ଆରବିଆଇର ବଡ଼ ନିଷ୍ପତ୍ତି, ଏନ୍‌ଇଏଫ୍‌ଟି ଏବଂ ଆରଟିଜିଏସ୍‌ ଏବେ ଦେୟମୁକ୍ତ

ନୂଆଦିଲ୍ଲୀ: ଗୁରୁବାର ନ୍ୟାସନାଲ ଇଲେକ୍ଟ୍ରୋନିକ୍‌ ଫଣ୍ଡ ଟ୍ରାନ୍ସଫର (ଏନ୍‌ଇଏଫ୍‌ଟି) ଏବଂ ରିଅଲ ଟାଇମ୍‌ ଗ୍ରସ୍‌ ସେଟେଲମେଣ୍ଟ ସିଷ୍ଟମ୍ (ଆରଟିଜିଏସ୍‌) କାରବାରକୁ ଚାର୍ଜ ଫ୍ରି ବା ଶୁଳ୍କମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। ଏକ ବିବୃତି ଜାରି କରି ଆରବିଆଇ କହିଛି, ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ଆରଟିଜିଏସ୍‌ ଏବଂ ଏନ୍‌ଇଏଫ୍‌ଟି ବ୍ୟବସ୍ଥା ପାଇଁ ବ୍ୟାଙ୍କଗୁଡ଼ିକ ଉପରେ ସର୍ବନିମ୍ନ ଶୁଳ୍କ ଲାଗୁ କରୁଥିଲା। ଫଳରେ ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କ ଉପରେ ଏହି ଶୁଳ୍କକୁ ଲଦିଦେଉଥିଲା। କିନ୍ତୁ […]

neft-rtgs

Subrat Kumar Nayak
  • Published: Thursday, 06 June 2019
  • , Updated: 06 June 2019, 04:56 PM IST

ନୂଆଦିଲ୍ଲୀ: ଗୁରୁବାର ନ୍ୟାସନାଲ ଇଲେକ୍ଟ୍ରୋନିକ୍‌ ଫଣ୍ଡ ଟ୍ରାନ୍ସଫର (ଏନ୍‌ଇଏଫ୍‌ଟି) ଏବଂ ରିଅଲ ଟାଇମ୍‌ ଗ୍ରସ୍‌ ସେଟେଲମେଣ୍ଟ ସିଷ୍ଟମ୍ (ଆରଟିଜିଏସ୍‌) କାରବାରକୁ ଚାର୍ଜ ଫ୍ରି ବା ଶୁଳ୍କମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ।

ଏକ ବିବୃତି ଜାରି କରି ଆରବିଆଇ କହିଛି, ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ଆରଟିଜିଏସ୍‌ ଏବଂ ଏନ୍‌ଇଏଫ୍‌ଟି ବ୍ୟବସ୍ଥା ପାଇଁ ବ୍ୟାଙ୍କଗୁଡ଼ିକ ଉପରେ ସର୍ବନିମ୍ନ ଶୁଳ୍କ ଲାଗୁ କରୁଥିଲା। ଫଳରେ ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କ ଉପରେ ଏହି ଶୁଳ୍କକୁ ଲଦିଦେଉଥିଲା। କିନ୍ତୁ ବର୍ତ୍ତମାନ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦିଆଯାଉଥିବାରୁ ଆରଟିଜିଏସ୍‌ ଏବଂ ଏନ୍‌ଇଏଫ୍‌ଟି ଉପରେ ଶୁଳ୍କ ନଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।

ଆରବିଆଇ ପକ୍ଷରୁ ଶୁଳ୍କ ଛାଡ଼ କରାଯିବା ପରେ ବ୍ୟାଙ୍କଗୁଡ଼ିକ ମଧ୍ୟ ଗ୍ରାହକଙ୍କୁ ଏହାର ଫାଇଦା ଦେବାକୁ ହେବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। ଆଗାମୀ ସପ୍ତାହକ ମଧ୍ୟରେ ବ୍ୟାଙ୍କମାନଙ୍କୁ ଏନେଇ ଏକ ନିର୍ଦ୍ଦେଶନାମା ପଠାଯିବ। ସୂଚନାଯୋଗ୍ୟ ଯେ, ଆରଟିଜିଏସ୍‌ ବଡ଼ ପରିମାଣର ଟଙ୍କା ପଠାଇବା କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଏନ୍‌ଇଏଫ୍‌ଟି ମାଧ୍ୟମରେ ୨ ଲକ୍ଷ ଯାଏ ପରିମାଣର ଟଙ୍କା ପଠାଇ ହୁଏ।

ଏତଦ୍‌ବ୍ୟତୀତ ଏଟିଏମ୍‌ ବ୍ୟବହାରରେ ଲାଗୁ ହେଉଥିବା ଚାର୍ଜରେ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ଏକ କମିଟି ଗଠନ କରାଯାଇଛି। ଲୋକେ ଏବେ ବହୁ ସଂଖ୍ୟାରେ ଏଟିଏମ୍‌ ବ୍ୟବହାର କରୁଛନ୍ତି। ତେଣୁ ବର୍ତ୍ତମାନ ଏଟିଏମ୍‌ ବ୍ୟବହାର ପାଇଁ ଲାଗୁ ହେଉଥିବା ଚାର୍ଜରେ ପରିବର୍ତ୍ତନ ଆଣିବାର ଅଛି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। ତେବେ ଏହାକୁ ହାତରେ ଯିବ ନା ନଗଣ୍ୟ ପରିମାଣର ଚାର୍ଜ ନିଆଯିବ, ସେ ନିଷ୍ପତ୍ତି ନେବା ପୂର୍ବରୁ ସମଗ୍ର ଢାଞ୍ଚାକୁ ଭଲ ଭାବେ ଜାଣିବା ପାଇଁ ଇଣ୍ଡିଆନ୍‌ ବ୍ୟାଙ୍କ ଆସୋସିଏସନ୍‌ ସିଇଓଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଆଗାମୀ ୨ ମାସ ମଧ୍ୟରେ କମିଟି ଏଟିଏମ ଚାର୍ଜରେ ପରିବର୍ତ୍ତନ ପାଇଁ ସୁପାରିସ କରିବ। ଏହା ପରେ ଗୋଟିଏ ସପ୍ତାହ ମଧ୍ୟରେ କମିଟିର ସୁପାରିସକୁ କାର୍ଯ୍ୟକାରୀ କରାଯିବ।

Related story