୀତୀଶ କୁମାର ଆଜି ଷଷ୍ଠ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ୧୨ ବର୍ଷରେ ସେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

୨୦୧୩ରେ ନୀତୀଶ ବିଜେପି ସହିତ ୧୭ ବର୍ଷର ମେଣ୍ଟ ଭାଙ୍ଗି ଥିଲେ। ବିଜେପି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଯୋଗୁଁ ନୀତୀଶ ମେଣ୍ଟ ଭାଙ୍ଗି ଦେଇଥିଲେ। ଏହା ପରେ ସେ କଂଗ୍ରେସ ଓ ରାଜନୈତିକ ଶତ୍ରୁ ଲାଲୁ ପ୍ରସାଦ ଯାଦବଙ୍କ ସହ ହାତ ମିଳାଇ ଥିଲେ।

୨୪୩  ଆସନ ବିଶିଷ୍ଟ ବିହାର ବିଧାନସଭାରେ ଜେଡିୟୁର ୭୧ ଜଣ ବିଧାୟକ ଅଛନ୍ତି। ବିଜେପିର ୫୩ ଜଣ ବିଧାୟକ ଅଛନ୍ତି। ତେଣୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅସୁବିଧା ହେବ ନାହିଁ।

Related story