ଯୌନ ନିର୍ଯାତନା ମାମଲାରେ ନାନା ପାଟେକରଙ୍କୁ ପୁଲିସର କ୍ଲିନ୍‌ଚିଟ୍‌

ମୁମ୍ବାଇ: ଅଭିନେତ୍ରୀ ତନୁଶ୍ରୀ ଦତ୍ତ ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ମାମଲା ଏକ ପ୍ରକାରର ବନ୍ଦ ହୋଇଯାଇଛି। ଆଜି ମୁମ୍ବାଇ ପୁଲିସ୍‌ ତନୁଶ୍ରୀ ଆଣିଥିବା ଅଭିଯୋଗର ତଦନ୍ତ କରିସାରିବା ପରେ କୋର୍ଟଙ୍କୁ ଅବଗତ କରାଇଛି। ତଦନ୍ତ ବେଳେ ନାନାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଅମୂଳକ ବୋଲି କୋର୍ଟଙ୍କୁ ପୁଲିସ୍‌ ଜଣାଇଛି। ପୁଲିସ୍‌ କହିଛି ଯେ ତଦନ୍ତ ବେଳେ ଏମିତି କିଛି ପ୍ରମାଣ ମିଳିନାହିଁ ଯେ ଯାହାଦ୍ୱାରା ନାନାଙ୍କୁ ଏହି […]

s

Hemant Lenka
  • Published: Thursday, 13 June 2019
  • , Updated: 13 June 2019, 04:25 PM IST

ମୁମ୍ବାଇ: ଅଭିନେତ୍ରୀ ତନୁଶ୍ରୀ ଦତ୍ତ ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ମାମଲା ଏକ ପ୍ରକାରର ବନ୍ଦ ହୋଇଯାଇଛି। ଆଜି ମୁମ୍ବାଇ ପୁଲିସ୍‌ ତନୁଶ୍ରୀ ଆଣିଥିବା ଅଭିଯୋଗର ତଦନ୍ତ କରିସାରିବା ପରେ କୋର୍ଟଙ୍କୁ ଅବଗତ କରାଇଛି। ତଦନ୍ତ ବେଳେ ନାନାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଅମୂଳକ ବୋଲି କୋର୍ଟଙ୍କୁ ପୁଲିସ୍‌ ଜଣାଇଛି।

ପୁଲିସ୍‌ କହିଛି ଯେ ତଦନ୍ତ ବେଳେ ଏମିତି କିଛି ପ୍ରମାଣ ମିଳିନାହିଁ ଯେ ଯାହାଦ୍ୱାରା ନାନାଙ୍କୁ ଏହି ମାମଲାରେ ଜଣେ ଅଭିଯୁକ୍ତ ଭାବେ ଦର୍ଶାଯାଇ ପାରିବ। ପୁଲିସ୍‌ କହିଛି ଯେ ଅଭିଯୋଗକାରିଣୀଙ୍କୁ ସମର୍ଥନ କରିବା ପାଇଁ ଆମ ପାଖରେ କୌଣସି ପ୍ରମାଣ ନାହିଁ। ଏଥିପାଇଁ ଆଗକୁ ଆମେ ଏ ମାମଲାର ତଦନ୍ତ ଆଉ କରିବୁ ନାହିଁ।

୧୦ ବର୍ଷ ତଳେ 'ହର୍ଣ୍ଣ ଓକେ ପ୍ଲିଜ୍‌' ଫିଲ୍ମର ଶୁଟିଂ ସେଟ୍‌ରେ ନାନା ପାଟେକର ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଅଭଦ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ତନୁଶ୍ରୀ ଅଭିଯୋଗ କରିବା ପରେ ସମଗ୍ର ଦେଶରେ ମି' ଟୁ (MeToo) ନାମକ ଏକ ଅଭିଯାନ ଆରମ୍ଭ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ଓ ବିଭିନ୍ନ ଢଙ୍ଗରେ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାମାନେ ଏହାକୁ ଆଧାର ସେମାନଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ବଖାଣିଥିଲେ।

Related story