ପୁଣି ତାରିଖ, ଘୁଞ୍ଚିଲା ନିର୍ଭୟା ଫାଶୀ

ନୂଆଦିଲ୍ଲୀ: ମଙ୍ଗଳବାର ହେବନି ନିର୍ଭୟା ଗଣଦୁଷ୍କର୍ମର ଦୋଷୀମାନଙ୍କୁ ଫାଶୀ। ଅର୍ଥାତ ଏହି ଦିନ ପାଇଁ ପୁଣି ଏକ ତାରିଖକୁ ଅପେକ୍ଷା କରିବାକୁ ହେବ। ଦିଲ୍ଲୀ କୋର୍ଟ ଏବାବଦରେ ରାୟ ଦେଇ କହିଛନ୍ତି, ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି। ଆସନ୍ତାକାଲି ବା ମାର୍ଚ୍ଚ ୩ ତାରିଖରେ ଫାଶୀ ହେବ ବୋଲି ନିଶ୍ଚିତ ହୋଇସାରିଥିଲା। ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ ସିଂହ, ପୱନ ଗୁପ୍ତା ଏବଂ ବିନୟ ଶର୍ମା ଏହିଦିନ ଫାଶୀ ପାଇବାର ଥିଲା। ଅତିରିକ୍ତ […]

Nirbhaya

Subrat Kumar Nayak
  • Published: Monday, 02 March 2020
  • , Updated: 02 March 2020, 05:55 PM IST

ନୂଆଦିଲ୍ଲୀ: ମଙ୍ଗଳବାର ହେବନି ନିର୍ଭୟା ଗଣଦୁଷ୍କର୍ମର ଦୋଷୀମାନଙ୍କୁ ଫାଶୀ। ଅର୍ଥାତ ଏହି ଦିନ ପାଇଁ ପୁଣି ଏକ ତାରିଖକୁ ଅପେକ୍ଷା କରିବାକୁ ହେବ। ଦିଲ୍ଲୀ କୋର୍ଟ ଏବାବଦରେ ରାୟ ଦେଇ କହିଛନ୍ତି, ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି।

ଆସନ୍ତାକାଲି ବା ମାର୍ଚ୍ଚ ୩ ତାରିଖରେ ଫାଶୀ ହେବ ବୋଲି ନିଶ୍ଚିତ ହୋଇସାରିଥିଲା। ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ ସିଂହ, ପୱନ ଗୁପ୍ତା ଏବଂ ବିନୟ ଶର୍ମା ଏହିଦିନ ଫାଶୀ ପାଇବାର ଥିଲା।

ଅତିରିକ୍ତ ସେସନ୍‌ ଜଜ୍‌ ଧର୍ମେନ୍ଦ୍ର ରାଣା ଏହି ରାୟ ଦେଛନ୍ତି। ଏହା ପୂର୍ବରୁ ସୋମବାର ଦୋଷୀ ପୱନ କୁମାର ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା। ଏହି କାରଣରୁ ଫାଶୀ ତାରିଖ ଘୁଞ୍ଚଯାଉ ବୋଲି ପଟିଆଲା ହାଉସ୍‌ରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି କୋର୍ଟ ଏଭଳି ରାୟ ଦେଇଛନ୍ତି।

ଗୋଟିଏ ପଟେ ନିର୍ଭୟା କାଣ୍ଡର ଦୋଷୀମାନେ ଫାଶୀ ତାରିଖକୁ ଘୁଞ୍ଚାଇବା ପାଇଁ ଜୋରଦାର ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ତିହାର ଜେଲ କର୍ତ୍ତୃପକ୍ଷ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଥିଲେ। ପୂର୍ବରୁ ପଟିଆଲା ହାଉସ କୋର୍ଟଙ୍କ ଡେଥ ୱାରେଣ୍ଟ କହିଥିଲେ ଆସନ୍ତାକାଲି ସକାଳ ୬ଟାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବ। ତେଣୁ ଆଜି ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଥିବା ପବନ ଜହ୍ଲାଦ ଫାଶୀ ଘର ଯାଞ୍ଚ କରିଥିଲା। ଏଥିସହ ସେ ଡମି ଫାଶୀ ଦେଇ ଅଭ୍ୟାସ ମଧ୍ୟ କରିଥିଲା। ତେବେ ଫାଶୀ ପାଇଁ ପୁଣି ଅପେକ୍ଷା କରିବାକୁ ହେବ।

ଗତକାଲି ସନ୍ଧ୍ୟାରେ ହିଁ ଜହ୍ଲାଦ ପବନ ତିହାର ଜେଲରେ ପହଞ୍ଚିଥିଲା। ଆଜି ତାଙ୍କୁ ଜେଲ ନଂ ୩କୁ ନିଆଯାଇଥିଲା। କାରଣ ଏହିଠାରେ ହିଁ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବାର ଅଛି। ଜହ୍ଲାଦ ପବନ ଫାଶୀ ଘରକୁ ଯିବା ସମୟରେ ସମସ୍ତ ବାରାକର ମୁଖ୍ୟ ଗେଟ୍‌କୁ ବନ୍ଦ କରିଦିଆଯାଇଥିଲା।

ଫାଶୀ ଘରକୁ ଲମ୍ବିଥିବା ରାସ୍ତାକୁ ମଧ୍ୟ ଖାଲି କରିଦିଆଯାଇଥିଲା। ଫାଶୀ ଘର ମଧ୍ୟରେ ପହଞ୍ଚିବା ପରେ ଜହ୍ଲାଦ ପବନଙ୍କ ଫାଶୀ ପାଇଁ ବ୍ୟବହୃତ ଲିଭରର ଯାଞ୍ଚ କରିଥିଲା। ଏଥିରେ ଜଙ୍କ ଲାଗିଛି କି ନାହିଁ ପ୍ରଥମେ ସେକଥା ଭଲ ଭାବେ ତଦାରଖ କରିଥିଲେ। ଏହି ସମୟରେ ସେଠାରେ ଦୋଷୀଙ୍କ ଆକୃତିର ଡମି ବସ୍ତା ରହିଥିଲା।

ସବୁ କିଛି ଯାଞ୍ଚ କରି ସାରିବା ପରେ ଜହ୍ଲାଦ ପବନ ଡମି ଫାଶୀ ଦେଇ ଆସନ୍ତାକାଲି ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଏହି ସମୟରେ ତିହାର ଜେଲ କର୍ତ୍ତୃପକ୍ଷ ତାଙ୍କ ସହ ରହିଥିଲେ।

Related story