ହୁ’ ମନା କଲା କିନ୍ତୁ ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ଖାଇବାକୁ କହିଲା ଭାରତ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ହାଇଡ୍ରୋକ୍ସି କ୍ଲୋରୋକୁଇନ ବ୍ୟବହାର ଦ୍ୱାରା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି କହିଛି। ଏପରି କି ଏହାର କ୍ଲିନକାଲ ଟ୍ରାଏଲ ବା କରୋନା ରୋଗୀଙ୍କ ଉପରେ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ଭାରତ ସରକାର ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାରକୁ ଅନୁମତି ଦେଇଛନ୍ତି। ପୂର୍ବରୁ କେଉଁମାନେ ହାଇଡ୍ରୋକ୍ସି କ୍ଲୋରୋକୁଇନ ଖାଇପାରିବେ ସେନେଇ ଭାରତ ସରକାର ଗାଇଡଲାଇନ ଜାରି କରିଥିଲେ। ଆଜି ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ହାଇଡ୍ରୋକ୍ସି […]

ed

Hemant Lenka
  • Published: Tuesday, 26 May 2020
  • , Updated: 26 May 2020, 07:55 PM IST

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ହାଇଡ୍ରୋକ୍ସି କ୍ଲୋରୋକୁଇନ ବ୍ୟବହାର ଦ୍ୱାରା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି କହିଛି। ଏପରି କି ଏହାର କ୍ଲିନକାଲ ଟ୍ରାଏଲ ବା କରୋନା ରୋଗୀଙ୍କ ଉପରେ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ଭାରତ ସରକାର ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାରକୁ ଅନୁମତି ଦେଇଛନ୍ତି।

ପୂର୍ବରୁ କେଉଁମାନେ ହାଇଡ୍ରୋକ୍ସି କ୍ଲୋରୋକୁଇନ ଖାଇପାରିବେ ସେନେଇ ଭାରତ ସରକାର ଗାଇଡଲାଇନ ଜାରି କରିଥିଲେ। ଆଜି ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ହାଇଡ୍ରୋକ୍ସି କ୍ଲୋରୋକୁଇନର କୌଣସି ଭୟଙ୍କର ସାଇଡ୍‌ ଇଫେକ୍ଟ ବା ପାର୍ଶ୍ୱପ୍ରତିକ୍ରିୟା ନାହିଁ। ଲୋକମାନେ ଡାକ୍ତରଙ୍କ ସଠିକ୍‌ ପରାମର୍ଶ ନେଇ ଏଗୁଡ଼ିକୁ ଖାଇପାରିବେ।

ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି, ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ନେଇ ଭାରତରେ ଅନେକ ପରୀକ୍ଷା ନୀରିକ୍ଷା ହୋଇଛି। ଏହାର କୌଣସି ମେଜର ସାଇଡ ଇଫେକ୍ଟ ନଥିବା ଜଣାପଡ଼ିଛି। ତେଣୁ ଡାକ୍ତରଙ୍କ ପରାମର୍ଶକ୍ରମେ ଲୋକମାନେ ଏହାକୁ ଖାଇପାରିବେ। ସ୍ୱାସ୍ଥ୍ୟକର୍ମୀମାନେ ଏହାକୁ ପୂର୍ବଭଳି କରୋନା ପ୍ରତିଷେଧକ ଭାବେ ବ୍ୟବହାର କରିପାରିବେ।

ତେବେ ଖାଦ୍ୟ ଖାଇବା ବେଳେ ହିଁ ଏହାକୁ ସେବନ କରିପାରିବେ। ଖାଲି ପେଟରେ ଏହାକୁ ଆଦୌ ସେବନ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

Related story