୫୦: ୫୦ ସିଟ୍‌ ଶେୟାରିଂ ଫର୍ମୁଲାରେ ଡିଲ୍‌ ଫାଇନାଲ କଲେ ବିଜେପି ଓ ନୀତୀଶ କୁମାର

ପାଟନା: ଏକାଠି ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବା ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟରେ ସିଟ୍‌ ଶେୟାରିଂକୁ ନେଇ ଚାଲିଥିବା ଟଣାଓଟରାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଭୟ ବିହାରରେ ୫୦: ୫୦ ସିଟ୍‌ ଶେୟାରିଂ ଫର୍ମୁଲାରେ ଡିଲ୍‌ ଫାଇନାଲ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଜେଡିୟୁ ୧୨୨ ଓ ବିଜେପି ୧୨୧ଟି ଆସନରେ ପ୍ରାର୍ଥୀ ଦେବ। ଜେଡିୟୁ ତା’ ଭାଗରୁ ଜିତେନ ରାମ ମାଞ୍ଜୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାକୁ […]

fb

Hemant Lenka
  • Published: Sunday, 04 October 2020
  • , Updated: 04 October 2020, 04:32 PM IST

ପାଟନା: ଏକାଠି ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବା ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟରେ ସିଟ୍‌ ଶେୟାରିଂକୁ ନେଇ ଚାଲିଥିବା ଟଣାଓଟରାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଭୟ ବିହାରରେ ୫୦: ୫୦ ସିଟ୍‌ ଶେୟାରିଂ ଫର୍ମୁଲାରେ ଡିଲ୍‌ ଫାଇନାଲ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଜେଡିୟୁ ୧୨୨ ଓ ବିଜେପି ୧୨୧ଟି ଆସନରେ ପ୍ରାର୍ଥୀ ଦେବ। ଜେଡିୟୁ ତା’ ଭାଗରୁ ଜିତେନ ରାମ ମାଞ୍ଜୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାକୁ କିଛି ଆସନ ଛାଡ଼ିବ। ସେହିପରି ଯଦି ରାମ ବିଲାଶ ପାଶ୍ୱାନଙ୍କ ଲୋକ ଜନଶକ୍ତି ଦଳ ମେଣ୍ଟରେ ରହିବ, ତା’ହେଲେ ବିଜେପି ଭାଗରୁ କିଛି ଆସନ ଏହି ଦଳକୁ ମିଳିବ।

ବିଜେପି ସହ ଏଲଜେପିର କିଛି ସମସ୍ୟା ନାହିଁ। କିନ୍ତୁ ନୀତୀଶ କୁମାରଙ୍କ ଜେଡିୟୁ ସହ ରାମ ବିଲାଶ ପାଶ୍ୱାନଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ବିବାଦ ଲାଗି କରିଛି। ସପ୍ତାହକ ମଧ୍ୟରେ ଚିରାଗ ପାଶ୍ୱାନ ସିଟ୍‌ ଶେୟାରିଂ ସମ୍ପର୍କରେ ଘୋଷଣା କରିବାକୁ ଉଭୟ ବିଜେପି ଓ ଜେଡିୟୁ କହିଥିଲେ।

ନଚେତ ତାଙ୍କ ଦଳ ପ୍ରାର୍ଥୀ ଦେବା ଆରମ୍ଭ କରିବ ବୋଲି ସେ ଖୋଲା ଚେତାବନୀ ଦେଇଥିଲେ। ଏବେ ବିଜେପି-ଜେଡିୟୁ ୫୦:୫୦ ଫର୍ମୁଲାରେ ରାଜି ହୋଇଥିବାରୁ ଏଲଜେପିକୁ କେତେ ଆସନ ମିଳୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Related story