ଏହି ସ୍ଥାନରେ ୩୦ ସେକେଣ୍ଡ ପାଇଁ ମାସ୍କ ଖୋଲିବାକୁ ବାଧ୍ୟ

ଭୋପାଲ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଗତ ସପ୍ତାହରୁ ଅନଲକ ୧କୁ କାର୍ଯ୍ୟକାରୀ କରାଯାଇଛି। ସାମାଜିକ ଦୂରତା ଓ ସର୍ବସାଧାରଣରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ତେବେ ବର୍ତ୍ତମାନ ୩୦ ସେକେଣ୍ଡ ପାଇଁ ମାସ୍କ ଖୋଲିବା ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟପ୍ରଦେଶ ପୁଲିସ ନିର୍ଦ୍ଦେଶଦନାମା ଜାରି କରିଛି। ବ୍ୟାଙ୍କ ଓ ଗହଣା ଦୋକାନକୁ ଆସୁଥିବା ଲୋକମାନେ ଏହା ମଧ୍ୟକୁ ପ୍ରବେଶ କରିବା ବେଳେ ୩୦ ସେକେଣ୍ଡ ପାଇଁ ମାସ୍କ ଖୋଲିବେ। ଏହାଦ୍ୱାରା ଦୋକାନ ଓ […]

d

Hemant Lenka
  • Published: Wednesday, 10 June 2020
  • , Updated: 10 June 2020, 04:17 PM IST

ଭୋପାଲ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଗତ ସପ୍ତାହରୁ ଅନଲକ ୧କୁ କାର୍ଯ୍ୟକାରୀ କରାଯାଇଛି। ସାମାଜିକ ଦୂରତା ଓ ସର୍ବସାଧାରଣରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ତେବେ ବର୍ତ୍ତମାନ ୩୦ ସେକେଣ୍ଡ ପାଇଁ ମାସ୍କ ଖୋଲିବା ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟପ୍ରଦେଶ ପୁଲିସ ନିର୍ଦ୍ଦେଶଦନାମା ଜାରି କରିଛି।

ବ୍ୟାଙ୍କ ଓ ଗହଣା ଦୋକାନକୁ ଆସୁଥିବା ଲୋକମାନେ ଏହା ମଧ୍ୟକୁ ପ୍ରବେଶ କରିବା ବେଳେ ୩୦ ସେକେଣ୍ଡ ପାଇଁ ମାସ୍କ ଖୋଲିବେ। ଏହାଦ୍ୱାରା ଦୋକାନ ଓ ବ୍ୟାଙ୍କର ସିସିଟିଭରେ ସେମାନଙ୍କ ମୁହଁର ଫଟୋ ଉଠିପାରିବ। ମାସ୍କର ଆଢ଼ୁଆଳରେ ଚୋରି ଓ ଲୁଟର ଆଶଙ୍କା ଥିବାରୁ ପୁଲିସ୍‌ ପକ୍ଷରୁ ଲୋକଙ୍କ ପାଇଁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

ବରିଷ୍ଠ ପୁଲିସ ଅଧିକାରୀ କୈଳାସ ମକୱାନା କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଅଳଙ୍କାର ଦୋକାନ ଓ ବ୍ୟାଙ୍କରୁ ବି ଲୁଟ୍‌ ହେବାର ଆଶଙ୍କା ରହୁଛି। ଯଦି ଚୋରମାନେ ଲୁଟ କରିବେ, ତା’ହେଲେ ମାସ୍କ ପରିନ୍ଧାନ କରିବା ହେତୁ ସିସିଟିଭିରେ ସେମାନଙ୍କ ମୁହଁ ଦେଖାଯିବ ନାହିଁ।ତେଣୁ ସୁରକ୍ଷା ଦୃଷ୍ଟିରୁ ମାସ୍କକୁ ୩୦ ସେକେଣ୍ଡ ପାଇଁ ଖୋଲିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଏପରି କି ଗହଣା ଓ ବ୍ୟାଙ୍କଗୁଡ଼ିକରେ ଲାଗିଥିବା ସିସିଟିଭକୁ ଯାଞ୍ଚ କରାଯିବ ଓ ଭଲ କ୍ୱାଲିଟିର କ୍ୟାମେରା ଲଗାଇବାକୁ ମଧ୍ୟ ପରାମର୍ଶ ଦିଆଯିବ। ପୁଲିସର ଏପରି ନିଷ୍ପତ୍ତିକୁ ଲୋକମାନେ ସ୍ୱାଗତ କରିଛନ୍ତି। ଏହାଦ୍ୱାରା କ୍ରାଇମ ରେଟ ହ୍ରାସ ପାଇବ ବୋଲି ସେମାନେ କହିଛନ୍ତି।

Related story