ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଟୋଲ୍ ଗେଟ୍ରେ ବର୍ତ୍ତମାନ କାର୍ ଏବଂ ଲଘୁ ଯାନ ପାଇଁ ଯେତିକି ଟୋଲ୍ ଫି ଦେବାକୁ ପଡ଼ୁଛି ସେତିକି ହିଁ ଦେବାକୁ ପଡ଼ିବ। ଏହି ଦର ବୃଦ୍ଧି କରାଯିବ ନାହିଁ। ସଡ଼କ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହା ସ୍ପଷ୍ଟ କରିଛନ୍ତି।
ମନ୍ତ୍ରଣାଳୟ ପକ୍ଷରୁ ନିୟୋଜିତ ଏକ ବିଶ୍ୱସ୍ଥରୀୟ କନ୍ସଲ୍ଟାନ୍ସି ଫାର୍ମ ଟୋଲ୍ ଫି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଏହି ପ୍ରସ୍ତାବକୁ ମନ୍ତ୍ରଣାଳୟ ଅଗ୍ରାହ୍ୟ କରି ଦେଇଛି।
ସୂଚନା ଅନୁସାରେ ଅନ୍ୟ ଦେଶ ତୁଳନାରେ ଭାରତରେ ଟୋଲ୍ ଫି’ ତୁଳନାତ୍ମକ ଭାବେ କମ୍ ଆଦାୟ ହେଉଥିବା ଦର୍ଶାଇ ଏହାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲା। ସେହିପରି ଥ୍ରୀ-ଏକ୍ସଲ୍ ଓ ମଲ୍ଟି ଏକ୍ସଲ୍ ଭେହିକିଲ୍(ଏମ୍ଏଭି) ଗୁଡ଼ିକ ପାଇଁ ଟୋଲ୍ ହ୍ରାସ କରିବା ପ୍ରସ୍ତାବ ମଧ୍ୟ ଦେଇଥିଲା। କିନ୍ତୁ ଉକ୍ତ ସଂସ୍ଥାର କୌଣସି ବି ପରାମର୍ଶକୁ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ହସ୍ପିଟାଲ ବେଡରେ ବିନୋଦ କାମ୍ବଲି
ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। କିନ୍ତୁ ଏବେ ସେ ବିପଦ ମୁକ୍ତ ହୋଇ ନଥିବା ଆଇଏଏନଏସ୍ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।
Education
ହଟିଲା କଟକଣା: ଏଣିକି ଫେଲ୍ ହେଲେ ଫେଲ୍
୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ।
National
ସ୍କୁଲ ଛାଡ଼ିବାକୁ ଯିବା ବେଳେ ୨ ନାବାଳକ ସାବତ ଭାଇଙ୍କ ତଣ୍ଟି କାଟିଦେଲା
ଅଭିଯୁକ୍ତ ନୀରଜ ଶର୍ମା ତା’ର ଦୁଇ ସାବତ ଭାଇଙ୍କୁ ବାଇକରେ ସ୍କୁଲ ଛାଡ଼ିବାକୁ ନେଇଥିଲା। କିନ୍ତୁ ସ୍କୁଲ ଯିବା ବଦଳରେ ସେ ଉଭୟଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ସେ ଉଭୟଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା।
National
ଶେଖ ହସିନାଙ୍କୁ ଢାକା ପଠାଅ: ଭାରତକୁ ଚିଠି ଲେଖିଲା ବାଂଲାଦେଶ
ଢାକା ଭିତ୍ତିକ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି) ମାନବଜାତି ବିରୋଧରେ ଅପରାଧ ଓ ନରସଂହାର ଅଭିଯୋଗରେ ଶେଖ ହସିନା, ତାଙ୍କ ସରକାରରେ ଥିବା ମନ୍ତ୍ରୀ, ପରାମର୍ଶଦାତା, ପୂର୍ବତନ ସାମରିକ ଓ ବେସାମରିକ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାଣି କରିଛନ୍ତି।
Crime
ହୋଟେଲ ପାର୍କିଂରେ ଟ୍ରିପଲ ମର୍ଡର: ଦୁଇ ଯୁବକ, ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା
ଗୁଳିମାଡ଼ରେ ଦିଲ୍ଲୀର ଭିକ୍କି ଓ ବିପିନଙ୍କ ସମେତ ହିର୍ସାର ନିଆଙ୍କ ମୃତ୍ୟୁ ହୋଇଛି। ହୋଟେଲର ପାର୍କିଂରେ ଏମାନେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ୩ ଜଣଙ୍କୁ ହତ୍ୟା କରିଛନ୍ତି।