ଏଣିକି ଆର୍ମି କ୍ୟାଣ୍ଟିନରେ ମିଳିବନି ବିଦେଶୀ ମଦ

ନୂଆଦିଲ୍ଲୀ: ସ୍ୱଦେଶ ସାମଗ୍ରୀର ଚାହିଦା ବୃଦ୍ଧି କରି ଆତ୍ମନିର୍ଭର ଭାରତ ଗଠନ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ନେଇଛି। ଏଣିକି ଆର୍ମି କ୍ୟାଣ୍ଟିନ ପାଇଁ ବିଦେଶୀରୁ କୌଣସି ସାମଗ୍ରୀ ଆମଦାନୀ ହେବନି। କ୍ୟାଣ୍ଟିନ ଷ୍ଟୋରସ ଡିପାର୍ଟମେଣ୍ଟ ପାଇଁ ସିଧାସଳଖ ବିଦେଶରୁ ଆମଦାନୀ ଦେଉଥିବା ସମସ୍ତ ବିଦେଶୀ ସାମଗ୍ରୀ ଉପରେ କେନ୍ଦ୍ର ସରକାର ବ୍ୟାନ ଲଗାଇଛନ୍ତି। ଏହି ବ୍ୟାନ ଲାଗୁ ହେଲେ ବିଦେଶରୁ ତିଆରି ହୋଇ ସିଧାସଳଖ ଆସୁଥିବା ମଦ ବି ଆଉ ଆର୍ମି କ୍ୟାଣ୍ଟିନରେ ମିଳିବ […]

gy

Hemant Lenka
  • Published: Saturday, 24 October 2020
  • , Updated: 24 October 2020, 09:15 PM IST

ନୂଆଦିଲ୍ଲୀ: ସ୍ୱଦେଶ ସାମଗ୍ରୀର ଚାହିଦା ବୃଦ୍ଧି କରି ଆତ୍ମନିର୍ଭର ଭାରତ ଗଠନ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ନେଇଛି। ଏଣିକି ଆର୍ମି କ୍ୟାଣ୍ଟିନ ପାଇଁ ବିଦେଶୀରୁ କୌଣସି ସାମଗ୍ରୀ ଆମଦାନୀ ହେବନି। କ୍ୟାଣ୍ଟିନ ଷ୍ଟୋରସ ଡିପାର୍ଟମେଣ୍ଟ ପାଇଁ ସିଧାସଳଖ ବିଦେଶରୁ ଆମଦାନୀ ଦେଉଥିବା ସମସ୍ତ ବିଦେଶୀ ସାମଗ୍ରୀ ଉପରେ କେନ୍ଦ୍ର ସରକାର ବ୍ୟାନ ଲଗାଇଛନ୍ତି।

ଏହି ବ୍ୟାନ ଲାଗୁ ହେଲେ ବିଦେଶରୁ ତିଆରି ହୋଇ ସିଧାସଳଖ ଆସୁଥିବା ମଦ ବି ଆଉ ଆର୍ମି କ୍ୟାଣ୍ଟିନରେ ମିଳିବ ନାହିଁ। ତେବେ ମଦରେ ବ୍ୟବହୃତ ସମସ୍ତ ଉପାଦାନ ବିଦେଶରୁ ଅଣାଯାଇ ଭାରତରେ ପ୍ରସ୍ତୁତ କରାଯାଇ ପାରିବ। ଭାରତରେ ଏହା ପ୍ରସ୍ତୁତ ହେବା ପରେ ଆର୍ମି କ୍ୟାଣ୍ଟିନକୁ ଯୋଗାଇ ଦିଆଯିବ।

ସୂଚନା ଅନୁସାରେ, ଆର୍ମି କ୍ୟାଣ୍ଟିନରେ ମିଳୁଥିବା ୫ ହଜାର ୫ ଶହ ସାମଗ୍ରୀ ମଧ୍ୟରୁ ୪୨୦ଟି ବିଦେଶରୁ ସିଧାସଳଖ ଭାରତକୁ ଆସୁଛି। ଏହି ବିଦେଶୀ ସାମଗ୍ରୀ ମଧ୍ୟରେ ଅନେକ ଚାଇନାରୁ ମଧ୍ୟ ଆମଦାନୀ ହୋଇଥାଏ। ଆତ୍ମନିର୍ଭର ଭାରତ ଅଭିଯାନକୁ ବଳ ଦେବାକୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଆର୍ମି କ୍ୟାଣ୍ଟିନରେ ବିଦେଶୀ ମଦ, ଇଲେକ୍ଟ୍ରୋନିକ୍ସି ସାମଗ୍ରୀ ଅତି ଶସ୍ତା ଦରରେ ମିଳିଥାଏ। ଭାରତରେ ଥିବା ଆର୍ମି କ୍ୟାଣ୍ଟିନରେ ପାଖାପାଖି ବର୍ଷକୁ ୨ ଶହ କୋଟିର ସାମଗ୍ରୀ ବିକ୍ରି ହୋଇଥାଏ। ଏହାକୁ ସେନା ବାହିନୀ ଓ ପୂର୍ବତନ ସେନା ଯବାନମାନଙ୍କୁ ରିହାତି ଦରରେ ଯୋଗାଇ ଦିଆଯାଏ।

Related story