୨୪ ଘଣ୍ଟାରେ ୧୦ଟି ରାଜ୍ୟରେ ନାହାନ୍ତି ନୂଆ କରୋନା ଆକ୍ରାନ୍ତ 

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ରବିବାର ଅପରାହ୍ନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୯୩୯ ଛୁଇଁଛି। ଅନ୍ୟପଟେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୨୧୦୯ ଛୁଇଁଛି। ତେବେ ୨୪ ଘଣ୍ଟା ମଧ୍ୟରେ ଦେଶର ୧୦ଟି ରାଜ୍ୟରୁ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ସେହିପରି ଦେଶର ୪ ରାଜ୍ୟ ଏଯାବତ କରୋନା ସଂକ୍ରମଣରୁ ଦୂରେଇ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି। ରବିବାର ଦିଲ୍ଲୀର ମଣ୍ଡୋଲୀର ଥିବା […]

dr harsh bardhan

Subhransu Sekhar
  • Published: Sunday, 10 May 2020
  • , Updated: 10 May 2020, 08:26 PM IST
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ରବିବାର ଅପରାହ୍ନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୯୩୯ ଛୁଇଁଛି। ଅନ୍ୟପଟେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୨୧୦୯ ଛୁଇଁଛି। ତେବେ ୨୪ ଘଣ୍ଟା ମଧ୍ୟରେ ଦେଶର ୧୦ଟି ରାଜ୍ୟରୁ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ସେହିପରି ଦେଶର ୪ ରାଜ୍ୟ ଏଯାବତ କରୋନା ସଂକ୍ରମଣରୁ ଦୂରେଇ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି।
ରବିବାର ଦିଲ୍ଲୀର ମଣ୍ଡୋଲୀର ଥିବା କରୋନା କେୟାର ସେଣ୍ଟର ବୁଲି ହର୍ଷବର୍ଦ୍ଧନ ସ୍ଥିତିର ସମୀକ୍ଷା କରିଥିଲେ। ଦେଶରେ ଏଯାବତ ୪୩୬୨ କରୋନା କେୟାର ସେଣ୍ଟର ରହିଛି। ଏହି ସେଣ୍ଟକ ଗୁଡ଼ିକରେ ମୋଟ୍ ୩,୪୬,୮୫୬ ଜଣ କରୋନା ସଂକ୍ରମିତ ରହିଛନ୍ତି।

 

https://twitter.com/ANI/status/1259408170918666240

ଏଯାବତ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ୭୨ ଲକ୍ଷ ଏନ୯୫ ମାସ୍କ ଏବଂ ୩୬ ଲକ୍ଷ ପିପିଇ କିଟ୍ ଯୋଗାଇ ସାରିଛନ୍ତି। ଯେଉଁ ରାଜ୍ୟ କରୋନା ସଂକ୍ରମଣରୁ ଦୂରେଇ ରହିଛନ୍ତି ସେହି ରାଜ୍ୟ ଗୁଡ଼ିକ ହେଲା ସିକିମ୍, ନାଗାଲାଣ୍ଡ ଏବଂ ଲାକ୍ଷାଦ୍ୱୀପ ପୁଞ୍ଜ। ସେହିପରି ଅରୁଣାଚଳ ପ୍ରଦେଶ, ଗୋଆ, ମଣିପୁର ଏବଂ ମିଜୋରାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଖିବାକୁ ମିଳିନି।

ସୂଚନାଯୋଗ୍ୟ, ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ କରୋନା ମୁକାବିଲା କରିବାକୁ ଯାଇ ସରକାର ଏବେ ଟେଷ୍ଟ ସଂଖ୍ୟା ଦିନକୁ ୯୫,୦୦୦ ବଢ଼ାଇଛନ୍ତି। ଶନିବାର ସୁଦ୍ଧା ୩୩୨ ସରକାରୀ ଟେଷ୍ଟିଂ ସେଣ୍ଟର ଓ ୧୨୧ ଘରୋଇ କରୋନା ଟେଷ୍ଟିଂ ସେଣ୍ଟରରେ ୧୫ ଲକ୍ଷ ୨୫ ହଜାର ୬୩୧ଟି ପରୀକ୍ଷା ହୋଇଛି।

Related story