ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବା ପୂର୍ବରୁ ଲୁଚକାଳି ଖେଳୁଛି ମୌସୁମୀ। କେରଳରେ ମୌସୁମୀ ପାଖାପାଖି ପହଞ୍ଚି ସାରିଛି, ହେଲେ ୮ ତାରିଖ ପରେ ଯାଇ ମୌସୁମୀ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସଦ୍ୟ ଆକଳନ କରି ଏହା କହିଛି। ମୌସୁମୀର ଏଭଳି ସ୍ଥିତି ରହିଲେ ସାରା ଦେଶରେ ବର୍ଷା ବିଳମ୍ୱରେ ହେବ ବୋଲି ଜଣାପଡ଼ିଛି। ସାଧାରଣ ଭାବରେ ୧୫ ଜୁନ ବେଳକୁ ମୁମ୍ୱାଇରେ ମୌସୁମୀ ଛୁଇଁସାରିଥାଏ, କିନ୍ତୁ ଚଳିତଥର ଆହୁରି ସପ୍ତାହେ ବିଳମ୍ୱ ହେବ ବୋଲି ଜଣାପଡ଼ିଛି।
ପ୍ରଥମେ ଜୁନ ୬ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ଆକଳନ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏଥିରେ ବିଳମ୍ବ ହୋଇଛି। ଅନ୍ୟପଟେ ପ୍ରଚଣ୍ଡ ଖରା କାରଣରୁ ରାଜସ୍ଥାନ, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ଲୁ ବା ଗରମ ପବନ ବହୁଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଏହି ସବୁ ରାଜ୍ୟରେ ବର୍ଷା ବିଳମ୍ବିତ ହେବ।